ଗର୍ଭନିରୋଧକ ଔଷଧ ବ୍ୟବହାର କରିବା ନିରାପଦ କି?
ହଁ, ଅଧିକାଂଶ ଗର୍ଭନିରୋଧକ ସାଧାରଣତଃ ମହିଳାଙ୍କ ଶରୀର ପାଇଁ ନିରାପଦ। ତେବେ ପରୀକ୍ଷା ପରେ ସେମାନଙ୍କୁ ଉପଯୁକ୍ତ ଔଷଧ ପ୍ରଦାନ କରାଯାଇଥାଏ।
ଗର୍ଭନିରୋଧର ଉପାୟଗୁଡ଼ିକ ମଧ୍ୟରୁ ଅଧିକ ପ୍ରଭାବଶାଳୀ କେଉଁଟି?
ଗର୍ଭନିରୋଧ ପାଇଁ ବିଭିନ୍ନ ଉପାୟ ଯଥା କଣ୍ଡୋମ୍, ହରମୋନାଲ୍ କଣ୍ଟ୍ରାସେପ୍ଟିଭ୍ ପିଲ୍, କପର ଇଣ୍ଟ୍ରାୟୁଟେରିନ୍ ଡିଭାଇସ୍ ବ୍ୟବହାର କରାଯାଇଥାଏ। ଗର୍ଭଧାରଣକୁ ରୋକିବାରେ ଏସବୁ ୯୯ ପ୍ରତିଶତରୁ ଅଧିକ ଫଳପ୍ରଦ। ସ୍ଥାୟୀ ଗର୍ଭନିରୋଧକ ପଦ୍ଧତିଗୁଡ଼ିକ ହେଉଛି ମହିଳାଙ୍କ ଟ୍ୟୁବେକ୍ଟୋମି ଏବଂ ପୁରୁଷଙ୍କ ଭାସେକ୍ଟୋମି ବା ବନ୍ଧ୍ୟାକରଣ। ଏହିସବୁ ସର୍ଜରି ପଦ୍ଧତି ଅତ୍ୟନ୍ତ ପ୍ରଭାବଶାଳୀ।
ଏସବୁ ବ୍ୟବହାର କଲେ କେଉଁସବୁ ପାର୍ଶ୍ବପ୍ରତିକ୍ରିୟା ଦେଖା ଦେଇପାରେ?
ଭିନ୍ନ ଭିନ୍ନ ଗର୍ଭନିରୋଧକର ଭିନ୍ନ ଭିନ୍ନ ପାର୍ଶ୍ବପ୍ରତିକ୍ରିୟା ରହିଛି। କଣ୍ଡୋମ ବ୍ୟବହାରରେ ଆଲର୍ଜିର ଆଶଙ୍କା ଥାଏ। ହର୍ମୋନାଲ୍ ପିଲ୍ସ ଖାଇବା ଦ୍ବାରା ବାନ୍ତି, ମୁଣ୍ଡବିନ୍ଧା, ବ୍ରଣ ଓ ମୁଡ୍ ସ୍ବିଙ୍ଗ୍ ହେବା ଦେଖାଯାଇଥାଏ। ଇେଷ୍ଟ୍ରାଜେନ୍ ବ୍ୟବହାର ଦ୍ବାରା କିଛି ରୋଗୀଙ୍କ ଦେହରେ ରକ୍ତ ଜମାଟ ବାନ୍ଧିଯାଏ। ଗର୍ଭାଶୟ ଭିତରେ ଲଗାଯାଉଥିବା ଦୁଇ ପ୍ରକାର ଗର୍ଭନିରୋଧକ ଉପକରଣ ୫ରୁ ୧୦ ବର୍ଷ ପର୍ଯ୍ୟନ୍ତ ଦୀର୍ଘକାଳୀନ ଗର୍ଭନିରୋଧକ ଯୋଗାଇଥାଏ କିନ୍ତୁ ଅନିୟମିତ ରକ୍ତସ୍ରାବ କିମ୍ବା ଦାଗ ସୃଷ୍ଟି କରିପାରେ।
ଗର୍ଭନିରୋଧକ ଯୋଗୁଁ କେଉଁ ସମସ୍ୟା ସୃଷ୍ଟି ହୋଇପାରେ?
ଗର୍ଭନିରୋଧକ କାରଣରୁ ଅନିୟମିତ ପିରିଅଡ୍, ହରମୋନ୍ ପରିବର୍ତ୍ତନ ବା ବିରଳ କ୍ଷେତ୍ରରେ ରକ୍ତ ଜମାଟ ବାନ୍ଧିପାରେ।
ଗର୍ଭନିରୋଧକ ଔଷଧ ଭବିଷ୍ୟତର ପ୍ରଜନନ କ୍ଷମତାକୁ ପ୍ରଭାବିତ କରିଥାଏ କି?
ନା। ଔଷଧ ବ୍ୟବହାର ବନ୍ଦ କରିଦେଲେ କିଛି ଦିନ ପରେ ପୁଣି ପ୍ରଜନନ କ୍ଷମତା ପୂର୍ବ ଅବସ୍ଥାକୁ ଫେରି ଆସିଥାଏ। ଇଞ୍ଜେକସନ୍ରେ ଦିଆଯାଉଥିବା ଗର୍ଭନିରୋଧକ ଭଳି କେତେକ ପଦ୍ଧତିରେ ନିୟମିତ ଡିମ୍ବୋତ୍ସର୍ଗ ଓ ପ୍ରଜନନ କ୍ଷମତା ଫେରିବା ପାଇଁ ୬ରୁ ୧୨ ମାସ ସମୟ ଲାଗିପାରେ କିନ୍ତୁ ଅନ୍ୟାନ୍ୟ ପଦ୍ଧତିରେ ପ୍ରଜନନ କ୍ଷମତା ସାଧାରଣତଃ କିଛି ସପ୍ତାହ ମଧ୍ୟରେ ଫେରି ଆସିଥାଏ। କେବଳ ବନ୍ଧ୍ୟାକରଣ ଭଳି ସ୍ଥାୟୀ ପଦ୍ଧତି ଅପରିବର୍ତ୍ତନୀୟ।
ଗର୍ଭନିରୋଧକର ପାର୍ଶ୍ବ ପ୍ରତିକ୍ରିୟା ରହିଛି
ଗର୍ଭନିରୋଧକ ଔଷଧ ବ୍ୟବହାର କରିବା ନିରାପଦ କି? ହଁ, ଅଧିକାଂଶ ଗର୍ଭନିରୋଧକ ସାଧାରଣତଃ ମହିଳାଙ୍କ ଶରୀର ପାଇଁ ନିରାପଦ। ତେବେ ପରୀକ୍ଷା ପରେ ସେମାନଙ୍କୁ ଉପଯୁକ୍ତ ଔଷଧ ପ୍ରଦାନ କରାଯାଇଥାଏ।
/sambad/media/media_files/2025/09/24/sfhsfhffhhf-2025-09-24-01-40-31.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)