ମହିନ୍ଦ୍ରାର ଇଲେକ୍ଟ୍ରିକ୍ ଏସ୍ୟୁଭି େସଗ୍ମେଣ୍ଟରେ ସାମିଲ ହେବାକୁ ଯାଉଛି ବିଇ ୬ଇ ଓ ଏକ୍ସଇଭି ୯ଇ। ଲଞ୍ଚ୍ ପୂର୍ବରୁ କମ୍ପାନି ଏହି ଦୁଇ ଗାଡ଼ିର ଟିଜର୍ ଜାରି କରିଛି। ଏଗୁଡ଼ିକର ପ୍ରାରମ୍ଭିକ ମୂଲ୍ୟ ୧୭ରୁ ୨୧ ଲକ୍ଷ ଟଙ୍କା ରହିବ ବୋଲି ଆକଳନ କରାଯାଉଛି। କାର୍ ଦୁଇଟିରେ ଅତ୍ୟାଧୁନିକ ଏଲ୍ଇଡି ଲାଇଟ୍ ଷ୍ଟ୍ରାଇପ୍ସ ଏହାକୁ ପ୍ରିମିୟମ୍ ଲୁକ୍ ଦେଉଛି। ଯଦିଓ କମ୍ପାନି ପକ୍ଷରୁ ସଂପୂର୍ଣ୍ଣ ତଥ୍ୟ ପ୍ରକାଶ କରାଯାଇନାହିଁ ତଥାପି ଏଥିରେ ୬୦ରୁ ୮୦ କିଲୋୱାଟ୍ର ଶକ୍ତିଶାଳୀ ବ୍ୟାଟେରି ରହିବ ଏବଂ ଏହାକୁ ଥରେ ଚାର୍ଜ କଲେ ୫୦୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ ବୋଲି କୁହାଯାଉଛି।
ଏଥିରେ ଡୁଆଲ୍ ସ୍କ୍ରିନ୍ ଡିସ୍ପ୍ଲେ, ସ୍ପ୍ଲିଟ୍ ସେଣ୍ଟର୍ କନ୍ସୋଲ୍, ସିଙ୍ଗଲ୍ ମୋଟର୍ ରିଅର୍ ହ୍ବିଲ୍ ଡ୍ରାଇଭ୍ ଓ ଡୁଆଲ୍ ମୋଟର୍ ଅଲ୍ ହ୍ବିଲ୍ ଡ୍ରାଇଭ୍ ବିକଳ୍ପ ଆଦି ଉପଲବ୍ଧ ହେବ ବୋଲି ଆକଳନ କରାଯାଉଛି। ଏହାସହିତ ଏଥିରେ ୧୭୫ କିଲୋୱାଟ୍ର ଡିସି ଚାର୍ଜର୍ ମିଳିବ, ଯାହାକି ଅଧଘଣ୍ଟା ଭିତରେ ପାଖାପାଖି ୮୦ ପ୍ରତିଶତ ବ୍ୟାଟେରି ଚାର୍ଜ କରିପାରିବ। କାର୍ ଦୁଇଟି ନଭେମ୍ବର ୨୬ ତାରିଖ ଦିନ ଉନ୍ମୋଚିତ ହେବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।