ଗତ ୨୦୨୪ ମସିହାରେ ହାରାହାରି କଫି ଦର ପୂର୍ବ ବର୍ଷ ତୁଳନାରେ ୩୮.୮% ବୃଦ୍ଧି ପାଇଥିଲା ବୋଲି ଫୁଡ୍ ଆଣ୍ଡ୍ ଏଗ୍ରିକଲ୍ଚର୍ ଆସୋସିଏସନ୍ (ଏଫ୍ଏଓ)ର ଏକ ରିପୋର୍ଟରୁ ପ୍ରକାଶ ପାଇଛି। ୨୦୨୪ ମସିହାରେ କଫି ଦର ବହୁ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ଯଦି କଫି ଉତ୍ପାଦନ ଓ ଯୋଗାଣରେ ବାଧା ଉପୁଜେ, ତେବେ ୨୦୨୫ରେ କଫି ମୂଲ୍ୟ ନୂଆ ରେକର୍ଡ କରିବ ବୋଲି ଏଫ୍ଏଓ ଦର୍ଶାଇଛି।
ଗତ ଡିସେମ୍ବରରେ କଫି ବଜାରରେ ସର୍ବାଧିକ ପସନ୍ଦଯୋଗ୍ୟ ‘ଆରବିକା’ ନାମକ କଫିର ମୂଲ୍ୟ ପୂର୍ବ ବର୍ଷ ତୁଳନାରେ ୫୮% ବୃଦ୍ଧି ପାଇଥିଲା। ସେହିପରି ‘ରୋବଷ୍ଟା’ କଫିର ମୂଲ୍ୟରେ ୭୦% ବୃଦ୍ଧି ଘଟିଥିଲା। ପ୍ରମୁଖ କଫି ଉତ୍ପାଦନକାରୀ ଅଞ୍ଚଳ ମଧ୍ୟରେ ଇଥିଓପିଆରେ କଫି ମଞ୍ଜି ଉତ୍ପାଦନ ମୂଲ୍ୟ ପୂର୍ବ ବର୍ଷ ତୁଳନାରେ ସର୍ବାଧିକ ୧୭.୮% ବୃଦ୍ଧି ପାଇଥିଲା। ସେହିପରି ଇଣ୍ଡୋନେସିଆରେ ୧୫.୯%, ବ୍ରାଜିଲରେ ୧୩.୬%, କେନିଆରେ ୧୨.୩%, କଲମ୍ବିଆରେ ୧୧.୭% ଓ ଭିଏତ୍ନାମରେ ୫.୮% ଦର ବୃଦ୍ଧି ପାଇଥିଲା।
ବ୍ରାଜିଲ ଓ ଭିଏତ୍ନାମ ମିଳିତ ଭାବରେ ବିଶ୍ବର ପ୍ରାୟ ୫୦% କଫି ଉତ୍ପାଦନ କରୁଥିବା ବେଳେ ସାମ୍ପ୍ରତିକ ମୂଲ୍ୟ ବୃଦ୍ଧି ପଛରେ ଭିଏତ୍ନାମରୁ ସୀମିତ ପରିମାଣ ରପ୍ତାନି, ଇଣ୍ଡୋନେସିଆରେ ଉତ୍ପାଦନ ହ୍ରାସ ଏବଂ ବ୍ରାଜିଲରେ କଫି ଉତ୍ପାଦନକୁ ପ୍ରଭାବିତ କରୁଥିବା ପ୍ରତିକୂଳ ପାଗ ଆଦିର ମୁଖ୍ୟ ଭୂମିକା ରହିଛି। ଭିଏତ୍ନାମରେ ଦୀର୍ଘକାଳୀନ ଶୁଷ୍କ ପାଗ ଯୋଗୁଁ ୨୦୨୩-୨୪ରେ କଫି ଉତ୍ପାଦନ ୨୦% କମିଥିଲା। ସେହିପରି ୨୦୨୩ ଏପ୍ରିଲ-ମେ’ରେ ପ୍ରବଳ ବର୍ଷା ଯୋଗୁଁ ଇଣ୍ଡୋନେସିଆରେ ବାର୍ଷିକ କଫି ଉତ୍ପାଦନ ୧୬.୫% କମିଥିଲା। ବ୍ରାଜିଲରେ ମଧ୍ୟ ବାର୍ଷିକ ଉତ୍ପାଦନରେ ୫.୫% ବୃଦ୍ଧିର ସରକାରୀ ଆକଳନ କରାଯାଇଥିବା ବେଳେ ଶୁଷ୍କ ଓ ଗରମ ପାଗ ଯୋଗୁଁ ଉତ୍ପାଦନ ୧.୬% କମିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/18/ch6C8hIVOqwkXW4VGUDl.jpg)