ଥରେ ଦୁଇ ଜଣ ଜ୍ଞାନୀ ବ୍ୟକ୍ତି ନିଜର ଜ୍ଞାନକୁ ନେଇ ପରସ୍ପର ସହ ଝଗଡ଼ା କରୁଥାନ୍ତି। ଇଏ କହୁଥାନ୍ତି ମୁଁ ଜ୍ଞାନୀ ତ ସିଏ କହୁଥାନ୍ତି ମୁଁ ଜ୍ଞାନୀ। ସେତିକି ବେଳେ ତାଙ୍କ ସାମ୍ନାକୁ ଜଣେ ସନ୍ଥ ଚାଲି ଆସିଲେ। ସେ ଦୁହେଁ ସନ୍ଥକୁ ଅନୁରୋଧ କଲେ କି କହିବା ପାଇଁ ବାସ୍ତବରେ କାହାର ଜ୍ଞାନ ବେଶି। ସନ୍ଥ ଜଣକ ସେମାନଙ୍କ ଜ୍ଞାନ ପରୀକ୍ଷା କରିବା ପାଇଁ କିଛି ସମୟ ସେ ଦୁହିଁଙ୍କ ସହ ସମୟ ବିତାଇଲେ।
ସନ୍ଥ ଉକ୍ତ ୨ ଜଣଙ୍କୁ ନେଇ ଜଙ୍ଗଲ ଭିତରକୁ ଗଲେ। ସେଠାରେ ସେ ସେମାନଙ୍କୁ କିଛି ଫଳ ତୋଳି ଆଣିବାକୁ କହିଲେ। ଫଳ ତେଳିଆଣିବାରେ ବିଳମ୍ବ କରିବାରୁ ସନ୍ଥ ଜଣକ ୨ ଜଣଙ୍କ ଉପରେ ନିଜର କ୍ରେଦ୍ଧ ପ୍ରକାଶ କଲେ। ସେମାନଙ୍କ ମଧ୍ୟରୁ ପ୍ରଥମ ଜଣ ଚୁପ୍ ରହି ସନ୍ଥଙ୍କ ଗାଳିକୁ ସହିଗଲେ। ମାତ୍ର ଦ୍ୱତୀୟ ଜଣ ଉତ୍ତେଜନାରେ ଆସି ଓଲଟା ସନ୍ଥଙ୍କ ଉପରେ ନିଜ ରାଗ ଦେଖାଇଲେ।
ସନ୍ଥ ଦୁଇ ଜଣଙ୍କୁ ପାଖକୁ ଡାକିଲେ। ଆଉ କହିଲେ କି ଦୁଇ ଜଣ ଯାକ ସମାନ ଜ୍ଞାନୀ ଏଥିରେ ସନ୍ଦେହ ନାହିଁ। ମାତ୍ର ଯେଉର୍ ଜଣକ ନିଜ କ୍ରୋଦ୍ଧ ଉପରେ ଆୟତ୍ତ ରଖିଲେ ସେ ଅପେକ୍ଷାକୃତ ବେଶି ହୁସିଆର୍ । ମୁଁ ଜାଣି ଜାଣି ଏପରି ପରିସ୍ଥିତିଟିଏ ଉପୁଜାଇଥିଲି।