ପଙ୍ଗପାଳଙ୍କୁ ଘଉଡ଼େଇବା ପାଇଁ ଶିକ୍ଷକଙ୍କ ସହ ମିଶି ‘ପଙ୍ଗପାଳ ବିପଦ ପ୍ରତିରୋଧ ଯନ୍ତ୍ର’ ଉଦ୍ଭାବନ କଲେ ଅଷ୍ଟମ ଶ୍ରେଣୀ ଛାତ୍ରୀ

ହାଇଦ୍ରାବାଦ୍‌: ଫସଲ ନ‌ଷ୍ଟକାରୀ ପଙ୍ଗପାଳଙ୍କ ମୁକାବିଲା ପାଇଁ ତେଲେଙ୍ଗାନାସ୍ଥିତ ପେଡାପାଲ୍ଲୀରେ ଥିବା ରାମଗିରି ମଣ୍ଡଳର ଚନ୍ଦନପୁର ଜିଲ୍ଲା ପରିଷଦ ଉଚ୍ଚ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ‘ପଙ୍ଗପାଳ ବିପଦ ପ୍ରତିରୋଧ ଯନ୍ତ୍ର’ ଉଦ୍ଭାବନ କରିଥିବା ଦେଖିବାକୁ ମିଳିଛି। ଛାତ୍ରୀ ଜଣକ ତାଙ୍କ ବିଜ୍ଞାନ ଶିକ୍ଷକଙ୍କ ସହିତ ମିଶି ଏହି ଯନ୍ତ୍ର ଉଦ୍ଭାବନ କରିଥିବା ସୂଚନା ରହିଛି। ଏହି ଯନ୍ତ୍ରରୁ ବାହାରୁଥିବା ଶବ୍ଦ‌କୁ ଭୟ କରି ପଙ୍ଗପାଳମାନେ ଦୂରେଇ ଯାଉଛନ୍ତି ବୋଲି ବୋଲି ଛାତ୍ରୀ ଜଣକ କହିଛନ୍ତି।

ଗ୍ରାମୀଣ ଉଦ୍ଭାବନକାରୀମାନଙ୍କ ପାଇଁ ତେଲେଙ୍ଗାନା ଇନୋଭେସନ୍ ସେଲ୍ ଦ୍ୱାରା ଆୟୋଜିତ ଏକ ପ୍ରତିଯୋଗିତାରେ ପେଡାପାଲ୍ଲୀ ଜିଲ୍ଲା ଦ୍ୱାରା ଦାଖଲ ହୋଇଥିବା ତିନୋଟି ଉଦ୍ଭାବନ ମଧ୍ୟରୁ ଏହା ହେଉଛି ଅନ୍ୟତମ।

Ars Technica

ଏହି ଯନ୍ତ୍ର କେବଳ ପଙ୍ଗପାଳଙ୍କୁ ଘଉଡ଼ାଇବାକୁ ନୁହେଁ ବରଂ ଫସଲ ନଷ୍ଟ କରୁଥିବା ମାଙ୍କଡ ଏବଂ ବଣୁଆ ଘୁଷୁରୀମାନେ ମଧ୍ୟ ଏହି ଯନ୍ତ୍ରର ଶବ୍ଦ ଶୁଣିଲେ ଦୂରେଇ ଯାଉଛନ୍ତି ବୋଲି ବିଜ୍ଞାନ ଶିକ୍ଷକ ଟି ସମ୍ପାଥ କୁମାର ଦାବି କରିଛନ୍ତି।

ଏହି ଯନ୍ତ୍ର ତିଆରିବାରେ ଛାତ୍ରୀ ଏମ୍‌ ରଜଞ୍ଜଳୀଙ୍କୁ ସାହାଯ୍ୟ କରିଥିବା ବିଜ୍ଞାନ ଶିକ୍ଷକ କହିଛନ୍ତି, ‘ରଜଞ୍ଜଳୀଙ୍କ ବାପାମାଆ ପରିବା ବିକ୍ରି କରନ୍ତି। ତାଙ୍କ କ୍ଷେତରୁ ପୂର୍ବରୁ ମାଙ୍କଡ଼ ପଶି ଫସଲ ନଷ୍ଟ କରି ଦେଉଥିଲେ। ରଜଞ୍ଜଳୀ ଆସି ତାଙ୍କ ସମସ୍ୟା ମୋ ଆଗରେ କହିଲେ। ଆମେ ଇଣ୍ଟର୍‌ନେଟ୍‌ରୁ କିଛି ପଶୁଙ୍କ ଶବ୍ଦ ଡାଉନ୍‌ଲୋଡ କରି ଚିପ୍‌ରେ ଭରିଲୁ। ସେହି ଚିପ୍‌କୁ ସେନ୍‌ସର ଲାଗିଥିବା ଏକ ଡିଭାଇସ୍‌ରେ ଭର୍ତ୍ତି କଲୁ। ଡିଭାଇସ୍‌ଟି ସାତ ମିଟର୍‌ ଭିତରେ କେହି ଆସିଲେ ଶବ୍ଦ କରିବା ଆରମ୍ଭ କଲା। ସେଇଟୁ ଏହି ଯନ୍ତ୍ରର ପରିକଳ୍ପନା ଜନ୍ମ ନେଲା। ଏହି ଯନ୍ତ୍ରକୁ କ୍ଷେତରେ ପରୀକ୍ଷା କରାଯାଇଛି। ଏହା ଭଲ କାମ ଦେଉଛି। ଏହାକୁ ପଶୁମାନଙ୍କ କବଳରୁ ଫସଲକୁ ବଞ୍ଚାଇ ରଖିବା ପାଇଁ ରାତିରେ ବି କ୍ଷେତରେ ବ୍ୟବହାର କରିହେବ। ଏହାର ଦାମ ରହିଛି ୧୨୦୦ ଟଙ୍କା। ।’ ଏଥିରେ ଆଗକୁ ଲାଉଡ୍‌ସ୍ପିକର୍‌ ଲଗାଯିବ।

ସମ୍ବନ୍ଧିତ ଖବର