ଜିନିଷ କିଣିବା ସମୟରେ ଦୋକାନୀମାନେ ବ୍ୟାଗ ପାଇଁ ଗ୍ରାହକଙ୍କୁଠାରୁ ଅତିରିକ୍ତ ଟଙ୍କା ନେଉଛନ୍ତି। ତେବେ ଏହା ଏବେ ଦୋକାନୀମାନଙ୍କ ପାଇଁ ମହଙ୍ଗା ହୋଇପାରେ। ଏଣିକି ଯଦି କୌଣସି ଦୋକାନୀ ବ୍ୟାଗ ପାଇଁ ଟଙ୍କା ମାଗନ୍ତି ତେବେ ଦେବାକୁ ପଡ଼ିପାରେ ଜରିମାନା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଚଣ୍ଡିଗଡ଼ରେ। ମିଳିଥିବା ସୂଚନା ଅନୁଯାୟୀ, ଚଣ୍ଡିଗଡସ୍ଥିତ ‘ଜିଲ୍ଲା ଉପଭୋକ୍ତା ବିବାଦ ନିବାରଣ ଫୋରମ’ ପକ୍ଷରୁ ଗ୍ରାହକଙ୍କଠାରୁ ବ୍ୟାଗ ପାଇଁ ୫ ଟଙ୍କା ନେଉଥିବା ଅଭିଯୋଗରେ ଜଣେ ଦୋକାନୀ ବିରୋଧରେ ୧୩ ହଜାର ଟଙ୍କାର ଜରିମାନା ଲାଗୁ କରିଛନ୍ତି ।

Advertisment

publive-image

ଗ୍ରାହକ ଜଣକ ଏକ ଦୋକାନରୁ କିଛି ଜିନିଷ କିଣିଥିଲେ । ଏହି ସମୟରେ ବ୍ୟାଗ ପାଇଁ ଦୋକାନୀ ଗ୍ରାହକଙ୍କୁ ଅତିରିକ୍ତ ୫ ଟଙ୍କା ଦେବାକୁ କହିଥିଲେ । ଯେଉଁ କାରଣରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ତେବେ ଦୋକାନୀଙ୍କ କହିବା କଥା ହେଲା କି, ବର୍ତ୍ତମାନ ଯେହେତୁ ପ୍ଲାଷ୍ଟିକ୍ ଜରିର ବ୍ୟବହାରକୁ ବନ୍ଦ କରିଦିଆଯାଇଛି , ତେଣୁ କାଗଜ ବ୍ୟାଗ ପାଇଁ ଗ୍ରାହକଙ୍କୁ ଅତିରିକ୍ତ ଟଙ୍କା ପରିଶୋଧ କରିବାକୁ ପଡିବ । କିନ୍ତୁ ଦୋକାନୀଙ୍କ ଏହି ଯୁକ୍ତିକୁ ଗ୍ରହଣ କରିନଥିଲେ ଗ୍ରାହକ ।

ଖାଲି ଏତିକି ନୁହେଁ ଗ୍ରାହକ ଜଣକ ଏସଂପର୍କରେ ଜିଲ୍ଲା ଉପଭୋକ୍ତା ବିବାଦ ନିବାରଣ ଫୋରମର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ । ଆଉ ଫୋରମ୍ ଗ୍ରାହକଙ୍କ ଅଭିଯୋଗକୁ ଭିତ୍ତି କରି ଏବଂ ଉଭୟ ପକ୍ଷର କଥାକୁ ନଜରରେ ରଖି ଏଭଳି ନିଷ୍ପତି ଶୁଣାଇଛନ୍ତି । ଦୋକାନୀଙ୍କୁ ଗ୍ରାହକ ଜଣକୁ ଜରିମାନା ବାବଦକୁ ୧୦ ହଜାର ଟଙ୍କା ଏବଂ ଉଭୟ ଅଭିଯୋଗକାରୀଙ୍କୁ ଉତ୍ପୀଡନ ଏବଂ ମାନସିକ ନିର୍ଯାତନା ପାଇଁ ୧,୫୦୦ ଟଙ୍କା ଲେଖାଏଁ କ୍ଷତିପୂରଣ ଏବଂ ମକଦ୍ଦମା ଖର୍ଚ୍ଚ ବାବଦକୁ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।