ପୃଥିବୀର ସର୍ବୋଚ୍ଚ ଶୃଙ୍ଗ ଏଭରେଷ୍ଟରେ କେହି ସଂଖ୍ୟାଧିକ ଥର ପାଦ ଦେବା କଥା ଆମେ ପଢ଼ିଛୁ। ଏପରିକି ଭିନ୍ନକ୍ଷମ ବ୍ୟକ୍ତି ଏଭରେଷ୍ଟ ଚଢ଼ିବା ପରି ଦୁଃସାହସିକ କାର୍ଯ୍ୟ କରିଥିବାର ନଜିର ରହିଛି। ସେହିପରି ଅନେକ ପର୍ବତାରୋହୀ ଏହି ଉଚ୍ଚତମ ସ୍ଥାନରେ ନିଜ ଦେଶର ଜାତୀୟ ପତାକା ଉଡ଼ାଇବାର ଗୌରବ ଅର୍ଜନ କରିଥାନ୍ତି। ତେବେ ଦୁଇ ଜଣ ମହିଳା ପର୍ବତାରୋହୀ ଏଭରେଷ୍ଟର ୫,୩୦୯ ମିଟର ଉପରେ ଥିବା ବେସ୍‌ କ୍ୟାମ୍ପରେ ପହଞ୍ଚି ଦୀର୍ଘ ସମୟ ଧରି ହାସ୍ୟକଳା ପ୍ରଦର୍ଶନ କରିବାର ଗିନିଜ୍‌ ବିଶ୍ବ ରେକର୍ଡ ସ୍ଥାପନା ଏବେ ଚର୍ଚ୍ଚାର ବିଷୟ ହୋଇଛି।

Advertisment

publive-image

ଗତ ୫ ତାରିଖରେ ଏଲି ଗିବସନ୍‌ ଓ ହେଲେନ୍‌ ଥର୍ଣ୍ଣ ଏ ବିରଳ ରେକର୍ଡର ଅଧିକାରିଣୀ ହୋଇଛନ୍ତି। ‘ଦି ସ୍କମି ମମିଜ୍‌’ ନାମରେ ପରିଚିତ ୟୁକେର ଏହି ବ୍ୟଙ୍ଗ କଳାକାର ଦ୍ବୟ ଏଭରେଷ୍ଟର ବେସ୍‌ କ୍ୟାମ୍ପଠାରେ ପାଖାପାଖି ୩୦ ଜଣ ଦର୍ଶକଙ୍କ ସମ୍ମୁଖରେ ଦୀର୍ଘ ୩୨ ମିନିଟ୍‌ ଧରି ହାସ୍ୟରସାତ୍ମକ ଅଭିନୟ ପ୍ରଦର୍ଶନ କରିଥିଲେ।

ଏହି ଅବସରରେ ସେମାନେ ଏହି ଅଭିଯାନ ପାଇଁ ନିଜର ପ୍ରସ୍ତୁତି ସମ୍ପର୍କରେ ବଖାଣିଥିଲେ। ସେମାନଙ୍କର ଏହି ହାସ୍ୟ ସମ୍ବଳିତ ଭିଡିଓ ସାମାଜିକ ଗଣମାଧ୍ୟମରେ ଅପ୍‌ଲୋଡ୍‌ ହେବାର ତିନି ଦିନ ଭିତରେ ୧୦ ହଜାର ଦର୍ଶକ ତାହାକୁ ଉପଭୋଗ କରିବା ସହ ରୋଚକ ଟିପ୍ପଣୀମାନ ଦେଇଛନ୍ତି।