ଲକ୍ଷ୍ନୌ: ଉତ୍ତରପ୍ରଦେଶ ପୁଲିସ ନିଜର ନିଆରା କାର୍ଯ୍ୟ ପାଇଁ ଅନେକ ସମୟରେ ଖବର ଶିରୋନାମାରେ ରହିଥାଏ। କିଛି ପୁଲିସଙ୍କ କାର୍ଯ୍ୟ ଯୋଗୁଁ ପୁଲିସ ବିଭାଗ ଶରବ୍ୟର ଶିକାର ହେଉଥିବାବେଳେ ଅନ୍ୟ କେତେକ ନିଷ୍ଠାପର କର୍ମଚାରୀ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ସେମାନେ ମାନବିକତାର ଉଦାହରଣ ଦେଇଛନ୍ତି। ଆଗ୍ରାରେ ପୋଷ୍ଟ ହୋଇଥିବା କନଷ୍ଟେବଳ ପୂଜା ଏଭଳି କାର୍ଯ୍ୟ କରିଛନ୍ତି।
ଫିରୋଜାବାଦରେ ଏକ ନବଜାତ ଶିଶୁ ଜନ୍ମ ହୋଇଥିଲା, ଯାହାର ମଳତ୍ୟାଗ କରିବା ପାଇଁ ମଳଦ୍ୱାର ନ ଥିଲା। ପରିବାର ପିଲାଟିକୁ ଆଗ୍ରାକୁ ଚିକିତ୍ସା ପାଇଁ ନେଇଥିଲେ। ଯେଉଁଠାରେ ଡାକ୍ତର ଅସ୍ତ୍ରୋପଚାର କରିବାକୁ ପରାମର୍ଶ ଦେଇଥିଲେ।
ତେବେ ଅପରେସନ ପାଇଁ ରକ୍ତ ଆବଶ୍ୟକ ଥିଲା। ପରିବାର ଚିନ୍ତିତ ହୋଇ ଏଣେତେଣେ ବୁଲାବୁଲି କରି ରକ୍ତ କେଉଁଠୁ ପାଇବେ ତାହାର ଯୋଜନା କରୁଥିଲେ। ଏହି ସମୟରେ, ଆଗ୍ରାରେ ପୋଷ୍ଟ ହୋଇଥିବା କନଷ୍ଟେବଳ ପୂଜା ଏ ବିଷୟରେ ଜାଣିବାକୁ ପାଇଲେ। କନଷ୍ଟେବଳ ପୂଜା ତୁରନ୍ତ ରକ୍ତଦାନ କରିବାକୁ ରାଜି ହୋଇଥିଲେ। ହସ୍ପିଟାଲ ବେଡରେ ଶୋଇ ରକ୍ତ ଦେଉଥିବା ପୂଜାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ଲୋକମାନେ ତାଙ୍କୁ ବହୁତ ପ୍ରଶଂସା କରୁଛନ୍ତି।
ପୂଜା ତାଙ୍କ ଡ୍ୟୁଟିରେ ଥିଲେ। ସେ ଖବର ପାଇବା ପରେ ତୁରନ୍ତ ରକ୍ତଭଣ୍ଡାରକୁ ରକ୍ତଦାନ କରିବାକୁ ଯିବା ଲାଗି ଉପରିସ୍ଥ ଅଧିକାରୀଙ୍କୁ ଅନୁମତି ମାଗିଥିଲେ। ଅଧିକାରୀ ତୁରନ୍ତ ହଁ କହିଥିଲେ। ପୂଜା ପରିବାରକୁ ଫୋନକରି ସେମାନଙ୍କୁ ବ୍ୟସ୍ତ ନ ହେବାକୁ ଆଶ୍ୱାସନା ଦେଇଥିଲେ। ସେ କହିଥିଲେ ମୁଁ ରକ୍ତ ଦାନ କରିବାକୁ ଆସୁଛି। ପୂଜାଙ୍କର ଫଟୋ ସିପାହୀ ସଚିନ କୌଶିକ୍ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ।
ପୂଜାଙ୍କ କାର୍ଯ୍ୟ ନେଇ ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, ପୂଜା ଜୀ ଏବଂ ତାଙ୍କର ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ ରକ୍ତଦାନ ପାଇଁ ଅନୁମତି ଦେଇଛନ୍ତି, ଏହା ଅତ୍ୟନ୍ତ ପ୍ରଶଂସନୀୟ ମାନବିକ କାର୍ଯ୍ୟ, ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ ଏବଂ ପୂଜା ଜୀ, ଅ୍ରାପଣଙ୍କୁ ମୁଁ ସମ୍ମାନ ଜଣାଉଛି। ୟୁପି ପୋଲିସକୁ ଧନ୍ୟବାଦ।
महिला कांस्टेबल पूजा, आगरा!
— SACHIN KAUSHIK (@upcopsachin) September 12, 2024
कल फ़िरोज़ाबाद से एक परिवार अपने नवजात बच्चे को उपचार हेतु आगरा लाया। दरअसल बच्चे का जन्म से ही पॉटी करने का रास्ता नहीं था, जिसका तत्काल ऑपरेशन होना था। डॉक्टर ने परिजनों को अर्जेंट ब्लड अरेंज करने को कहा। परिजन परेशान थे।
इसकी सूचना थाना सदर में… pic.twitter.com/MFlBmBq1Rp
ଅଧିକ ପଢ଼଼ନ୍ତୁ:କେଜ୍ରିୱାଲଙ୍କ ଜାମିନର ପ୍ରଭାବ: ହରିୟାଣାରେ କଂଗ୍ରେସ-ବିଜେପି ଭୋଟବ୍ୟାଙ୍କ କମିବ!
ଅନ୍ୟ ଜଣେ ଲେଖିଛନ୍ତି ଯେ ତୁମେ ବହୁତ ପ୍ରଶଂସନୀୟ କାର୍ଯ୍ୟ କରିଛ। ମୁଁ ଆପଣଙ୍କୁ ସର୍ବଦା ସୁଖୀ, ସୁସ୍ଥ ଏବଂ ନିରାପଦରେ ରଖିବା ପାଇଁ ଭଗବାନଙ୍କୁ ପ୍ରାର୍ଥନା କରୁଛି। ଜଣେ ଲେଖିଛନ୍ତି ଯେ ୟୁପି ପୋଲିସ ପ୍ରକୃତରେ ଆଶ୍ଚର୍ଯ୍ୟଜନକ, ଏଥିରେ ଖରାପ ଲୋକ ଅଛନ୍ତି ଏବଂ ଏଥିରେ ବହୁତ ଭଲ ହୃଦୟ ଥିବା ଲୋକ ମଧ୍ୟ ଅଛନ୍ତି। ଧନ୍ୟବାଦ ପୂଜା ଜୀ।
ଅଧିକ ପଢ଼଼ନ୍ତୁ:ପୁଟିନଙ୍କ କଠୋର ଆଭିମୁଖ୍ୟ, ୬ ବ୍ରିଟିଶ କୁଟନୀତିଜ୍ଞଙ୍କୁ ବହିଷ୍କାର କଲେ