ନୂଆଦିଲ୍ଲୀ: ୨୦୨୧-୨୨ ଶିକ୍ଷା ବର୍ଷରୁ ଜାତୀୟ ଶିକ୍ଷା ନୀତି-୨୦୨୦ ପର୍ଯ୍ୟାୟ କ୍ରମେ ଲାଗୁ ହେବା ଆରମ୍ଭ ହେବ। ବିଭିନ୍ନ ପର୍ଯ୍ୟାୟରେ ଯାଇ ୨୦୪୦ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ଲାଗୁ କରାଯିବ ବୋଲି କେନ୍ଦ୍ର ସରକାର ଆକଳନ କରିଛନ୍ତି।
କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ପ୍ରାରମ୍ଭିକ ଶୈଶବ ଶିକ୍ଷାର ପ୍ରଥମ ପର୍ଯ୍ୟାୟ ୨୦୨୧-୨୨ ଶିକ୍ଷା ବର୍ଷରୁ ଲାଗୁ ହେବ। ଏହି ବର୍ଷ ଗୋଟିଏ ବର୍ଷ ପ୍ରାକ୍ ପ୍ରାଥମିକ ସ୍କୁଲ୍ ଶିକ୍ଷା ଏବଂ ପ୍ରଥମ ଶ୍ରେଣୀ ପାଇଁ ତିନି ମାସିଆ ପ୍ରସ୍ତୁତି ପ୍ରଣାଳୀ କାର୍ଯ୍ୟକାରୀ କରାଯିବ। ୨୦୨୩-୨୪ରେ ପ୍ରାଥମିକ ସ୍କୁଲ୍ ଓ ଅଙ୍ଗନବାଡ଼ି ମାଧ୍ୟମରେ ପ୍ରାକ୍ ପ୍ରାଥମିକ ସ୍କୁଲ୍ ଶିକ୍ଷାକୁ ଆଉ ଗୋଟିଏ ବର୍ଷ ସମ୍ପ୍ରସାରଣ କରାଯିବ।
pearsonindia.wordpress.comସେହିପରି ନୂଆ ଶିକ୍ଷାନୀତି ୨୦୨୧-୨୨ ଶିକ୍ଷାବର୍ଷରୁ ନବମ ଶ୍ରେଣୀରୁ ଲାଗୁ ହେବ। ଏହି ପିଲାମାନେ ୨୦୨୨-୨୩ରେ ଯେଉଁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବେ, ତାହା ନୂଆ ଶିକ୍ଷା ନୀତି ଅନୁଯାୟୀ ପ୍ରସ୍ତୁତ ହୋଇଥିବା ପ୍ରଣାଳୀରେ ଦେବେ। ୨୦୨୧-୨୨ରେ ନବମ ଶ୍ରେଣୀରେ ପଢ଼ୁଥିବା ପିଲା ୨୦୨୪-୨୫ରେ ଯେଉଁ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବେ, ତାହା ମଧ୍ୟ ନୂଆ ପ୍ରଣାଳୀରେ ହେବ। ୨୦୨୧-୨୨ ସୁଦ୍ଧା ସ୍କୁଲ୍ ଶିକ୍ଷା ପାଇଁ ‘ନ୍ୟାସ୍ନାଲ୍ କରିକୁଲାର୍ ଫ୍ରେମ୍ୱାର୍କ’ ଏବଂ ଶିକ୍ଷକ ଶିକ୍ଷା ପାଇଁ ‘ନ୍ୟାସ୍ନାଲ୍ କରିକୁଲମ୍ ଫ୍ରେମ୍ୱାର୍କ’ ପ୍ରସ୍ତୁତ ହେବ। ୨୦୨୨-୨୩ ସୁଦ୍ଧା ଶିକ୍ଷକମାନଙ୍କ ପାଇଁ ‘ନ୍ୟାସ୍ନାଲ୍ ପ୍ରଫେସ୍ନାଲ୍ ଷ୍ଟାଣ୍ଡାର୍ଡ’ ପ୍ରସ୍ତୁତ ହେବ। ୨୦୨୫-୨୬ ସୁଦ୍ଧା ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପ୍ରାଥମିକ ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଶତ ପ୍ରତିଶତ ହାସଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ୨୦୨୯-୩୦ ସୁଦ୍ଧା ସାରା ଦେଶରେ ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷା ବ୍ୟବସ୍ଥା ଲାଗୁ କରାଯିବ। ୨୦୪୦ ସୁଦ୍ଧା ସମ୍ପୂର୍ଣ୍ଣ ଶିକ୍ଷାନୀତି କାର୍ଯ୍ୟକାରୀ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/Telangana-School-Students-784x441.jpg)