ଭୋପାଳ: ଯଦି ଆପଣ ନିଜ ସାମ୍ନାରେ ଏକ ବାଘ ଦେଖନ୍ତି ତ ଆପଣ କ’ଣ କରିବେ? ହୁଏତ ଭୟଭୀତ ହୋଇ ସେ ସ୍ଥାନ ଛାଡ଼ି ଦୌଡ଼ିବା ଆରମ୍ଭ କରିବେ। ମାତ୍ର ନିକଟରେ କିଛି ଯାତ୍ରୀ ଏକ ବାଘକୁ ଦେଖିବା ପରେ ବାଘଟି ସହ ଫଟୋ ଉଠାଉଥିବାର ଦୃଶ୍ୟ ଭାଇରାଲ୍ ହେବା ପରେ ସମସ୍ତେ ଚକିତ ହୋଇଛନ୍ତି।
ଘଟଣାଟି ହେଉଛି ମଧ୍ୟପ୍ରଦେଶସ୍ଥିତ ପନ୍ନା ଅଞ୍ଚଳର। ସେହି ଅଞ୍ଚଳରେ ଯାତ୍ରୀମାନେ ଯାଉଥିବା ବେଳେ ଅଚାନକ ଏକ ବାଘକୁ ଦେଖି ଖୁସି ହୋଇ ଯାଇଥିଲେ। ତା’ପରେ ସେମାନେ ବାଘଟିର ଫଟୋ ଓ ଭିଡିଓ ନେବା ଆରମ୍ଭ କରିଥିଲେ। ଏପରିକି ସେମାନଙ୍କ ମଧ୍ୟରୁ ଜଣେ ବାଘ ସହ ସେଲ୍ଫି ନେବାର ଉଦ୍ୟମ ବି କରିଥିଲେ।
Remember that if you see a large carnivore, it wanted you to see it. It never wanted to be chased. The tiger can maul you to death feeling threatened. Please don’t resort to this wired behaviour. pic.twitter.com/e0ikR90aTB
— Susanta Nanda (@susantananda3) October 6, 2022
ଏହି ସମୟର ଏକ ଭିଡିଓକୁ ଟ୍ବିଟର୍ରେ ସେୟାର କରିଛନ୍ତି ଭାରତୀୟ ଜଙ୍ଗଲ ସେବା ଅଧିକାରୀ ସୁଶାନ୍ତ ନନ୍ଦ। ଭିଡିଓଟିର ଏବେ ସୁଦ୍ଧା ୫୭ ହଜାର ଭିୟୁ ହୋଇ ସାରିଲାଣି।
ଭିଡିଓରେ ଦଳେ ଯୁବକ ବାଘଟି ଯାଉଥିବା ବେଳେ ତା’ର ଫଟୋ ଓ ଭିଡିଓ ନେଉଥିବାର ସ୍ପଷ୍ଟ ଦେଖିବାକୁ ମିଳିିଛି। ସୁଶାନ୍ତ ନନ୍ଦ ଭିଡିଓଟିକୁ ସେୟାର କରି ଏପରି ଜୀବନ ଯିବା ପରି କାର୍ଯ୍ୟ ନକରିବା ପାଇଁ ପରାମର୍ଶ ଦେଇଛନ୍ତି।