ନୂଆଦିଲ୍ଳୀ: ବେଳେ ବେଳେ ଆମେ ଛୋଟ ପିଲା ବୋଲି ଭାବି ଅନେକ ପିଲାଙ୍କ ଭାବନାକୁ ବହୁତ ହାଲୁକା‌ରେ ନେଇଥାନ୍ତି। ମାତ୍ର ସବୁବେଳେ ପିଲାମାନେ ଅଣଦେଖା କରିବା ପରି କଥା କହିନଥାନ୍ତି। ପିଲାମାନେ ବେଳେ ବେଳେ ବଡ଼ ଲୋକଙ୍କୁ ବି ଶିକ୍ଷା ଦେଇଦିଅନ୍ତି। ନିକଟରେ ସୋସିଆଲ୍‌ ମିଡିଆରେ ଜଣେ ୫ମ ଶ୍ରେଣୀ ପିଲାର ପରୀକ୍ଷାରେ ଦେଇଥିବା ଉତ୍ତର ଭାଇରାଲ୍‌ ହୋଇଛି, ଯାହାକୁ ପଢ଼ିଲେ ଆପଣ ବି ପ୍ରଶଂସା କରିବସିବେ।

Advertisment

ଯଦି ଆପଣ କିଛି ମଜାଳିଆ ଏବଂ ମନକୁ ଖୁସି ଦେବା ପରି ପୋଷ୍ଟ୍‌ ପଢ଼ିବାକୁ ଚାହୁଁଛନ୍ତି ତ ଆପଣଙ୍କ ପାଇଁ ଏହି ପୋଷ୍ଟ୍‌ଟି ଉପଯୁକ୍ତ ସାବ୍ୟସ୍ତ ହେବ। ସ୍ବାଧୀନତା ପୂର୍ବରୁ ସମାଜ‌ରେ ଚାଲୁଥିବା କେଉଁ କୁପ୍ରଥାକୁ ଆପଣ ଦୂରେଇବାକୁ ଚାହିଁବେ ବୋଲି ଉଲ୍ଲେଖ ଥିବା ଏକ ପ୍ରଶ୍ନର ଉତ୍ତର ଦେଇ ବାଳକ ଜଣକ ଯାହା ଲେଖିଥିଲେ ତାହା ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ପୋଷ୍ଟ୍‌ଟିକୁ ପାଥ୍‌ଫାଉଣ୍ଡର୍‌ ପବ୍ଲିଶିଂ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡର ପ୍ରତିଷ୍ଠାତା ତଥା ସିଇଓ ମହେଶ୍ୱର ପେରି ସେୟାର କରିଛନ୍ତି। ସେ ତାଙ୍କ ପୁଅର ଶ୍ରେଣୀ ପରୀକ୍ଷା କାଗଜକୁ ପୋଷ୍ଟ୍‌ କରିଥିବା ବେଳେ ସେଥିରେ ପ୍ରଶ୍ନ ଲେଖାଯାଇଥିଲା, ‘ଯଦି ତୁମେ ସ୍ୱାଧୀନତା ପୂର୍ବର ଯୁଗର ଏକ ସାମାଜିକ ସଂସ୍କାରକ ହୋଇଥାନ୍ତ, ତେବେ ସେହି ସମୟରେ କେଉଁ ସାମାଜିକ କୁପ୍ରଥାର ପ୍ରଚଳନକୁ ରୋକିବାକୁ ଚାହିଁଥାନ୍ତ? ଯାହାକୁ ରୋକିବା ଦ୍ବାରା ଭାରତ ପଛୁଆ ହୋଇ ରହି ନଥାନ୍ତା। ବ୍ୟାଖ୍ୟା କର?

ଉତ୍ତରରେ କୁନି ପିଲା ଜଣକ ଲେଖିଛନ୍ତି, ‘ମୁଁ ବିଧବା ପୁନର୍ବିବାହ ଆଇନ ପ୍ରଣୟନ କରିଥାନ୍ତି।’ ତାହାକୁ ସେ ପୂରା ବ୍ୟାଖା କରି କହିଥିବା ବେଳେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ତାଙ୍କୁ ଖୁବ୍‌ ପ୍ରଶଂସା ବି କରିଛନ୍ତି।