ନିମ୍ବ ମାସ୍କ ପିନ୍ଧିଥିବା ବ୍ୟକ୍ତିଙ୍କ ଭିଡିଓ ଭାଇରାଲ; କହିଲେ, ‘ ଏହା ମୋତେ ହସ୍ପିଟାଲରୁ ମିଳିଛି’

ନୂଆଦିଲ୍ଲୀ: କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ବିଶେଷଜ୍ଞ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି। କିଛିଲୋକ ଏହାର ପାଳନ କରୁଥିବା ବେଳେ କିଛି ଏହାକୁ ଅଣଦେଖା କରୁଛନ୍ତି। ଏହି କ୍ରମରେ ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖୀରୀ ଜିଲ୍ଲାରେ ରହୁଥିବା ମହେନ୍ଦ୍ର ସିଂହଙ୍କ ଏକ ଭିଡିଓ ଏଇ କିଛିଦିନ ହେବ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତାଙ୍କର ଭିଡିଓ ଭାଇରାଲ ହେବାର କାରଣ ସେ ପିନ୍ଧିଥିବା ମାସ୍କ।

ଲକ୍ଷ୍ମୀପୁର ଜିଲ୍ଲାର ବଗରେଠି ଗ୍ରାମରେ ମହେନ୍ଦ୍ର ସିଂହ ଏକ ଅଦ୍ଭୁତ ମାସ୍କ ପିନ୍ଧିଛନ୍ତି। ମହେନ୍ଦ୍ରଙ୍କ କହିବାଅନୁସାରେ, ଏହି ମାସ୍କ ତାଙ୍କୁ ସରକାରୀ ହସ୍ପିଟାଲର ଜଣେ ଅଧିକାରୀ ତିଆରି କରି ଦେଇଛନ୍ତି। ଯାହାଙ୍କ କହିବାନୁସାରେ ମାସ୍କରେ ନିମ୍ବ ପତ୍ର ଦେଇ ପିନ୍ଧିବା ଶରୀର ପାଇଁ ଭଲ ହୋଇଥାଏ।

ଲକ୍ଷ୍ମୀପୁର ଜିଲ୍ଲାର ବଗରେଠି ଗ୍ରାମରେ କରୋନା ସଙ୍କଟ ଜାରି ରହିଛି। ହୋଲି ପର ଠାରୁ ଏଯାବତ ଏହି ଗ୍ରାମରେ ୧୫ରୁ ୨୦ଜଣଙ୍କ କରୋନାରେ ମୃତ୍ୟୁ ହୋଇସାରିଲାଣି। ଏମିତିରେ ନିମ୍ବ ପତ୍ର ଏବେ ରାମବାଣ ପାଲଟିଛି। ନିମ୍ବ ପତ୍ର ମାସ୍କ ପିନ୍ଧିବା  ବହୁତ ସହଜ ଓ ନିଶ୍ବାସ ନେବାରରେ ଅସୁବିଧା ବି ହେଉନାହିଁ। ନିମ୍ବ ଏକ ଔଷଧ ଗଛ। ଏହାଦ୍ବାରା ବିଭିନ୍ନ ପ୍ରକାର ରୋଗ ଦୂର ହୋଇଥାଏ ବୋଲି ମହେନ୍ଦ୍ର କହିଛନ୍ତି।

ସମ୍ବନ୍ଧିତ ଖବର