ଜଳବାୟୁ ପରିବର୍ତ୍ତନ ମଶାମାନଙ୍କୁ ମାରତ୍ମକ ରୋଗର ବାହକ କରାଉଛି

ବିଶ୍ୱର ଉତ୍ତାପ ବୃଦ୍ଧି ଏବେ ବିଶ୍ୱବାସୀଙ୍କ ଚିନ୍ତାର କାରଣ ହୋଇ ଉଭା ହୋଇଛି। ବିଶ୍ୱବ୍ୟାପୀ ଉତ୍ତାପ ବୃଦ୍ଧିଜନିତ ଅସୁସ୍ଥତା ହିଁ ଚିନ୍ତାର ପ୍ରଧାନ କାରଣ ବୋଲି କୁହାଯାଉଛି।

କେବଳ ସ୍ୱାସ୍ଥ୍ୟ ନୁହେଁ, ଜଳବାୟୁ ପରିବର୍ତ୍ତନ ମଶା ଏବଂ ଅନ୍ୟାନ୍ୟ କୀଟପତଙ୍ଗମାନଙ୍କୁ ଟାଣୁଆ କରି ଦେଉଥିବାରୁ ସେମାନେ ଚିକୁନ୍‌ଗୁନିଆ ଭଳି ମାରାତ୍ମକ ପରଜୀବୀ କୀଟାଣୁ ଦେହ ମଧ୍ୟକୁ ଛାଡୁଛନ୍ତି।

ପୂର୍ବ ଆଙ୍ଗିଲା ବିଶ୍ୱବିଦ୍ୟାଳୟ କରିଥିବା ଗବେଷଣା ଅନୁଯାୟୀ, ବିଶ୍ୱର ଉତ୍ତାପ ବୃଦ୍ଧି ୧. ୫ ଡିଗ୍ରି ସେଲ୍‌ସିୟସ୍‌ ମଧ୍ୟରେ ସୀମିତ ରହିଲେ ବିଶ୍ୱର କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବାର୍ଷିକ ୩. ୩ ନିୟୁତ ଡେଙ୍ଗୁଜର ମାମଲା ଏଡ଼ାଇ ହେବ। ବିଶ୍ୱ ଉତ୍ତାପ ୩. ୭ ଡିଗ୍ରୀ ସେଲ୍‌ସିୟସ୍‌ ରହିଲେ ଏ ଶତାବ୍ଦୀର ମଧ୍ୟ ଭାଗ ସୁଦ୍ଧା ଏହା ବିଶ୍ୱରେ ୭. ୫ ନିୟୁତ ଡେଙ୍ଗୁରୋଗୀ ସୃଷ୍ଟିର କାରଣ ହେବ।

ଭାରତରେ ମଧ୍ୟ ଚିକୁନଗୁନିଆ ବୃଦ୍ଧି ପାଇବାର ଦେଖା ଯାଉଛି। ୨୦୧୬ରେ ଦିଲ୍ଲୀରେ ରିପୋର୍ଟ କରାଯାଇଥିବା ଚିକୁନ୍‌ଗୁନିଆ କେସ୍‌କୁ ଆଧାର କରି ଗବେଷକମାନେ ତାଙ୍କର ମଡେଲ୍‌ କରିଛନ୍ତି। ଦକ୍ଷିଣ ଭାରତ ଏବଂ ବିଶ୍ୱ ଉତ୍ତାପ ସହ ଚିକୁନ୍‌ଗୁନିଆ କେସ୍‌ ବୃଦ୍ଧି ପାଇବାର ସମ୍ବନ୍ଧ ଥିବା କଥା ମଧ୍ୟରେ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କେମିକାଲ୍‌ ଟେକ୍ନୋଲଜିର ବିଜ୍ଞାନୀମାନେ ଜାଣିବାକୁ ପାଇଛନ୍ତି। ସେମାନେ ଲକ୍ଷ କରିଥିଲେ ଯେ ସେହି ଏକା ବର୍ଷ ଭାରତର ବିଭିନ୍ନ ପ୍ରାନ୍ତରେ ବୃଦ୍ଧି ପାଇଥିବା ଚିକୁନ୍‌ଗୁନିଆ କେସ୍‌ ଥିଲା ଗୋଟିଏ ଦଶନ୍ଧିରେ ସର୍ବାଧିକ।

ସମ୍ବନ୍ଧିତ ଖବର