କରୋନା ସତର୍କତା : ସାମାଜିକ ଦୂରତା ରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ

ରାଜ୍ୟର ସମସ୍ତ ସ୍କୁଲ, କଲେଜ୍‌, ବିଶ୍ବବିଦ୍ୟାଳୟ, ଜିମ୍‌, ମିଉଜିୟମ୍‌, ସିନେମା ହଲ୍‌, ସୁଇମିଂ ପୁଲ୍‌, ସାଂସ୍କୃତିକ ଅନୁଷ୍ଠାନକୁ ସାମୟିକ ବନ୍ଦ ରଖାଯାଇଛି।
ପରୀକ୍ଷାଗୁଡ଼ିକୁ ବାତିଲ କରାଯାଇଛି।
ରେସ୍ତୋରାଁଗୁଡ଼ିକ ହାତ ଧୋଇବାକୁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ ହେବ।
ପ୍ରତି ଗ୍ରାହକଙ୍କୁ ମଧ୍ୟରେ ଏକ ମିଟରରୁ ଅଧିକ ବ୍ୟବଧାନ ରହିବା ଭଳି ବ୍ୟବସ୍ଥା କରିବେ।
ସରକାରୀ ଓ ଘରୋଇ ସ୍ବାସ୍ଥ୍ୟ ସେବା ପ୍ରଦାନ କରୁଥିବା ସଂସ୍ଥାମାନଙ୍କ ପାଇଁ ପରାମର୍ଶ
ସ୍ବାସ୍ଥ୍ୟ କେନ୍ଦ୍ର ସର୍ବସାଧାରଣଙ୍କ ପାଇଁ କରୋନା ସତର୍କ ସୂଚନା ଫଳକ ଟାଙ୍ଗିବେ।
କରୋନା ସନ୍ଦିଗ୍ଧଙ୍କ ପଞ୍ଜୀକରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବେ।
ଡାକ୍ତରଖାନାକୁ ଆସୁଥିବା ବ୍ୟକ୍ତିଙ୍କର ସାବୁନରେ ହାତ ଧୋଇବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯିବା ଦରକାର।
ଅନ୍ୟୂନ ୭୦% ଆଲକୋହଲ ଥିବା ହ୍ୟାଣ୍ଡ ସାନିଟାଇଜର ଉପଲବ୍ଧ କରାଯିବ।
ସନ୍ଦିଗ୍ଥ ବ୍ୟକ୍ତିଙ୍କୁ ସଙ୍ଗରୋଧ କରି ରଖିବା ପାଇଁ ଆବଶ୍ୟକ ଗୃହ ବ୍ୟବସ୍ଥା କରାଯିବ।
ନିୟମିତ ପରିଷ୍କାର ଓ ପରିଚ୍ଛନତା ଉପରେ ଗୁରୁତ୍ବ ଦିଆଯାଉଛି।
ଆବଶ୍ୟକ ପଡ଼ିଲେ ୧୦୪ ହେଲ୍‌ପ୍‌ ଲାଇନ ନମ୍ବରର ସହାୟତା ନେବାକୁ ଅନୁରୋଧ।
ବ୍ୟାଙ୍କ୍‌,ପୋଷ୍ଟ୍‌ ଅଫିସ୍‌ ଓ ବ୍ୟାବସାୟିକ ପ୍ରତିଷ୍ଠାନଙ୍କ ପାଇଁ ନିୟମାବଳୀ
ପ୍ରତି ଏଟିଏମ୍‌ ସେଣ୍ଟରରେ କରୋନା ସତର୍କ ସୂଚନା ଫଳକ ଲଗାଯିବ।
ସମସ୍ତ ଏଟିଏମ୍‌ କେନ୍ଦ୍ରରେ ହ୍ୟାଣ୍ଡ୍‌ ସାନିଟାଇଜର ଉପଲବ୍ଧ କରାଯିବ।
ଗ୍ରାହକ ଏଟିଏମ୍‌ ବ୍ୟବହାର କରିବା ପରେ ସାନିଟାଇଜର ହାତରେ ମାରିବାକୁ ପରାମର୍ଶ ଦିଆଯିବ।
ଜଣକ ପରେ ଜଣେ ଗ୍ରାହକ ଏଟିଏମ୍‌ କାଉଣ୍ଟରକୁ ଯିବା ନିୟମକୁ କଡ଼ାକଡ଼ି ପାଳନ କରାଯିବ।
ଏଟିଏମ୍‌ କାଉଣ୍ଟରଗୁଡ଼ିକ ନିୟମିତ ମେସିନ୍‌ରେ ସଫା କରାଯିବ।
ବ୍ୟାଙ୍କ ଟଏଲେଟ୍‌ ଓ ଵାସ୍‌ ରୁମ୍‌ରେ ପର୍ଯ୍ୟାପ୍ତ ପରିମାଣରେ ହାତ ଧୋଇବା ପାଇଁ ସାବୁନ୍‌, ହ୍ୟାଣ୍ଡ୍‌ ସାନିଟାଇଜର ମହଜୁଦ ରଖିବେ।
ଆବଶ୍ୟକତା ନଥାଇ ଏଟିଏମ୍‌ ବ୍ୟବହାର ନ କରିବାକୁ ଗ୍ରାହକଙ୍କୁ ଏସ୍‌ଏମ୍‌ଏସ୍‌ ଜରିଆରେ ବ୍ୟାଙ୍କମାନେ ସତର୍କ କରାଇବେ।
ଏହି ସମୟରେ ଅନଲାଇନ୍‌ ବ୍ୟାଙ୍କିଂ ସେବା ଓ ମୋବାଇଲ ବ୍ୟାଙ୍କିଂ ସେବା ଅଧିକ ବ୍ୟବହାର କରିବା ଉପରେ ଗୁରୁତ୍ବ।
ଗ୍ରାହକଙ୍କ ସୁବିଧା ପାଇଁ ପ୍ରତି ବ୍ୟାଙ୍କ ପକ୍ଷରୁ ଏକ ସ୍ବତନ୍ତ୍ର ଉତ୍ସର୍ଗୀକୃତ ଟେଲିଫୋନ ସେବା ଉପଲବ୍ଧ କରାଯିବ।
ଅଧିକରୁ ଅଧିକ ଗ୍ରାହକ ଯେପରି ବ୍ୟାଙ୍କ ଶାଖାକୁ ନ ଆସନ୍ତୁ ତାହା ଉପରେ ବ୍ୟାଙ୍କମାନେ ପଦକ୍ଷେପ ନେବେ

ସମ୍ବନ୍ଧିତ ଖବର