ବେଙ୍ଗାଲୁର: ସାଧାରଣତଃ ନାଗ ଏକ ଭୟଙ୍କର ବିଷଧର ସାପ ଭାବେ ଜଣାଶୁଣା। ମାତ୍ର ଦକ୍ଷିଣ ଭାରତରେ ନାଗକୁ ଦେବତା ଭାେବେ କେତେକ ଲୋକ ପୂଜା କରିଥାନ୍ତି। ତେବେ ଗତକାଲି ଅପରାହ୍ଣରେ କର୍ଣ୍ଣାଟକର ଚିକ୍ମାଗାଲୁର ଜିଲ୍ଲାର ହୋଲମକ୍କି ଗାଁରେ ଥିବା ଜଣେ କୃଷକଙ୍କ ଚାଷଜମିରେ ଦେଖା ଦେଇଥିବା ଏକ ବିରଳ ନାଗ ସାପର ଭିଡିଓ ଏବେ ଚର୍ଚ୍ଚାର କାରଣ ହୋଇଛି। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ହଜାରହଜାର ଲୋକେ ଏହି ଭିଡିଓକୁ ଦେଖି ସାରିଲେଣି।
ମିଳିଥିବା ସୂଚନା ଅନୁଯାୟୀ, ଏହି ନାଗର ଫଣାରେ ଥିବା କଠଉ ଚିହ୍ନ ଅସମ୍ଭବ ଭାବେ ଲାଲ ହୋଇ ସେଥିରୁ ଜ୍ୟୋତି ବାହାରୁଥିବା ଲୋକେ ଦେଖିଥିଲେ। ତେଣୁ ଏହି ସାପ ସାଧାରଣ ସାପ ନୁହେଁ, ବରଂ ଦୈବୀଶକ୍ତିଯୁକ୍ତ ନାଗଦେବତା ବୋଲି କହି ସ୍ଥାନୀୟ ଲୋକେ ଏହାର ପୂଜାର୍ଚ୍ଚନା କରିବା ଆରମ୍ଭ କରି ଦେଇଥିଲେ। ପ୍ରଥମେ ି ଫଣାରୁ ଲାଲ ଜ୍ୟୋତି ବାହାରୁଥିବା ଏହି ନାଗ ସାପଟିକୁ ଦେଖି ଏକ କୁକର ଭୁକିିବାରୁ ଲୋକେ ସେଠାରେ ପହଞ୍ଚିଏହି ବିରଳ ଦୃଶ୍ୟ ଦେଖିଥିଲେ। ତେବେ ଏ ପ୍ରକାର କଥାକୁ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ବିଶ୍ୱାସ କରୁ ନାହାଁନ୍ତି। ସେମାନେ କହିଛନ୍ତି ଯେ ସାପଟି ଫଣା ତୋଳିବା ସମୟରେ ଏହାର ଫଣାରେ ଅସ୍ତଗାମୀ ସୂର୍ଯ୍ୟଙ୍କର ଲୋହିତ କିରଣ ପଡ଼ିବାରୁ ଏହା ଏକ ଉଜ୍ୱଳ ଶିଖା ଭଲି ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରିଛି। ତେବେ ଯଦି ଏହା ଅସ୍ତଗାମୀ ସୂର୍ଯ୍ୟକିରଣ ତେବେ ସମଗ୍ର ଶରୀରରେ ଜ୍ୟୋତି ନ ବାହାରି କେବଳ କଠଉ ଚିହ୍ନ ଥିବା ଅଞ୍ଚଳରେ ଜ୍ୟୋତି କାହିକିଁ ବାହାରିଛି ବୋଲି ଲୋକେ ନ୍ରଶ୍ନ କରିବା ସହିତ ସେମାନଙ୍କ ବିଶ୍ଵାସରେ ଦୃଢ଼ ରହିଛନ୍ତି।
ନାଗସାପ ଫଣାରେ ଲାଲ ଜ୍ୟୋତି, ଦୈବୀଶକ୍ତିଯୁକ୍ତ ଭାବି ଲୋକେ ଆରମ୍ଭ କଲେ ପୂଜାର୍ଚ୍ଚନା
/sambad/media/post_attachments/wp-content/uploads/2018/10/Cobra-with-Shining-Red-Hood_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)