କୋଭିଡ଼ ଏକ ସ୍ବତଃ କୋଷଝିଲ୍ଲୀ ପରିବର୍ତ୍ତନକାରୀ ଭୂତାଣୁ ହୋଇଥିବାରୁ ବାୟୁ ଦ୍ବାରା ବ୍ୟକ୍ତିର ନାକ, ପାଟି ଦେଇ ପ୍ରବେଶ କରେ ଓ ୭୨ ଘଣ୍ଟା ମଧ୍ୟରେ ଫୁସ୍‌ଫୁସ୍‌ର ବାୟୁକାରକ ପ୍ରବାହକୁ ଭୀଷଣ କ୍ଷତି ପହଞ୍ଚାଏ।

Advertisment

ମାସ୍କ (ମୁଖତୁଣ୍ଡି) ୨ଥାକ ନିତ୍ୟାନ୍ତ ଜରୁରୀ। ସାମାଜିକ ଦୂରତା ସର୍ବନିମ୍ନ ୬ ଫୁଟ୍‌ ଏକାନ୍ତ କାମ୍ୟ। ଏହାଦ୍ବାରା ବହୁଧା ଏହି ମାରାତ୍ମକ ରୋଗଦାଉରୁ ବଞ୍ଚିହେବ।

ମୁଖ, ପାଟି, ନାକ ଯତ୍ନ
କୋଭିଡ ମହାମାରୀ ସମୟରେ ଏହା ପାଟି ଓ ନାକ ରୋଗର ମୁଖଶାଳା ହୋଇଥିବାରୁ ଏହାର ବିଶେଷ ଧ୍ୟାନ ରଖିବା ନିତାନ୍ତ ଜରୁରୀ।
ଏହି ସମୟରେ ଗୁଟ୍‌କା, ପାନ, ସିଗାରେଟ୍‌, ନାସ, ଖଇନି ଠାରୁ ନିହାତି ଦୂରେଇ ରୁହନ୍ତୁ।
ପ୍ରତ୍ୟହ ବିଟାଡାଇନ୍‌ ବା କ୍ଲୋରହେକ୍ସିଡିନ କୁଳି ୨ ଥର କରନ୍ତୁ।
କରୋନା ପ୍ରଭାବିତ ହୋଇ ଭଲ ହୋଇଥିବା ବ୍ୟକ୍ତି କୁଳୁକୁଞ୍ଚା ଓ ତଣ୍ଟିରେ କୁଳି ୩ ରୁ ୫ଥର କରନ୍ତୁ।
ଦାନ୍ତ ବିନ୍ଧା ବା ଦାନ୍ତମାଢ଼ି ବା ଗଳା ସଂକ୍ରମଣ, ଖସ୍‌ଖସ୍‌ ବା ଫୁଲା ଥିଲେ ତୁରନ୍ତ ଉପଚାର କରନ୍ତୁ।
କୌଣସି ଅସ୍ତ୍ରୋପଚାର ଅତ୍ୟାବଶ୍ୟକୀୟ ଥିଲେ କୋଭିଡ ଟେଷ୍ଟ କରି ଡାକ୍ତରୀ ପରାମର୍ଶ ନିଅନ୍ତୁ।

ହ୍ବାଇଟ୍‌ ଫଙ୍ଗସ୍‌ ଲକ୍ଷଣ
ବିନା ପୋକଖିଆ ବା ଡିକେ ନ ହୋଇ ତୀବ୍ରଭାବରେ ଦାନ୍ତ ବିନ୍ଧିବା, ମୁଣ୍ଡ ବୁଲାଇବା, ମାଢ଼ିରେ ପୂଜ ହେବା, ପଚା ଦୁର୍ଗନ୍ଧ ହେବା ଓ ଧଳା ଫମ୍ପି ଭଳି ମାଢ଼ି, ଗାଲ, ପେଟି, ଜ୍ଞାନ ଦନ୍ତ ମୂଳ ଓ ତାଳୁରେ ଫଳିଯିବା, ଦନ୍ତ ଡାକ୍ତରଙ୍କ ପାଖକୁ ଆସିବା ପୂର୍ବରୁ ବେଞ୍ଜାଇଲ ଡାଏମିନ୍‌ରେ ଦନ୍ତ ପାଟି କୁଳୁକୁଞ୍ଚା ଦିନକୁ ୪ଥର କରନ୍ତୁ। ଶର୍କରା (ସୁଗାର) ଲେବଲ ଦେଖି ଦନ୍ତ ଡାକ୍ତରଙ୍କୁ ତୁରନ୍ତ ପରାମର୍ଶ କରନ୍ତୁ।

ଏହା ବ୍ୟକ୍ତିଠୁ ବ୍ୟକ୍ତିକୁ ସଂକ୍ରମଣ କରେନାହିଁ। ତେଣୁ ଅତ୍ୟଧିକ ଶଙ୍କାଗ୍ରସ୍ତ ନ ହୋଇ ଔଷଧ ସେବନ ଠିକ୍‌ ଭାବେ କରନ୍ତୁ।

ଆସ୍କରେଜେଲସ୍‌ ନାମକ କବକ ଫ୍ରିଜ୍‌ରେ ଦେଖାଦିଅନ୍ତୁ। ଖାଦ୍ୟ ୩ ଦିନରୁ ଅଧିକା ଫ୍ରିଜ୍‌ରେ ରଖନ୍ତୁ ନାହିଁ। ଫ୍ରିଜ୍‌, ସିଙ୍କ୍‌ ବେସିନ ନିୟମିତ ସଫା କରନ୍ତୁ।

ଗୁଟୁକା, ଖଇନି, ନିଶାଠାରୁ ଦୂରରେ ରୁହନ୍ତୁ। ନଚେତ ଏହା ବଢ଼ିଗଲେ ମୁଖହନୁହାଡ, ବା ମୁଖହାଡ, ନାକହାଡ ପୂର୍ଣ୍ଣ ଅସ୍ତ୍ରୋପଚାରର ସମ୍ଭାବନା ଅଛି।

ମୁଖ, ନାକ, ପାଟି ଚିକିତ୍ସା
ଏହି ସମୟରେ ଲିଉକୋପ୍ଲାକିଆ, କ୍ୟାନ୍‌ସର, ଥାଇରଏଡ ରୋଗ ପାଇଁ ଘଡିସନ୍ଧି ମୁହୂର୍ତ୍ତ। ତେଣୁ ସତର୍କତା ଅବଲମ୍ବନ ସହ ଦନ୍ତ ଓ କର୍ଣ୍ଣ, ନାକ ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ ଓ ପ୍ରତିକାର ବିଧେୟ।

ଦନ୍ତ ବିନ୍ଧା ଏକ ଭୀଷଣ ପ୍ରକ୍ରିୟା ହୋଇଥିବାରୁ ରୁଟ୍‌ କେନାଲ କରିଦେବା ଜରୁରୀ।

ବ୍ଲାକ୍‌ ଫଙ୍ଗସ
ମ୍ୟୁକରୋମାଇକୋସିସ୍‌ ନାମକ ମାଟିର କବକ ଏବେ ଭାଇରାଲ ହୋଇଛି। ଏହା ଏବେ କୋକୁଆ ଭୟ ସୃଷ୍ଟି କରିଛି। କୋଭିଡ ପରବର୍ତ୍ତୀ ପର୍ଯ୍ୟାୟରେ ଶରୀର ପ୍ରାକୃତିକ ଆର୍ଦ ସ୍ଥାନ ଆଖି, ନାକ, ମୁଖ, ପାଟି ଗଳାରେ ଏହାର ପ୍ରତିଫଳନ ହେବା ଦେଖା‌ଯାଉଛି। ଏଥିନିମନ୍ତେ ସିଧା ଡାକ୍ତରୀ ପରାମର୍ଶ ବିଧେୟ।

ପାଟିରେ ହ୍ବାଇଟ୍‌ ଫଙ୍ଗସ୍‌
ପାଟିରେ ହ୍ବାଇଟ୍‌ ଫଙ୍ଗସ ସାଧାରଣତଃ ଗୁଟ୍‌କା ମାଢ଼ି ସଂକ୍ରମଣ, ଯକୃତ ସମସ୍ୟାରୁ ଦେଖା ଦେଇଥାଏ। ଏବେ କୋଭିଡ ସୁସ୍ଥଙ୍କଠାରେ ପ୍ରତିରୋଧକ ଶକ୍ତି କମିବାରୁ (CD4+cell) ଓ (T-Lymphocyte) ଅଚଳାବସ୍ଥାରୁ ଏହା ବହୁଧା ପରିଲକ୍ଷିତ। ଭୟଭୀତ ନ ହୋଇ ତୁରନ୍ତ ଡେଣ୍ଟାଲ ଓ ଓରାଲ ସର୍ଜନ ସହଙ୍କ ପରାମର୍ଶ କରନ୍ତୁ।

ଆମ୍ପୋଟେରିସିନ ଓ ନିଷ୍ଟାଟିନ୍‌ ସହ କ୍ଲିଣ୍ଡାମାଇସିନ୍‌ର ସେବନ ଏହାକୁ ଏକ ସପ୍ତାହ ମଧ୍ୟରେ ପ୍ରଶମିତ କରେ। ସଂପୂର୍ଣ୍ଣ ଏକ ପାର୍ଶ୍ବ ମାଢ଼ି ଓ ଗାଲପେଟି ସଂକ୍ରମଣ ହେଲେ ସ୍ଥଳବିଶେଷରେ ଏହାର ଅସ୍ତ୍ରୋପଚାର (ମାଇନର ଓରାଲ୍‌ ସର୍ଜରୀ) କରିବାକୁ ପଡ଼ିଥାଏ।