ଅନ୍ୟର ସ୍ବର ନକଲ କରୁଥିବା ଚଢ଼େଇ

ପଶ୍ଚିମ ଓ କେନ୍ଦ୍ର ଭାରତର ବୁଦା-ଜଙ୍ଗଲ ଓ ଘାସ-ଭୂମିରେ ବହୁ ସ˚ଖ୍ୟାରେ ଦେଖିବାକୁ ମିଳୁଥିବା ଟନି ଲାର୍କ‌୍‌ ପକ୍ଷୀ, ଚଉତିରିଶ ପ୍ରକାରର ଚଢ଼େଇଙ୍କ ସ୍ବର ନକଲ କରିପାରେ। ଏହା ଏପରିକି ମେଷପାଳକମାନଙ୍କର ଶୁଷୁରି ମଧ୍ୟ ଅନୁକରଣ କରିଥାଏ। ଏହାର ରଙ୍ଗ ଫିକା ବାଦାମୀ। ଏହାର ଆକାର ଅତି ଛୋଟ; ମଣିଷର ପାପୁଲି ଭିତରେ ରହିଯିବ।

ଏ ଭଳି ଅନେକ ପ୍ରଜାତିର ପକ୍ଷୀ ଅଛନ୍ତି, ଯେଉଁମାନେ ଅନ୍ୟର ସ୍ବର ନକଲ କରିପାରନ୍ତି। ତେବେ, ଟନି ଲାର୍କ‌୍‌ ସବୁଠାରୁ ଅଧିକ ପାରଙ୍ଗମ। ଏହା, ଗୁଣ୍ତୁଚି ମୂଷା ଭଳି ବିକଟ ଶବ୍ଦ ମଧ୍ୟ କରିପାରେ। ଏହା ନିର୍ଦିଷ୍ଟ ଭାବେ କେଉଁ କାରଣରୁ ଏ ପରି କରେ, ଅଜଣା। ‘ବମ୍ବେ ନାଚୁରାଲ୍‌ ହିଷ୍ଟ୍ରି ସୋସାଇଟି’ ଓ ‘କର୍ନେଲ୍‌ ବିଶ୍ବବିଦ୍ୟାଳୟ’ର ପକ୍ଷୀ ବିଶେଷଜ୍ଞମାନେ ଏ ବାବଦରେ ଅଧିକ ଜାଣିବା ପାଇଁ ଗୁଜରାତ ଓ ମହାରାଷ୍ଟ୍ରରେ ଗବେଷଣା କରୁଛନ୍ତି।

ସମ୍ବନ୍ଧିତ ଖବର