ଶ୍ରେଶୀଗୃହରେ ଅଜଗର, ଶିକ୍ଷକ ଓ ଛାତ୍ରଛାତ୍ରୀ ଭୟଭୀତ

ନୂଆଦିଲ୍ଲୀ: ନିକଟରେ ଜଣେ ଶିକ୍ଷକ ବିଜ୍ଞାନ ଶ୍ରେଣୀଗୃହରେ ଏକ ଅଜଗର ସାପ ଥିବା ଦେଖି ଭୟଭୀତ ହୋଇଯାଇଥିଲେ। ସେ ଏହି ଶ୍ରେଣୀଗୃହରେ ପିଲାମାନଙ୍କୁ ଜୀବଜନ୍ତୁଙ୍କ ମଡେଲ ଦେଖାଇ ପାଠପଢ଼ାଉଥିବା ବେଳେ ବାସ୍ତବରେ ଏଭଳି ଦୃଶ୍ୟ ଆଶ୍ଚର୍ଯ୍ୟ କରି ଦେଇଥିଲା।

ଗତ ସପ୍ତାହରେ ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡର ସନସାଇନ କୋଷ୍ଟ ସ୍ନେକ କ୍ୟାଚର୍ସଙ୍କ ପାଖକୁ ଜଣେ ସ୍କୁଲ ଶିକ୍ଷକଙ୍କ ଫୋନ ଆସିଥିଲା। ଏହି ଶିକ୍ଷକ ଜଣକ କହିଥି‌ଲେ କି ସେ ଶ୍ରେଣୀଗୃହ ଭିତରେ ଏକ ଅଜଗର ସାପକୁ ଦେଖିବାକୁ ପାଇଛନ୍ତି। ଏହି ସମୟରେ ସେ ଆଉ କିଛି ଛାତ୍ରଛାତ୍ରୀ ଶ୍ରେଣୀଗୃହରେ ଉପସ୍ଥିତ ଥିଲେ।

ସ୍ନେକ କ୍ୟାଚର୍ସ ଏହି ଫୋନ କଲ ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଜଗରକୁ ଉଦ୍ଧାର କରି ନେଇଥିଲେ। ଉଦ୍ଧାର ଅଜଗର ସହିତ ସେ କିଛି ଫଟୋ ଉଠାଇବା ପରେ  ଉକ୍ତ ଅଜଗରକୁ ସୁରକ୍ଷିତ ଭାବେ ଜଙ୍ଗଲ‌ରେ ଛାଡ଼ି ଦେଇଥିଲେ।

ଉଦ୍ଧାର ହୋଇଥିବା ଅଜଗର ଲମ୍ବ ୨.୪ ମିଟର ଥିଲା। ଏହି ପ୍ରଜାତିର ଅଜଗରର ଲମ୍ବ ୪ମିଟର ପର୍ଯ୍ୟନ୍ତ ହୋଇପାରେ। ୨୦ବର୍ଷରୁ ଅଧିକ ଦିନ ଏମାନେ ବଞ୍ଚିପାରନ୍ତି। ସାଧାରଣତଃ ଏଭଳି ଅଜଗର ଅଧିକାଂଶ ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିଥାଏ।

ସମ୍ବନ୍ଧିତ ଖବର