ଓଟ ପାଇଁ ପୋଷାକ

ସ୍ବତନ୍ତ୍ର ପୋଷାକ ଦ୍ବାରା ଖେଳାଳିଙ୍କ ଦକ୍ଷତା ବଢ଼ୁଥିବା ବିଶ୍ବାସ କରାଯାଏ। ପଶୁଙ୍କ କ୍ଷେତ୍ରରେ ମଧ୍ୟ ଏହା ସତ୍ୟ। ଓଟ ଏବଂ ଘୋଡ଼ାଙ୍କ ଦକ୍ଷତା ବଢ଼ାଇବା ନିମନ୍ତେ ସ୍ବତନ୍ତ୍ର ପୋଷାକ ତିଆରିକରୁଛି ଅରବୀ କ˚ପାନି- ‘ଅଲ୍‌ ସିବ୍‌ଲା’। ଲାଇକ୍ରା ବ୍ୟବହାର କରି ଏହି ପୋଷାକ ସିଲେଇ କରାଯାଉଛି। ଲାଇକ୍ରା ହାଲୁକା, କୋମଳ ଓ ବହଳିଆ; ଏହା ବେଶ୍‌ ଆରାମଦାୟକ। ଓଟଙ୍କୁ ସ୍ବତନ୍ତ୍ର ଭାବେ ଲାଇକ୍ରା ତିଆରି ଚିପା ପୋଷାକ ପିନ୍ଧାଇଲେ, ସେମାନଙ୍କ ମା˚ସପେଶୀକୁ ରକ୍ତ ଓ ଅମ୍ଳଜାନ ପ୍ରବାହ ବଢ଼ିବ। ଲାକ୍‌ଟିକ୍‌ ଅମ୍ଳ ସୃଷ୍ଟି କମିବ; ଫଳରେ ଦୌଡ଼ିବା ବେଳେ ସେମାନଙ୍କର ପେଶୀରେ ସମସ୍ୟା ହେବନାହିଁ।

ସମ୍ବନ୍ଧିତ ଖବର