ନୂଆଦିଲ୍ଲୀ: ହିନ୍ଦୁ ପରମ୍ପରାରେ ଅନୁଯାୟୀ ମନ୍ଦିରକୁ ଭକ୍ତମାନେ ପୂଜା କରିବାକୁ ଯିବା ସମୟରେ ଦୀପ, ଧୂପ, ଫୁଲ, ଚନ୍ଦନ, ନଡ଼ିଆ ସହିତ ବିଭିନ୍ନ ପ୍ରକାର ଫଳ ଆଦି ଭୋଗ କରିବା ପାଇଁ ନେଇ ଯାଇଥାଆନ୍ତି। ନିକଟରେ ଜଣେ ଭକ୍ତଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓଟି ଦକ୍ଷିଣ ଭାରତର ବୋଲି କୁହାଯାଉଛି।

Advertisment

ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ଭକ୍ତି ମଥାରେ ଚନ୍ଦନ ଲଗାଇ ମନ୍ଦିରକୁ ପୂଜା ପାଇଁ ନଡ଼ିଆ ନେଇ ଆସୁଛନ୍ତି। ପୂଜା ଚାଲିଥିବା ସମୟରେ ସେ ନିଜ ମଥାରେ ନଡ଼ିଆ ଫଟାଇବାକୁ ଚେଷ୍ଟା କରୁଛନ୍ତି। ଏଥିରେ ସେ ସଫଳ ବି ହେଉଛନ୍ତି। ଅର୍ଥାତ ଭକ୍ତ ଜଣକ ମୁଣ୍ଡରେ ନଡ଼ିଆକୁ ଅତି ସୁନ୍ଦରଭାବେ ଦୁଇଫାଳ କରି ଫଟାଇ ଦେଉଛନ୍ତି। କିନ୍ତୁ ଏହାର କିଛି ସମୟ ପ‌ରେ ସେ ଅଚେତ ହୋଇପଡ଼ିଯାଉଛନ୍ତି।

ତେବେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଅନ୍ୟ ଭକ୍ତମାନେ ସଙ୍ଗେସଙ୍ଗେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କର ଚିକିତ୍ସା ଜାରି ରଖିଥିବା ବେଳେ ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା କିପରି ଅଛି ସେନେଇ କିଛି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ। ଭକ୍ତଜଣକ ନଡ଼ିଆକୁ ଏପରି ଭାବେ ମୁଣ୍ଡରେ କାହିଁକି ଫଟାଇଲେ ତାହା ବି ଖବର ‌ଲେଖାହେଲା ପର୍ଯ୍ୟନ୍ତ ଜଣାପଡ଼ି ନଥିଲା।