କଫି ପିଇବା ଦ୍ୱାରା ହୋଇପାରେ କ୍ୟାନ୍‌ସର!

ଆପଣ କଫି ପିଉଛନ୍ତି କି? ଯଦି ହଁ, ତେବେ ଆପଣଙ୍କୁ ହୋଇପାରେ କ୍ୟାନ୍‌ସର! ଆମେରିକା କାଲିଫର୍ଣ୍ଣିଆର ଜଣେ ଜଜ୍‌ ରାଜ୍ୟରେ କଫି ବିକ୍ରି କରିବା ସମୟରେ କଫିରେ କ୍ୟାନ୍‌ସର ଚେତାବନୀ ଦେବାକୁ ଆଦେଶ ଦେଇଛନ୍ତି। ଏକ ଏନଜିଓ ତରଫରୁ କିଛି କଫି ସପ୍‌ ବିରୋଧରେ କରାଯାଇଥିବା ଅଭିଯୋଗର ଶୁଣାଣୀରେ ଜଜ୍‌ ଏଭଳି ନିଷ୍ପତ୍ତି ନେଇଛନ୍ତି।

ତେବେ ଏହା ପଛରେ କାରଣ ହେଉଛି କଫିରେ ଥିବା acrylamide ନାମକ ଏକ ପଦାର୍ଥ । କାଲିଫର୍ଣ୍ଣିଆ ରାଜ୍ୟରେ ସେହି ସବୁ ସାମଗ୍ରୀର ଲିଷ୍ଟ କରାଯାଇଛି, ଯାହାଦ୍ୱାରା କ୍ୟାନ୍‌ସର ହେବାର ସମ୍ଭାବନା ରହିଛି । ଆଉ ଏଥିରେ acrylamideକୁ ମଧ୍ୟ ସାମିଲ କରାଯାଇଛି। ଏହି କାରଣରୁ କଫି ଏବଂ କ୍ୟାନ୍‌ସରର ସମ୍ପର୍କକୁ ନେଇ ଯୁକ୍ତିତର୍କ ବଢିବାରେ ଲାଗିଛି। ଆସନ୍ତୁ ଜାଣିବା କଣ ସତରେ କଫି ପିଇଲେ କ୍ୟାନ୍‌ସର ହେବ?

ଓ୍ଵାସିଂଟନପୋଷ୍ଟ ଡଟ୍‌କମ୍‌ର ରିପୋର୍ଟ ଅନୁସାରେ ଏପର୍ଯ୍ୟନ୍ତ ସାଇନ୍ସର ରିପୋର୍ଟ କଫିରୁ କ୍ୟାନ୍‌ସର ହେଉଥିବା ଖବରର ସପକ୍ଷରେ ନାହିଁ। କେମିଷ୍ଟ ମିଶେଲେ ଫ୍ରେନ୍‌ସଲ ପକ୍ଷରୁ ୱେବସାଇଟରେ କୁହାଯାଇଛି ଯେ, acrylamide ଶବ୍ଦ ଶୁଣିବାକୁ ଅତ୍ୟନ୍ତ ଭୟାବହ ଅଟେ। କିନ୍ତୁ ପାଣିକୁ ମଧ୍ୟ oxidaneର କୁହାଯାଇଥାଏ, ଯାହା ଶୁଣିବାକୁ ଭଲ ଲାଗିନଥାଏ। ବିଶେଷଜ୍ଞଙ୍କ ପକ୍ଷରୁ କୁହାଯାଇଛି ଯେ, ଜଜଙ୍କ ନିଷ୍ପତ୍ତି କାରଣରୁ ଲୋକମାନଙ୍କୁ ନିଜ ଜୀବନ ଶୈଳୀରେ ପରିବର୍ତ୍ତନ କରିବା ଉଚିତ ନୁହେଁ।

ପ୍ରକୃତରେ କଫି ଅଧିକମାତ୍ରାରେ acrylamide ସେବନ ଦ୍ୱାରା କ୍ୟାନ୍‌ସର ହେବାର ସମ୍ଭାବନା ରହିଛି। ସାଧାରଣତଃ କଫିରେ ଏହାର ମାତ୍ରା ଅଳ୍ପ ରହିଥାଏ। ବୋଷ୍ଟନର ଜଣେ ପ୍ରଫେସର କହିଛନ୍ତି ଯେ, କଫିରୁ କ୍ୟାନ୍‌ସର ହେଉଥିବା ଏହି ଥିଓରି ଶକ୍ତ ନୁହେଁ। ଏହା ଉପରେ ଆହୁରି ଅଧିକ ରିସର୍ଚ କରିବାର ଆବଶ୍ୟକତା ରହିଛି।

ଆମେରିକାର ନ୍ୟାସନାଲ କଫି ଆସୋସିଏସନ କହିଛି ଯେ, କଫିରେ କ୍ୟାନ୍‌ସର ଚେତାବନୀ ଦେବା ଲୋକମାନଙ୍କୁ ଭ୍ରମିତ କରିବା ସଦୃଶ ହେବ। ଆମେରିକା ସରକାର ନିଜର ଡାୟଟ ଗାଇଡଲାଇନରେ କଫିକୁ ସ୍ୱାସ୍ଥ୍ୟ ଜୀବନଶୈଳୀର ହିସାବ କରିଥିଲେ।

ବିବିସି ଅନୁସାରେ, ଗତ ବର୍ଷ ୟୁରୋପର ୧୦ଟି ଦେଶରେ ପାଖାପାଖି ୫ଲକ୍ଷ ଲୋକଙ୍କ ଉପରେ ଏକ ଷ୍ଟଡି କରାଯାଇଥିଲା। ଯେଉଁଥିରୁ ଜଣାପଡିଥିଲା ଯେ, ଦିନରେ ତିନି କପ୍‌ କଫି ପିଇଲେ ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ।

କିନ୍ତୁ, ଅନେକ ବିଶେଷଜ୍ଞ କହିଛନ୍ତି ଯେ, ଏହା କହିବା ଅସମ୍ଭବ ହେବ ଯେ, କଫି ପିଇବା ଦ୍ୱାରା ଏହା ଶରୀର ପାଇଁ ଲାଭଦାୟକ ହୋଇଥାଏ।

ଆପଣଙ୍କୁ କହିରଖୁଛୁ, ଯଦି କୌଣସି ଖାଦ୍ୟ ପଦାର୍ଥକୁ ଉଚ୍ଚ ତାପମାତ୍ରାରେ ଅନେକ ସମୟ ଧରି ରୋଷ୍ଟ କିମ୍ବା ଫ୍ରାଏ କରାଯାଏ, ତେବେ ଏଥିରେ acrylamide ତିଆରି ହୋଇଥାଏ। ପଶୁମାନଙ୍କ ଉପରେ କରାଯାଇଥିବା ରିସର୍ଚରୁ ଏହା ସାମ୍ନାକୁ ଆସିଛି ଯେ, acrylamide ଟ୍ୟୁମର ସୃଷ୍ଟି କରିଥାଏ।

ସମ୍ବନ୍ଧିତ ଖବର