ଲକ୍ଷ୍ମୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତିନି ଦିନିଆ ଉତ୍ତରାଖଣ୍ଡଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ତାଙ୍କ ଜନ୍ମସ୍ଥାନ ପଞ୍ଚୁରରେ ପହଞ୍ଚି ଭଣଜାଙ୍କ ବିବାହରେ ଯୋଗଦେବେ। 

Advertisment

ମୁଖ୍ୟମନ୍ତ୍ରୀ ଯୋଗୀ ଉତ୍ତରାଖଣ୍ଡରେ ପହଞ୍ଚିବା ପରେ ତାଙ୍କର ଏକ ଭିନ୍ନ ପାର୍ଶ୍ୱ ଦେଖିବାକୁ ମିଳିଥିଲା। ଉତ୍ତରାଖଣ୍ଡରେ ଏକ ପରିବାର ସେମାନଙ୍କର ୮ ମାସର ପିଲାକୁ ‌ଯୋଗୀଙ୍କ ବେଶରେ ସଜାଇ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆଣିଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀ ଶିଶୁକୁ ଦେଖିବା ମାତ୍ରେ ଖୁବ ଖୁସି ହୋଇ ତାଙ୍କ କୋଳକୁ ନେଇଯାଇଥିଲେ। l 


ମୁଖ୍ୟମନ୍ତ୍ରୀ ଯୋଗୀ ଉକ୍ତ ଶିଶୁକୁ ନିଜ ବେଶରେ ସଜେଇ ହୋଇଥିବା ଦେଖି ସଙ୍ଗେସଙ୍ଗେ କୋଳେଇ ନେଇ ଖୁବ ସ୍ନେହ କରିଥିଲେ ଖୁବ ଖୁସି ହୋଇଯାଇଥିଲେ।  ଏହି ସୁନ୍ଦର ମୁହୂର୍ତ୍ତର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯାହାକୁ ବ୍ୟବହାରକାରୀମାନେ ପସନ୍ଦ କରିବା ସହିତ ବହୁଳ ଭାବରେ ସେୟାର କରୁଛନ୍ତି।