‘ସିଭିଲ ରେଜିଷ୍ଟ୍ରେସନ ସିଷ୍ଟମ ଫର ୨୦୧୯’ ରିପୋର୍ଟରେ ଓଡ଼ିଶାର ସ୍ଥିତି: ଲିଙ୍ଗ ଅନୁପାତରେ ହୋଇଛି ମହତ୍ତ୍ବପୂର୍ଣ୍ଣ ସୁଧାର

ନୂଆଦିଲ୍ଲୀ: ଓଡ଼ିଶାରେ ୨୦୧୯ରେ ଲିଙ୍ଗ ଅନୁପାତ (ସେକ୍ସ ରେସିଓ ଆଟ ବାର୍ଥ) ରେ ମହତ୍ବପୁର୍ଣ୍ଣ ସୁଧାର ଆସିଛି। ଓଡ଼ିଶାରେ ୧୦୦୦ ପୁରୁଷରେ ମହିଳାଙ୍କ ସଂଖ୍ୟା ହେଉଛି ୯୪୭ । କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ଅର୍ନ୍ତଗତ କାର୍ଯ୍ୟ କରୁଥିବା ରେଜିସଟ୍ରାର ଜେନେରାଲଙ୍କ କାଯ୍ୟାଳୟରୁ ସଦ୍ୟ ପ୍ରକାଶିତ ସିଭିଲ ରେଜିଷ୍ଟ୍ରେସନ ଫର ୨୦୧୯ ବାର୍ଷିକ ରିପୋର୍ଟ(ସିଆରଏସ) ରେ ଏହି ତଥ୍ୟର ଉଲ୍ଲେଖ ଅଛି ।

ସୁଚନାଯୋଗ୍ୟ, ୨୦୧୭ରେ ଓଡ଼ିଶାରେ ସେକ୍ସ ରେସିଓ ଆଟ ବାର୍ଥ ୯୩୦ ଥିଲା ଏବଂ ୨୦୧୮ରେ ଏହା ସାମାନ୍ୟ ହ୍ରାସ ପାଇ ୯୨୮ କୁ ଖସି ଆସିଥିଲା। ରିପୋର୍ଟ ଅନୁସାରେ ଦେଶର ୬ଟି ରାଜ୍ୟରେ ଲିଙ୍ଗ ଅନୁପାତ ୯୫୨ରୁ ଅଧିକ ରହିଛି। ଏଥିରେ ପୂର୍ବ-ଉତ୍ତର ଭାରତର ତିନିଟି ରାଜ୍ୟ ରହିଛି। ଅରୁଣାଚଳ ପ୍ରଦେଶରେ ଲିଙ୍ଗ ଅନୁପାତ ସବୁଠାରୁ ଅଧିକ ୧୦୨୪ ରହିଥିବା ବେଳେ ନାଗାଲାଣ୍ଡରେ ୧୦୦୧ ଓ ମିଜୋରାମରେ ୯୬୫ ରହିଛି। ସବୁଠାରୁ କମ୍ ଲିଙ୍ଗ ଅନୁପାତ ତାଲିକାରେ ଗୁଜରାଟ (୯୦୧), ଆସାମ (୯୦୩), ମଧ୍ୟପ୍ରଦେଶ (୯୦୫) ଓ ଜମ୍ମୁ-କଶ୍ମୀର (୯୦୯) ରହିଛି।

ରିପୋର୍ଟରେ ବିହାର, ଝାଡଖଣ୍ଡ, ମହାରାଷ୍ଟ୍ର, ସିକିମ, ଉତ୍ତରପ୍ରଦେଶ ଓ ଦିଲ୍ଲୀର ଲିଙ୍ଗ ଅନୁପାତର ତଥ୍ୟ ଉପଲବ୍ଧ କରାଯାଇନାହିଁ। ଲିଙ୍ଗ ଅନୁପାତରେ ଦେଶର ୩୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ତାଲିକାରେ ଓଡ଼ିଶା ଦ୍ବାଦଶ ସ୍ଥାନରେ ରହିଛି। ସିଆରଏସ ରିପୋର୍ଟରେ ଓଡ଼ିଶାର ୧୦ ବର୍ଷର ଜନ୍ମ ଓ ମୁତ୍ୟୂ ପଂଜିକରଣର ତଥ୍ୟ ପ୍ରଦାନ କରାଯାଇଛି। ତଥ୍ୟ ଅନୁସାରେ ୨୦୧୦ରେ ୭୬୭୦୬୦ ଜନ୍ମ ପଂଜିକରଣ କରାଯାଇଥିଲା। ୨୦୧୮ରେ ଏହାର ସଂଖ୍ୟା ଥିଲା ୬୭୬୫୪୨। ୨୦୧୯ରେ ଏହା ହ୍ରାସ ପାଇ ୬୭୫୨୭୬ରେ ପହଂଚିଛି। ସେହିଭଳି ୨୦୧୦ରେ ୨୭୮୭୧୦ ମୁତ୍ୟୂ ପଂଜିକରଣ କରାଯାଇଥିବା ବେଳେ ୨୦୧୮ରେ ୩୨୮୭୯୯ ପଂଜିକରଣ କରାଯାଇଥିଲା ।

ଅପରପକ୍ଷେ, ୨୦୧୮ ତୁଳନାରେ୨୦୧୯ରେ ମୁତ୍ୟୂ ପଂଜିକରଣ ମାମଲାର ସଂଖ୍ୟା ବଢିଥିବାର ରିପୋର୍ଟରୁ ଜଣାପଡିଛି ୨୦୧୯ରେ ମୁତ୍ୟୂ ପଂଜିକରଣର ସଂଖ୍ୟା ରହିଛି ୩୪୨୯୪୭। ୨୦୧୦ ରେ ଶିଶୁ ମୁତ୍ୟୂ ସଂଖ୍ୟା ୨୦୪୮୨, ୨୦୧୮ରେ ୧୧୬୧୮ ଓ ୨୦୧୯ରେ ୧୧୪୨୭ ପଂଜିକରଣ କରାଯାଇଥିବାର ରିପୋର୍ଟରେ ଉଲ୍ଲେଖ ଅଛି। ରାଜ୍ୟରେ ୨୦୧୯ରେ ନିର୍ଦ୍ଧାରିତ ୨୧ ଦିନର ସମୟ ଅବଧିରେ ୯୪.୨% ଜନ୍ମ ପଂଜିକରଣ ଏବଂ ୮୮.୯ ପ୍ରତିଶତ ମୁତ୍ୟୂର ପଂଜିକରଣ କରାଯାଇଥିବାର ରିପୋର୍ଟରେ କୁହାଯାଇଛି। ୨୦୧୯ର ଜନ୍ମ ପଂଜିକରଣରେ ୩୫୦.୦% ପୁରୁଷ ରହିଥିବା ବେଳେ ମହିଳାଙ୍କ ପ୍ରତିଶତ ୩୨୫.୩ ଥିଲା। ମୁତ୍ୟୂ ପଂଜିକରଣରେ ୧୯୫.୯ ପ୍ରତିଶତ ପୁରୁଷ ଓ ମହିଳାଙ୍କ ୧୪୭.୧ ପ୍ରତିଶତ ରହିଥିଲା। ରିପୋର୍ଟରେ ଓଡ଼ିଶାରେ ଆନୁମାନିକ ଓ ପଂଜିକୃତ ଜନ୍ମ ଓ ମୁତ୍ୟୂରେ ମହତ୍ତ୍ବପୁର୍ଣ୍ଣ ଅନ୍ତର ରହିଥିବାର କୁହାଯାଇଛି।

Clubfoot Awareness Week - The Children's Physio

ଆନୁମାନିକ ଜନ୍ମର ସଂଖ୍ୟା ୮୨୧୧୬୬ ଥିବା ବେଳେ ପଂଜିକୃତ ସଂଖ୍ୟା ରହିଛି ୬୭୫୨୭। ସେହିଭଳି ଆନୁମାନିକ ମୃତ୍ୟୁ ସଂଖ୍ୟା ୩୨୯୩୬୯ ଥିବାବେଳେ ପଂଜିକୃତ ମୃତ୍ୟୁ ସଂଖ୍ୟା ୩୪୨୯୪୭ ରହିଛିା। କେବଳ ଓଡ଼ିଶାରେ ନୁହେଁ ଅନ୍ୟ କିଛି ରାଜ୍ୟମାନଙ୍କରେ ମଧ୍ୟ ଏଭଳି ଅନ୍ତର ପରିଲକ୍ଷିତ ହୋଇଥିବାର ରିପୋର୍ଟରେ ଉଲ୍ଲେଖ ଅଛି।

ସିଆରଏସ ରିପୋର୍ଟରେ ରାଜ୍ୟର ଗ୍ରାମାଂଚଳ, ସହରାଂଚଳ ଏବଂ ଜିଲ୍ଲାରେ ଜନ୍ମ ଓ ମୁତ୍ୟୂ ପଂଜିକରଣର ବିବରଣୀ ପ୍ରଦାନ କରାଯାଇଛି । ରିପୋର୍ଟ ଅନୁସାରେ ଗ୍ରାମାଂଚଳରେ ୨୮୦୯୮୫ ଓ ସହରାଂଚଳରେ ୩୯୪୨୯୧ ଜନ୍ମ ପଂଜିକରଣ କରାଯାଇଥିବାବେଳେ ଗ୍ରାମାଂଚଳରେ ୨୫୦୧୧୭ ଓ ସହରାଂଚଳରେ ୯୨୮୩୦ ମୃତ୍ୟୁ ପଂଜିକରଣ କରାଯାଇଥିଲା।
୨୦୧୯ରେ ଓଡ଼ିଶାର ୩୦ ଜିଲ୍ଲାରୁ ସର୍ବାଧିକ ୫୭୫୯୫ ଜନ୍ମ ପଂଜିକରଣ ଗଂଜାମ ଜିଲ୍ଲାରେ ହୋଇଥିବାର ରିପୋର୍ଟରେ ଉଲ୍ଲେଖ କରାଯାଇଥିବାବେଳେ ସବୁଠାରୁ କମ୍ ୩୨୬୧ ଜନ୍ମ ପଂଜିକରଣ ଦେବଗଡ ଜିଲ୍ଲାରେ ହୋଇଛି। ସେହିଭଳି ମୃତ୍ୟୁ ପଂଜିକରଣ ମାମଲାରେ ସର୍ବାଧିକ ୩୫୬୬୮ କଟକ ଜିଲ୍ଲାରେ ହୋଇଥିବାର ରିପୋର୍ଟରେ କୁହାଯାଇଛି। ସବୁଠାରୁ କମ୍ ୨୬୦୩ ମୃତ୍ୟୁ ପଂଜିକରଣର ସଂଖ୍ୟା ଦେବଗଡ ଜିଲ୍ଲାରେ ରହିଛି। କଟକ ଜିଲ୍ଲାରେ ସର୍ବାଧିକ ୨୪୦୭ ଶିଶୁଙ୍କ ମୃତ୍ୟୁ ପଂଜିକରଣ ହୋଇଥିବାବେଳେ ଝାରସଗୁଡା ଜିଲ୍ଲାରେ ସର୍ବନିମ୍ନ ୧୦ ଜଣ ଶିଶୁଙ୍କର ମୃତ୍ୟୁ ପଂଜିକରଣ ହୋଇଥିଲା। ପଂଜିକୃତ ୬୪୦୧ ଷ୍ଟିଲ ବାର୍ଥ (ମୂତ ପ୍ରସବ)ରୁ ସର୍ବାଧିକ ୧୦୯୧ ଯାଜପୁର ଜିଲ୍ଲାରୁ ଏବଂ ସର୍ବନିମ୍ନ ୨ ଝାରସଗୁଡା ଜିଲ୍ଲାରୁ ବୋଲି ରିପୋର୍ଟରେ କୁହାଯାଇଛି।

ରିପୋର୍ଟରେ ଓଡିଶାରେ ଜନ୍ମ ଓ ମୁତ୍ୟୂର ପଂଜିକରଣ ପାଇଁ ବ୍ୟାପକରୁପେ ବିଭିନ୍ନ ଗଣମାଧ୍ୟମ, ପୋଷ୍ଟର ଓ ଚଳଚିତ୍ର ପ୍ରଦର୍ଶନ, ଲିଫଲେଟ ବଣ୍ଟନ ଭଳି ପ୍ରଚାର ମାଧ୍ୟମର ସାହାଯ୍ୟ ନିଆଯାଇଥିଲା ବୋଲି ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର