ରାଜ୍ୟରେ କରୋନା ଭୂତାଣୁ ସମ୍ପର୍କରେ ସଚେତନ କରିବେ ସ୍ବୟଂ ସହାୟକ ଗୋଷ୍ଠୀ

ରାଜ୍ୟରେ କରୋନା ଭୂତାଣୁ ସଂପର୍କିତ ସଚେତନତା ପାଇଁ ରାଜ୍ୟରେ ଥିବା ସ୍ବୟଂ ସହାୟକ ଗୋଷ୍ଠୀ ବା ଏସଏଚ୍‌ଜିମାନଙ୍କୁ ସାମିଲ କରାଯିବ। ଆସନ୍ତା ୨ଦିନ ଭିତରେ ସେମାନଙ୍କୁ ନେଇ ଏକ ବୈଠକ କରାଯିବ। ଯାହାଫଳରେ ଏସ୍‌ଏଚ୍‌ଜି ଗ୍ରୁପ୍‌ମାନେ ନିଜ ନିଜ ଭିତରେ ସଚେତନତା ସୃଷ୍ଟି କରିବା ସହିତ ନିଜ ଅଞ୍ଚଳରେ ମଧ୍ୟ କରୋନା ଭୂତାଣୁ ସଂପର୍କରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିପାରିବେ। ପୂର୍ବରୁ ଅଙ୍ଗନବାଡ଼ି କର୍ମୀ ଓ ଆଶା କର୍ମୀମାନଙ୍କୁ ପୂର୍ବରୁ ମାର୍ଗଦର୍ଶିକା ଜାରି କରାଯାଇଛି। ପଞ୍ଚାୟତ ସମିତି ଓ ଗ୍ରାମ ପଞ୍ଚାୟତଗୁଡ଼ିକୁ ସଚେତନତା ବାର୍ତା ବା ଆଇଇସି କାଗଜପତ୍ର ଯୋଗାଇ ଦିଆଯିବ। ରାଜ୍ୟର ବିଭିନ୍ନ ପ୍ରମୁଖ ସ୍ଥାନରେ ବଡ଼ ବଡ଼ ହୋର୍ଡିଂ ଜରିଆରେ କରୋନା ଭୂତାଣୁ ସଂପର୍କରେ ସଚେତନତା ସୃଷ୍ଟି କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ବିଧାୟକମାନଙ୍କୁ ଟିପ୍ସ ଦେଲେ ବାଚସ୍ପତି
ଭୁବନେଶ୍ବର : କରୋନାକୁ ରାଜ୍ୟ ବିପର୍ଯ୍ୟୟ େଘାଷଣା ପରେ ଆଜି ବିଧାନସଭାରେ ବିଧାୟକମାନଙ୍କୁ ଟିପ୍ସ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ବିଧାନସଭା ସମ୍ମିଳନୀ କକ୍ଷରେ ବାଚସ୍ପତି ବିଧାୟକମାନଙ୍କୁ ଭାଇରସ ପାଇଁ ସତର୍କ ଓ ସଚେତନ କରାଇଥିଲେ। କହିଥିଲେ, ବାରମ୍ବାର ଭଲ ଭାବେ ହାତ ଧୋଇବାକୁ ହେବ। ନିଜେ ସଚେତନ ହୋଇ ନିଜ ନିର୍ବାଚନମଣ୍ଡଳୀର ସମସ୍ତଙ୍କୁ ଭୂତାଣୁର ଭୟାବହତା ସମ୍ପର୍କରେ ଅବଗତ କରାଇବା ଲାଗି ବାଚସ୍ପତି ବିଧାୟକମାନଙ୍କୁ ପ୍ରବର୍ତାଇଥିଲେ।

ଏହି ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ଡାକ୍ତରମାନେ ମଧ୍ୟ ଉପସ୍ଥିତ ସମସ୍ତ ନେତା, ମନ୍ତ୍ରୀ, ବିଧାୟକ ଏବଂ ଅନ୍ୟ ସମସ୍ତ କର୍ମୀଙ୍କୁ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ। ନିଜ କାର୍ଯ୍ୟାଳୟମାନଙ୍କରେ ଟେବୁଲ, କି ବୋର୍ଡ, ମାଉସ ଆଦି ପ୍ରତି ସତର୍କ ରହିବାକୁ ପରାମର୍ଶ ଦିଆଯାଇଥିଲା। ତେବେ କରୋନାକୁ କେମିତି ପ୍ରତିହତ କରିହେବ ସେନେଇ ସମସ୍ତେ ସାବୁନରେ ହାତ ଧୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ ନେତା ମଧ୍ୟ ହାତ ଧୋଇ ସଚେତନତାର ବାର୍ତ୍ତା ଦେଇଥିଲେ।

ବିଜେଡି କାର୍ଯ୍ୟକ୍ରମ ସ୍ଥଗିତ
ଭୁବନେଶ୍ବର : କରୋନାକୁ ରାଜ୍ୟ ବିପର୍ଯ୍ୟୟ େଘାଷଣା ପରେ ବିଜେଡି ଆଜି ଦୁଇଟି ବଡ଼ କାର୍ଯ୍ୟକ୍ରମକୁ ସ୍ଥଗିତ କରିଛି। ବିଜୁ ଜୟନ୍ତୀ ଅବସରରେ ଦଳ ପକ୍ଷରୁ ଆୟୋଜିତ ହେବାକୁ ଥିବା ମହିଳା ସମାବେଶ ଓ ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ ଆସନ୍ତା ମାର୍ଚ୍ଚ ୩୧ ତାରିଖ ଯାଏ ସ୍ଥଗିତ ରଖାଯାଇଛି। ପରବର୍ତୀ କାର୍ଯ୍ୟକ୍ରମ ବିଜେଡି ସଭାପତିଙ୍କ ଅନୁମୋଦନ କ୍ରମେ ଜଣାଇ ଦିଆଯିବ ବୋଲି ଦଳ ପକ୍ଷରୁ ଏକ ପ୍ରେସ ଇସ୍ତାହାରରେ ଦେବୀ ପ୍ରସାଦ ମିଶ୍ର ଜଣାଇଛନ୍ତି।

ସମ୍ବନ୍ଧିତ ଖବର