ରାତିସାରା ୩୨କିମି ଚାଲିଚାଲି ଅଫିସରେ କାହିଁକି ପହଞ୍ଚିଥିଲା ଏହି ଛାତ୍ର ଜାଣନ୍ତୁ

ନୂଆଦିଲ୍ଲୀ: ଅନେକ ଥର ଏମିତି ଘଟଣା ସବୁ ସାମ୍ନାକୁ ଆସିଥାଏ, ଯାହାକୁ ପଢ଼ି ମନକୁ ଆଶ୍ୱସ୍ତି ମିଳିବା ସହିତ ଓ ଖୁସି ବି ଲାଗିଥାଏ। ଏମିତି ଏକ ମାମଲା ସାମ୍ନାକୁ ଆସିଛି, ଜଣେ କଲେଜ ପଢ଼ୁଆ ଛାତ୍ରର ନୂଆନୂଆ ଚାକିରି ହୋଇଥାଏ। ନିଜର ନୂଆ ଚାକିରିରେ ପ୍ରଥମ ଦିନ ଯେମିତି ବିଳମ୍ବ ନପହଞ୍ଚେ ସେଥିପାଇଁ ସେ ଅଧ ରାତିରୁ ଅଫିସ ପାଇଁ ବାହାରି ଯାଇଥିଲା। କିନ୍ତୁ ରାସ୍ତାରେ ଯାଉଥିବା ସମୟରେ ହଠାତ୍‌ ତାର କାର ଖରାପ ହୋଇଯାଇଥିଲା। ଏଭଳି ପରିସ୍ଥିତିରେ ସେ ପାଖାପାଖି ୩୨କିମି ପର୍ଯ୍ୟନ୍ତ ପାଦରେ ଚାଲିଚାଲି ଅଫିସରେ ପହଞ୍ଚିଥିଲା। ଅଫିସ ପ୍ରତି ପିଲାଟିର ସମର୍ପଣ ଭାବ ଦେଖି ବୋସ ତାକୁ ଖୁସି ହୋଇ ନିଜ କାର ଉପହାରରେ ଦେଇଥିଲେ।

ଏଭଳି ଏକ ମାମଲା ଆମେରିକାର ଅଲବାମାରେ ରହୁଥିବା ଛାତ୍ର ଓ୍ଵାଲଟର କାର୍ରଙ୍କ ସହିତ ଘଟିଛି। କଲେଜ ପଢ଼ୁଥିବା ସମୟରେ ଛାତ୍ରର ପ୍ରଥମ ଥର ଚାକିରି ହୋଇଥିଲା ଓ ତାକୁ ସକାଳ ୮ଟା ସମୟରେ ଅଫିସରେ ପହଞ୍ଚିବାର ଥାଏ। ଅଫିସର ପ୍ରଥମ ଦିନ ସେ ଯେପରି ବିଳମ୍ବରେ ନପହଞ୍ଚେ ସେଥିପାଇଁ ରାତିରୁ ହିଁ ଘରୁ ବାହାରି ଆସିଥିଲା। କିଛି ବାଟ ଆସିବା ପରେ ତାଙ୍କ କାର ଖରାପ ହୋଇଯାଇଥିଲା। ସେ କାରକୁ ଠିକ୍‌ କରିବା ପାଇଁ ବହୁତ ଚେଷ୍ଟା କରିଥିଲେ କିନ୍ତୁ ଅସଫଳ ରହିଥିଲେ। ସେଠାରେ କୌଣସି ଗାଡ଼ିବି ତାଙ୍କୁ ମିଳି ନଥିଲା। ତେଣୁ ସେ ଅଫିସରେ ପହଞ୍ଚିବା ପାଇଁ ସ୍ଥିର କରି ୩୨କିମି ବାଟ ରାତିସାରା ପାଦରେ ଚାଲିଚାଲି ସକାଳ ୪ଟାରେ ଅଫିସ ନିକଟରେ ପହଞ୍ଚଥିଲା। ଏତେଗୁଡାଏ ବାଟ ଚାଲିଚାଲି ଆସିଥିବା ହେତୁ ଥକି ପଡ଼ିଥିଲା ଓ୍ଵାଲଟର । ତେଣୁ ନିକଟରେ ଥିବା ଏକ ପାର୍କରେ ବସି ସେ ବିଶ୍ରାମ ନେଉଥିଲା।

ଏହି ସମୟରେ ଜଣେ ପୁଲିସ ଅଧିକାରୀ ଆସି ଓ୍ଵାଲଟରଙ୍କ ପାଖରେ ପହଞ୍ଚି ସେଠାରେ ବସିବାର କାରଣ ପଚାରଥିଲେ। ଓ୍ଵାଲଟର ପୂରା ଘଟଣା ପୁଲିସ ଅଧିକାରୀଙ୍କୁ ଜଣାଇଥିଲେ। ପୁଲିସ ଅଧିକାରୀ ପିଲାଠାରୁ ସବୁକଥା ଶୁଣିବା  ପରେ ପ୍ରଥାମ ତାକୁ ଖାଇବାକୁ ଦେଇଥିଲେ। ଏହାପରେ ଓ୍ଵାଲଟର ଅଫିସରରେ ମନ ଦେଇ କାମ କରିଥିଲା ଓ ଅଫିସ ଛୁଟି ହେବା ପରେ ଯିବା ପାଇଁ କୌଣସି ସୁବିଧା ନଥିବାରୁ ପୁଣି ଚାଲିଜାଲି  ଘରକୁ ଯିବା ପାଇଁ ସ୍ଥିର କରିଥିଲା। ଏହି ସମୟରେ ତାକୁ ସେହି ପୁଲିସ ଅଧିକାରୀ ତାଙ୍କୁ ସାହାର୍ଯ୍ୟ କରିଥିଲେ।  ଓ୍ଵାଲଟରଙ୍କ କହାଣୀ ପୁଲିସ ଅଧିକାରୀ ତାଙ୍କ ଟୁଇଟରରେ ଫୋଷ୍ଟ କରିଥିଲେ। ଏହି ପୋଷ୍ଟକୁ ଦେଖି େଓ୍ଵଲହାପ୍ସ କମ୍ପାନି ସିଇଓ ଲ୍ୟୁକ ମାର୍କଲିନ୍‌ ଓ୍ଵାଲଟରଙ୍କ ଉପରେ ପ୍ରଭାବିତ ହୋଇ ତା’ପର ଦିନ ଓ୍ଵାଲଟରଙ୍କୁ ତାଙ୍କ କାର ଉପହାର ଦେଇଥିଲେ ଏବଂ କହିଥିଲେ ଏଭଳି କର୍ମଚାରୀ ଖୁବ୍‌ କମ୍‌ ମିଳି ଥାଆନ୍ତି।

 

ସମ୍ବନ୍ଧିତ ଖବର