ଗ୍ରହକୁ ଖାଉଛି ନକ୍ଷତ୍ର! ପୃଥିବୀର ମଧ୍ୟ ଅନ୍ତିମ ଭାଗ୍ୟ ଏଭଳି ହେବ କି ?

ଗ୍ରହକୁ ଖାଉଛି ନକ୍ଷତ୍ର! ପୃଥିବୀର ମଧ୍ୟ ଅନ୍ତିମ ଭାଗ୍ୟ ଏଭଳି ହେବ କି ?

ନକ୍ଷତ୍ରର ମାଧ୍ୟାକର୍ଷଣ ବଳ ଯୋଗୁଁ ତାହା ଚାରିପଟେ ନିରନ୍ତର ପରିକ୍ରମଣ ଜାରି ରଖିଥିବା ଗ୍ରହମାନେ କେବେ ବି ନକ୍ଷତ୍ର ଆଡ଼କୁ ଟାଣି ହୋଇ ସେଥିରେ ବିଲୀନ ହୋଇନଥା’ନ୍ତି। ଅବଶ୍ୟ କୃଷ୍ଣଗର୍ତ୍ତ ବା ବ୍ଲାକ୍‌ହୋଲ୍‌ର କଳ୍ପନାତୀତ ମାଧ୍ୟାକର୍ଷଣ ବଳ ଯୋଗୁଁ ତାହା ଗର୍ଭକୁ ନକ୍ଷତ୍ରମାନେ ଟାଣି ହୋଇ ସତ୍ତା ହରାଇବାର ନଜିର ରହିଛି। ମାତ୍ର ଗ୍ରହ-ନକ୍ଷତ୍ର କ୍ଷେତ୍ରରେ ସେପରି ଘଟିବା ପୂର୍ବରୁ ଦେଖାଯାଇ ନ ଥିଲା। ତେବେ ଆମଠାରୁ ୧୨ ହଜାର ଆଲୋକ ବର୍ଷ ଦୂରରେ ଅନ୍ତରୀକ୍ଷରେ ଏକ ନକ୍ଷତ୍ର ନିଜଠାରୁ ସୃଷ୍ଟ ଏକ ଗ୍ରହକୁ ଗିଳିଦେଉଥିବା ଜ୍ୟୋତିର୍ବିଜ୍ଞାନୀମାନେ ଜାଣିବାକୁ ପାଇଛନ୍ତି। ଏକ ନକ୍ଷତ୍ର ନିଜ ଗ୍ରହକୁ ଖାଇଦେବା ଘଟଣା ପ୍ରଥମ କରି ଦେଖିବାକୁ ମିଳିଛି। ବୃହସ୍ପତି ଗ୍ରହର ଆକାର ଠାରୁ ୧୦ ଗୁଣ ବଡ଼ ଉକ୍ତ ଗ୍ରହକୁ ତାହାର ସୂର୍ଯ୍ୟ ଗିଳିଚାଲିଛି।

କାଲିଫର୍ଣ୍ଣିଆର ପାଲୋମାର ନିରୀକ୍ଷଣ କେନ୍ଦ୍ରରେ ଦୂରବୀକ୍ଷଣ ମାଧ୍ୟମରେ ଦ୍ବୈତ ନକ୍ଷତ୍ର ଅନ୍ବେଷଣ କରୁଥିବା ଗବେଷକମାନେ ମହାକାଶରେ ଗୋଟିଏ ସ୍ଥାନରେ ଆଲୋକର ତୀବ୍ରତା ଆଶାତୀତ ଭାବେ ବଢୁଥିବା ଦେଖିଥିଲେ। ତେବେ ତାହାକୁ ଦୁଇଟି ନକ୍ଷତ୍ରର ମିଳନ ବୋଲି ସେମାନେ ପ୍ରଥମେ ଧରିନେଇଥିବା ବେଳେ ପରେ ଅଧିକ ପରୀକ୍ଷା ନିରୀକ୍ଷାରୁ ନକ୍ଷତ୍ରଟି ଗ୍ରହଟିକୁ ଗ୍ରାସ କରୁଛି ବୋଲି ଜଣାପଡ଼ିଥିଲା। ପ୍ରତ୍ୟେକ ଗ୍ରହ ଏପରିକି ଆମ ପୃଥିବୀର ମଧ୍ୟ ଅନ୍ତିମ ଭାଗ୍ୟ ଏଭଳି ହେବ ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe