ଚାଇନା କମ୍ପାନି ବିୱାଇଡି (ବିଲ୍‌ଡ ୟୋର୍‌ ଡ୍ରିମ୍‌) ଏବେ ଭାରତରେ ପ୍ରବେଶ କରିବାକୁ ଯାଉଛି। ବିୱାଇଡିର ଲାଟେଷ୍ଟ୍‌ ମଡେଲ୍‌ ବିୱାଇଡି ଡଲ୍‌ଫିନ୍‌ର ଭାରତୀୟ ମୂଲ୍ୟ ୧୧.୪୯ ଲକ୍ଷ ଟଙ୍କା ରହିଛି, ଯାହାକି ଅନ୍ୟ ଇଲେକ୍ଟ୍ରିକ୍‌ କାର୍‌ ଦାମ୍‌ ତୁଳନାରେ ପାଖାପାଖି ୪.୭୦% କମ୍‌। ଏହାର ୩୨ କିଲୋୱାଟ୍‌ର ବ୍ୟାଟେରି ପାୱାର୍‌ ରହିଛି। ଏହାକୁ ଥରେ ପୂରା ଚାର୍ଜ କଲେ ୩୦୨ରୁ ୪୨୦ କି.ମି. ଯାତ୍ରା କରିହେବ।

Advertisment

ଏଥିରେ ଭିଗାନ୍‌ ଲେଦର୍‌ ସିଟ୍‌, ପାନୋରାମିକ୍‌ ସନ୍‌ରୁଫ୍‌ ଗ୍ଲାସ୍‌, ୧୨.୮ ଇଞ୍ଚର ଇଲେକ୍ଟ୍ରିକାଲ୍‌ ରୋ‌ଟେବଲ୍‌ ଟଚ୍‌ସ୍କ୍ରିନ୍‌, ହାଇ ବିମ୍‌ ଆସିଷ୍ଟ୍‌, ମଲ୍‌ଟି ଫଙ୍କସନ୍‌ ଷ୍ଟିୟରିଂ ହ୍ବିଲ୍‌, ଅନ୍‌ବୋର୍ଡ ୪ଜି କନେକ୍ଟିଭିଟି, ଆଗ ଓ ପଛ ୟୁଏସ୍‌ବି ପଏଣ୍ଟ୍‌, ୪ଟି ଏୟାର୍‌ବ୍ୟାଗ୍‌, ୩୬୦ ଡିଗ୍ରି କ୍ୟାମେରା ଭିୟୁ, ଟ୍ରାଫିକ୍‌ ଆଲର୍ଟ, ଆପାତକାଳୀନ ୱାର୍ଣ୍ଣିଂ ସିଷ୍ଟମ୍‌ ଆଦି ରହିଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। କାର୍‌ଟି ଅର୍ବାନ୍‌ ଗ୍ରେ, କ୍ରିମ୍‌ ହ୍ବାଇଟ୍‌, କୋରାଲ୍‌ ପିଙ୍କ୍‌, ଆମେଥାଇଷ୍ଟ୍‌ ପର୍ପଲ୍‌, ସ୍କିଙ୍ଗ୍‌ ହ୍ବାଇଟ୍‌, ଜେଟ୍‌ ବ୍ଲାକ୍‌ ପରି ଛଅଟି ରଙ୍ଗରେ ଉପଲବ୍ଧ।