ପୁନର୍ଜନ୍ମ! ୪ ବର୍ଷୀୟ ବାଳିକା କହିଲା ୯ ବର୍ଷ ପୂର୍ବରୁ ନିଆଁରେ ଜଳି ମରିଥିଲି; ସତ୍ୟ ପ୍ରମାଣିତ ହେଲା ବାଳିକାର କଥା

ଉଦୟପୁର: ରାଜସ୍ଥାନର ରାଜସମନ୍ଦରେ ଏକ ୪ ବର୍ଷୀୟ ବାଳିକା ତାର ପୁନର୍ଜନ୍ମ ବିଷୟରେ ଯେଉଁ କଥା କହିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ବାଳିକାଟି ତାର ପୂର୍ବଜନ୍ମ ବିଷୟରେ ଯେଉଁ କଥା କହିଛି ତାହା ସବୁ ସତ ପ୍ରମାଣିତ ହୋଇଛି । ପୂର୍ବଜନ୍ମରେ ତାର ମୃତ୍ୟୁ କେବେ ଓ କେମିତି ହୋଇଥିଲା ବାଳିକାଟି ସେ ବିଷୟରେ କହୁଛି ।

ସୂଚନା ଅନୁସାରେ ପରାଓ୍ଵଲ ଗାଁରେ ରତନସିଂହ ଚୁଡାଓ୍ଵତଙ୍କ ୫ଟି ଝିଅ ଅଛନ୍ତି । ସେ ଏକ ହୋଟେଲରେ କାମ କରନ୍ତି। ଗତ ଏକ ବର୍ଷ ହେଲା ତାଙ୍କର ସବୁଠାରୁ କମ ବୟସର ଝିଅ କିଞ୍ଜଲ(୪) ବାରମ୍ବାର ତାର ଭାଇକୁ ଭେଟିବ ବୋଲି କହି ଆସୁଥିଲା । ତାଙ୍କ ବାପା ଝିଅର ଏହି କଥାକୁ ଏତେ ଧ୍ୟାନ ଦେଇ ନଥିଲେ । ତେବେ ୨ ମାସ ପୂର୍ବରୁ କିଞ୍ଜଲର ମା ଦୁର୍ଗା ଦେବୀ କିଞ୍ଜଲକୁ ଯେତେବେଳେ ତାର ବାପାଙ୍କୁ ଡାକିବାକୁ କହିଲେ ସେତେବେଳେ ସେ କିହଲା ତାର ବାପା ତ ପିପଲାଂତ୍ରୀ ଗ୍ରାମରେ ଅଛନ୍ତି। ପିପଲାଂତ୍ରୀ ହେଉଛି ସେହି ଗାଁ, ଯେଉଁ ଗାଁରେ ଉଷା ନାମକ ଝିଅର ନିଆଁରେ ଜଳି ମୃତ୍ୟୁ ହୋଇ ଯାଇଥିଲା।  କିଞ୍ଜଲ ବର୍ତ୍ତମାନ ରହୁଥିବା ଗାଁଠାରୁ ପିପଲାଂତ୍ରୀ ୩୦ କିଲୋମିଟର ଦୂର । ପୁଣି କିଞ୍ଜଲ କହୁଥିଲା ସେ ହିଁ କିଛି ବର୍ଷପୂର୍ବରୁ ଜଳି ଯାଇଥିବା ଉଷା ।

କିଞ୍ଜଲର କଥା ଶୁଣି ପୂରା ପରିବାର ସ୍ତବ୍ଧ ହୋଇଯାଇଥିଲା। ମା ଦୁର୍ଗା ବାରମ୍ବାର ପଚାରିବାରୁ କିଞ୍ଜଲ ପୁଣି କହିଲା ତାର ମାତା ପିତା ଓ ଭାଇ ସମେତ ପୂରା ପରିବାର ପିପଲାଂତ୍ରୀରେ ହିଁ ରହୁଛନ୍ତି । ସେ ୯ ବର୍ଷ ପୂର୍ବରୁ ନିଆଁରେ ଜଳି ଯାଇଥିଲା। ନିଆଁରେ ଜଳିବା ଯୋଗୁଁ ତାର ମୃତ୍ୟ ହୋଇଗଲା। ଦୁର୍ଗା ଏହି କଥା ତାର ବାପାଙ୍କୁ କହିବା ପରେ ସେ କିଞ୍ଜଲକୁ ମନ୍ଦିରକୁ ନେଇଥିଲେ। ତାକୁ ଡାକ୍ତରଙ୍କ ନିକଟରେ ମଧ୍ୟ ଦେଖାଇଥିଲେ କିନ୍ତୁ କିଛି ସମସ୍ୟା ବାହାରି ନଥିଲା। ତେବେ ବାରମ୍ବାର ସେ ପୂର୍ବ ଜନ୍ନରେ ଥିବା ତାର ପରିବାର ସହିତ ଭେଟିବାକୁ ଜିଦ୍ କରୁଥିଲା । କିଞ୍ଜଲ କହିଲା ତାର ପରିବାରରେ ଦୁଇ ଭାଇଭଉଣୀ ଅଛନ୍ତି। ବାପା ଟ୍ରାକ୍ଟର ଚଲାଉଛନ୍ତି।

କିଞ୍ଜଲର କଥା ଯେତେବେଳେ ପିପଲାଂତ୍ରୀର ପଙ୍କଜଙ୍କ ପାଖରେ ପହଞ୍ଚିଲା ସେତେବେଳେ ସେ ପରାଓ୍ଵଲ ଗାଁକୁ ଆସିଥିଲେ। ପଙ୍କଜ ହେଉଛି ଉଷାର ଭାଇ। ପଙ୍କଜକୁ ଦେଖିବା ପରେ କିଞ୍ଜଲ ଖୁସିରେ ଆତ୍ମହରା ହୋଇଯାଇଥିଲା। ଫୋନରେ ମା ଓ ଉଷାର ଫଟୋ ଦେଖାଇବାରୁ ସେ କାନ୍ଦିବାକୁ ଲାଗିଥିଲା। ୧୪ ଜାନୁଆରିରେ ସେ ନିଜ ମା ଓ ଦାଦାଙ୍କ ସହିତ ପିପଲାଂତ୍ରୀ ଯାଇଥିଲା।

ଉଷାର ମା ଗୀତା ପାଲିଓ୍ଵାଲ କହିଛନ୍ତି ଯେତେବେଳେ କିଞ୍ଜଲ ଆମ ଗାଁରେ ପହଞ୍ଚିଲା ସେତେବେଳେ ଲାଗିଲା ଯେମିତି ଅନେକ ବର୍ଷରୁ ସେ ସେହି ଗ୍ରାମରେ ଅଛି । ଯେଉଁ ମହିଳାମାନଙ୍କୁ ସେ ପୂର୍ବରୁ ଜାଣିଥିଲା ତାଙ୍କ ସହିତ ସେ କଥାହେଲା। ଯେଉଁ ଫୁଲଗଛ ଉଷାର ପସନ୍ଦ ଥିଲା ସେସବୁ କେଉଁଠି ଅଛି ବୋଲି କିଞ୍ଜଲ ପଚାରିଥିଲା। ସେତେବେଳେ ତାକୁ କୁହାଯାଇଥିଲା କି ୭-୮ ବର୍ଷ ପୂର୍ବରୁ ଫୁଲଗଛ ହଟାଇ ଦିଆଯାଇଛି। ଗୀତା କହିଛନ୍ତି,ତାଙ୍କ ଝିଅ ୨୦୧୩ ମସିହାରେ ଘରେ କାମ କରୁଥିବା ସମୟରେ ଗ୍ୟସ୍ ଚୁଲିରେ ଜଳି ଯାଇଥିଲା। ଉଷାର ଦୁଇଜଣ ପିଲା ଅଛନ୍ତି।  ଦୁଇ ଛୋଟ ଝିଅ ଓ ପୁଅକୁ ବି ସେ ଅନେକ ଭଲପାଇବା ଦେଇଥିଲା।

ଏପରି ଘଟଣାପରେ ଉଷା ଓ କିଞ୍ଜଲଙ୍କ ପରିବାର ମଧ୍ୟରେ ସମ୍ପର୍କ ଦୃଢ ହୋଇଯାଇଛି। ଉଷାର ମା’ କହିଛନ୍ତି ଆମକୁ ଏପରି ଲାଗେ ଯେପରି ଆମେ ଉଷା ସହିତ ହିଁ କଥାବାର୍ତ୍ତା କରୁଛୁ। ଉଷା ବି ଛୋଟବେଳେ ଏପରି କଥାବାର୍ତ୍ତା କରୁଥିଲା ।

ଉଦୟପୁରର ସୁଶିଲ ଖେରାଡା ନାମକ ଜଣେ ଡାକ୍ତର କହିଛନ୍ତି ଏହା ନିଶ୍ଚିତ ଭାବେ ସମ୍ଭବ ହୋଇପାରେ । ପୃଥିବୀରେ ପୂର୍ବରୁ ବି ଏପରି ଘଟଣା ସାମନାକୁ ଆସିଛି। ସେମାନେ ବି ଏପରି ପୂର୍ବ ଜନ୍ମର ଘଟଣାଗୁଡିକୁ ମନେ ପକାଇ ପାରୁଥିଲେ।

ସମ୍ବନ୍ଧିତ ଖବର