କଂପ୍ୟୁଟର ହ୍ୟାକିଂ ରୋକିବାପାଇଁ ରହିଛି ଏହି କୋର୍ସ

ଏବେ ହେଉଛି କଂପ୍ୟୁଟରର ଯୁଗ। କଂପ୍ୟୁଟରର କୁପରିମାଣ ମଧ୍ୟ ସର୍ବତ୍ର ପରିଲକ୍ଷିତ ହେଲାଣି। କେତେକ ଲୋକ କଂପ୍ୟୁଟରକୁ ହ୍ୟାକ୍‌ କରି ଅନ୍ୟମାନଙ୍କ ତଥ୍ୟକୁ ଚୋରାଇ ନେଉଛନ୍ତି।ଏହାକୁ କୁହାଯାଉଛି କଂପ୍ୟୁଟର ହ୍ୟାକିଂ।ଏହା ଏକ ପ୍ରକାରର ସାଇବର୍‌ କ୍ରାଇମ୍‌,ଯାହା ଖୁବ୍‌ ବ୍ୟାପକ ହୋଇଗଲାଣି।ଏହି କ୍ରାଇମ୍‌କୁ ରକ୍ଷା କରାଯିବା ଲାଗି ଏଥିକାଲ୍‌ ହ୍ୟାକିଂ ସିଷ୍ଟମ୍‌ ଆରମ୍ଭ କରାଯାଇଛି।ସରକାରୀ ସ୍ୱୀକୃତିପ୍ରାପ୍ତ ହ୍ୟାକର୍‌ମାନଙ୍କୁ ଏଥିକାଲ୍‌ ହ୍ୟାକର୍‌ ବୋଲି କୁହାଯାଉଛି।ଏମାନେ ନୂତନ ଓ ଅତ୍ୟାଧୁନିକ ଜ୍ଞାନ କୌଶଳ ଅବଲମ୍ବନ କରି ବେନିୟମ ହ୍ୟାକିଂକୁ ରୋକିିବା କାମରେ ନିଜକୁ ନିୟୋଜିତ କରୁଛନ୍ତି।

ଯୋଗ୍ୟତା:- ଜଣେ ଏଥିକାଲ୍‌ ହ୍ୟାକରଙ୍କର ପ୍ରଥମ ଯୋଗ୍ୟତା ହେଲା ସେ ହ୍ୟାକର୍‌ ପ୍ରୋଗ୍ରାମିଂ ଲାଙ୍ଗୁଏଜ୍‌ ଓ ନେଟ୍‌ଓ୍ଵାର୍କିଂ କନ୍‌ସେପ୍ଟ ଉପରେ ପାରଙ୍ଗମ ହୋଇଥିବେ।ଏହାଛଡ଼ା କଂପ୍ୟୁଟରର ସୁରକ୍ଷା ଓ ନେଟ୍‌ଓ୍ଵାର୍କିଂ କନ୍‌ସେପ୍ଟ୍‌ ସିଷ୍ଟମ ସଂପର୍କୀତ ଜ୍ଞାନ ରହିଥିବା ମଧ୍ୟ ଜରୁରୀ।
ପାଠ୍ୟକ୍ରମ:- ଏଥିକାଲ୍‌ ହ୍ୟାକିଂ ପାଠ୍ୟକ୍ରମରେ ନାମ ଲେଖାଇବା ଲାଗି ଜଣେ ବ୍ୟକ୍ତିଙ୍କର ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ହେଲା‘ପ୍ଲସ୍‌ ଟୁ’।ଏଥିକାଲ୍‌ ହ୍ୟାକିଂରେ ବି.ଟେକ୍‌,ବି.ଇ,ବିସିଏ,ଏମ୍‌.ଟେକ୍‌,ଏମ୍‌.ଇ ଓ ଏମ୍‌ .ଏସ ସି ଭଳି ପାଠ୍ୟକ୍ରମ ବି ରହିଛି।ଏହାବ୍ୟତୀତ କେତେକ ସାର୍ଟିଫିକେଟ୍‌ କୋର୍ସ ମଧ୍ୟ ଅଛି।ଏଥିରେ ସାର୍ଟିଫାଏଡ଼୍‍ ଏଥିକାଲ ହ୍ୟାକର୍‌,ସାର୍ଟିଫାଏଡ଼୍‍ ଇନ୍‌ଫର୍‌ମେସନ୍‌ ସିଷ୍ଟମ୍‌,ସିକ୍ୟୁରିଟି ପ୍ରଫେସନାଲ୍‌,ସାର୍ଟିଫାଏଡ଼୍‍ ଇଣ୍ଟରନାଲ୍‌ ଅଡ଼ିଟର୍‌,ସାର୍ଟିଫାଏଡ଼୍‍ ବିଜିନେସ୍‌ କଣ୍ଟିନ୍ୟୁଟି ପ୍ରଫେସନାଲ୍‌,ରେଡ଼୍‍ ହ୍ୟାଟ୍‌ ସାର୍ଟିଫାଏଡ଼୍‍ ସିକ୍ୟୁରିଟି ସ୍ପେସାଲିଷ୍ଟ୍‍ ଭଳି କୋର୍ସ ଅନ୍ତର୍ଭୁକ୍ତ।

photo-udemy

ରୋଜଗାର:- ଏଥିକାଲ୍‌ ହ୍ୟାକିଂ କୋର୍ସ କରିବା ପରେ ଆପଣ ସିକ୍ୟୁରିଟି କନ୍‌ସଲଟାଣ୍ଟ୍‌,ସିକ୍ୟୁରିଟି ଇଂଜିନିୟର୍‌,ଇନ୍‌ଫର୍‌ମେସନ୍‌ ସିଷ୍ଟମ୍‌,ଇନ୍‌ଫରମେସନ୍‌ ସିକ୍ୟୁରିଟି ଆନାଲିଷ୍ଟ୍‍ ଆଦି ପଦରେ ବିଭିନ୍ନ ସଂସ୍ଥାରେ ନିଯୁକ୍ତି ପାଇପାରିବେ।ଏହି କ୍ଷେତ୍ରରେ ସର୍ବନିମ୍ନ ଦରମା ୨୫ରୁ ୩୦ ହଜାର ଟଙ୍କା।
ଶିକ୍ଷାନୁଷ୍ଠାନ:- ଏହି ପାଠ୍ୟକ୍ରମ ପାଇଁ ଆମ ଦେଶରେ ଅନେକଗୁଡ଼ିଏ ଶିକ୍ଷାନୁଷ୍ଠାନ ରହିଛି।ଏଗୁଡ଼ିକ ହେଲା-ସାଇବର କମ୍‌ ଡ଼ାଟା ସିଷ୍ଟମ୍‌ ,ପୁନେ,ସାଇକପ୍‌ସ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ଼୍‍,ଆନ୍ଧ୍ର ପ୍ରଦେଶ,ନ୍ୟାସନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇନ୍‌ଫରମେସନ୍‌ ସିକ୍ୟୁରିଟି ଆଣ୍ଡ୍‌ ଟେକ୍‌ନୋଲୋଜି,ବେଙ୍ଗାଲୁରୁ ଇତ୍ୟାଦି।

ସମ୍ବନ୍ଧିତ ଖବର