ନୂଆଦିଲ୍ଲୀ: ଛପରା ସହରର ଶ୍ୟାମଚକ ମୁହଲ୍ଲାସ୍ଥିତ ଏକ ଘରୋଇ ନର୍ସିଂ ହୋମରେ ଗତ ସୋମବାର ଜୁନ ୧୨ ତାରିଖ ରାତିରେ ବିଚିତ୍ର ଶିଶୁ ଜନ୍ମ ନେଇଥିଲା। ଏହି ବିଚିତ୍ର ଶିଶୁର ୪ଟି ହାତ,୪ଟି ଗୋଡ଼ ଓ ଦୁଇଟି ହୃଦୟ ରହିଥିବା କୁହାଯାଉଛି।

Advertisment

ଏଭଳି ଶିଶୁକୁ ଜନ୍ମ ଦେଇଥିବା ମା’ଙ୍କ ନାମ ହେଉଛି ପ୍ରିୟା ଦେବୀ। ପ୍ରିୟାଙ୍କ ଏହା ପ୍ରଥମ ସନ୍ତାନ ଥିଲା। ଡେଲିଭରି ସମୟରେ ସମସ୍ୟା ଦେଖାଦେବାରୁ ପ୍ରିୟାଙ୍କ ସିଜେରିଆନ ଜରିଆରେ ଡାକ୍ତର ସନ୍ତାନ ଜନ୍ମ କରାଇଥିଲେ। ତେବେ ଏହି ଶିଶୁକୁ ଦେଖି ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଶିଶୁର ଗୋଟିଏ ମୁଣ୍ଡ ଥିବା ବେଳେ ୪ଟି ହାତ,୪ଟି ଗୋଡ଼ ଓ ଦୁଇଟି ହୃଦୟ ଥିବା ଡାକ୍ତର କହିଥିଲେ। ଏହି ଶିଶୁକୁ ଦେଖିବା ପାଇଁ ହସ୍ପିଟାଲରେ ଭିଜ ଜମିଥିଲା।

ଦୁଃଖର ବିଷୟକି ଶିଶୁ ଜନ୍ମ ନେବାର ମାତ୍ର ୨୦ ମିନିଟ ପର୍ଯ୍ୟନ୍ତ ଜୀବିତ ରହିବା ପରେ ସବୁଦିନ ପାଇଁ ଆଖି ବୁଜି ଦେଇଥିଲା। ଏଭଳି ଶିଶୁକୁ କାର୍ନଜଏନ ଟୁଇନ ‌ବୋଲି କୁହାଯାଏ।

ନର୍ସିଂ ହୋମର ପରିଚାଳକ ତଥା ଡାକ୍ତର ଅନିଲ କୁମାର କହିଛନ୍ତି କି, ଏଭଳି ଶିଶୁ ଭାରତ ସମେତ ଅନ୍ୟ ଦେଶରେ ବି ଜନ୍ମ ନେବାର ଘଟଣା ସାମ୍ନାକୁ ଆସିଛି। ଏମିତି ଯୋଡ଼ି ହୋଇ ଜନ୍ମ ନେଇଥିବା ଶିଶୁଙ୍କୁ ଡାକ୍ତରମାନେ ଅସ୍ତ୍ରୋପଚାର କରି ଭଲ ବି କରିଛନ୍ତି। କିନ୍ତୁ ନିକଟରେ ଜନ୍ମ ନେଇଥିବା ଏହି ବିଚିତ୍ର ଶିଶୁକୁ ବହୁ ଚେଷ୍ଟା ପରେ ବି ଡାକ୍ତରମାନେ ବଞ୍ଚାଇ ପାରି ନଥିଲେ।