ସୁପର୍‌ମାର୍କେଟ୍‌ ସାମ୍ନାର ରାସ୍ତା ଉପରେ ୮ ଫୁଟ୍‌ ଲମ୍ବର କୁମ୍ଭୀର ଭିଡିଓ ଭାଇରାଲ୍‌, ହଜାର ହଜାର ଲୋକ କଲେ ସେୟାର୍‌

ଓ୍ଵାଶିଂଟନ: ଦେଖିବାକୁ ଯେମିତି ଭୟଙ୍କର ଏମାନେ ବାସ୍ତରେ ସେତିକି କ୍ଷତିକାରକ ମଧ୍ୟ। ଅନେକ ସମୟରେ ଆପଣ କୌଣସି ନଦୀକୂଳ କିମ୍ବା ସନ୍ତସନ୍ତିଆ ଜଙ୍ଗଲରେ ହୁଏତ କୁମ୍ଭୀର ଦେଖିଥିବେ। କେବେ କୌଣସି ରାସ୍ତା ମଝିରେ କୁମ୍ଭୀର ଦେଖିବାର ଅଭିଜ୍ଞତା ଅଛି କି? ଏମିତି ଏକ ଦୃଶ୍ୟର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଘୂରି ବୁଲୁଛି। ଭିଡିଓଟିକୁ ବହୁ ଲୋକ ଦେଖିବା ସହ ସେୟାର୍‌ କରିଥିବା ଜାଣିବାକୁ ମିଳିଛି।

ଭିଡିଓରେ ଦେଖିବାକୁ ମିଳୁଥିବା ଦୃଶ୍ୟଟି ହେଉଛି ଆମେରିକାର ଟେକ୍ସାସ୍‌ର। ଟେକ୍ସାର ଏକ ସୁପର୍‌ମାର୍କେଟ ସାମ୍ନାରେ କୁମ୍ଭୀରର ଦୃଶ୍ୟ ଲୋକଙ୍କୁ ବେଶ୍‌ ଆଚମ୍ବିତ କରିଛି। ଏହି କୁମ୍ଭୀରଟିର ଲମ୍ବ ୮ ଫୁଟ୍‌। ଜାଣିବାକୁ ମିଳିି ଯେ କୁମ୍ଭୀରଟି ସ୍ଥାନୀୟ ଅଞ୍ଚଳରେ ଥିବା ଏକ ପୋଖରୀରୁ ସୁପର୍‌ ମାର୍କେଟ ଆଡ଼େ ଯାଉଥିବା ବେଳେ ଟେକ୍ସାସ୍‌ ପୁଲିସଙ୍କ ଦୃଷ୍ଟି ସେଠାରେ ପଡ଼ିଥିଲା।

ଭିଡିଓଟିରେ ଦେଖିବାକୁ ମିଳିଛି ଯେ ଟେକ୍ସାସ୍‌ ପୁଲିସ୍‌ କୁମ୍ଭୀର ଉପରେ ନିଜର ବଳ ପ୍ରୟୋଗ କରି ତାହାକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। କୁମ୍ଭୀର ମୁହଁରେ ଏକ ଦଉଡ଼ା ବନ୍ଧା ଯାଇ ପୁଲିସ୍‌ ଜିପ୍‌ରେ ସେହି ଦଉଡ଼ା ବନ୍ଧା ଯାଇଛି ବୋଲି ଦେଖିବାକୁ ମିଳିଛି। ଭିଡିଓଟିକୁ ହଜାର ହଜାର ଲୋକ ସେୟାର୍‌ କରି ସାରିଲେଣି।

ସମ୍ବନ୍ଧିତ ଖବର