କରୋନା ମହାମାରୀ ସମୟରେ ସାମାଜିକ ଦୂରତା କୁ ଫୁ କରୁଥିବା ମଣିଷ ପାଇଁ ଉଦାହରଣ ପାଲଟିଲା ପକ୍ଷୀ

ନୂଆଦିଲ୍ଲୀ: ଯେପର୍ଯ୍ୟନ୍ତ ବୈଜ୍ଞାନିକମାନେ ଟିକା ବାହାର କରି ନାହାନ୍ତି ସେ ପର୍ଯ୍ୟନ୍ତ କରୋନା ମହାମାରୀରୁ ବଞ୍ଚିବା ପାଇଁ ଏକମାତ୍ର ବିକଳ୍ପ ସାମାଜିକ ଦୂରତା । ସମଗ୍ର ଦୁନିଆରୁ ଏମିତି ଅନେକ ଉଦାହରଣ ଆସିଛି ଯେଉଁଥିରେ ଲୋକମାନେ ସାମାଜିକ ଦୂରତାକୁ ଫୁ କରି ଦେଇଥିବା ଦେଖିବାକୁ ମିଳିିଛି । ଏହି କ୍ରମରେ ସୋସିଆଲ ମିଡିଆରେ ଏକ ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ ପକ୍ଷୀ ସାମାଜିକ ଦୂରତାର ପାଳନ କରିଥିବା ଦେଖିବାକୁ ମିଳିଛି। ଏହି ପକ୍ଷୀକୁ ଦେଖିବା ପରେ ମଣିଷକୁ ଏହାଠାରୁ କିଛି ଶିଖିବା ଦରକାର ବୋଲି କୁହାଯାଉଛି।

କରୋନା ଭାଇରସ୍‌ ମଧ୍ୟରେ ଏକ ନୂଆଶୈଳୀରେ ଜୀବନଯାପନ କରିବାକୁ ହେଉଛି। ଲକ୍‌ଡାଉନ୍‌ ପରେ ଲକ୍‌ଡାଉନ୍‌ ଜାରି ହେବା ପରେ ଲୋକମାନେ ଘରେ ରହି ବ୍ୟସ୍ତବିବ୍ରତ ହୋଇପଡ଼ିଛନ୍ତି। ଏବେ ଏହି ଲକ୍‌ଡାଉନ୍‌ କିଛି ମାତ୍ରାରେ କୋହଳ ହେବାରୁ ଲୋକମାନେ ଧୀରେଧୀରେ ଘରୁ ବାହାରକୁ ବାହାରୁଛନ୍ତି। କିଛି ଲୋକ ସାମାଜିକ ଦୂରତାକୁ ମାନୁଥିବା ବେଳେ ଆଉ କିଛି ଲୋକ ଏହାକୁ ଫୁ କରି ଉଡ଼ାଇ ଦେଉଛନ୍ତି। ଏହି କ୍ରମରେ ଏକ ପକ୍ଷୀ ଉଦାହରଣ ଦେଇ ବୁଝାଇଛି କି କରୋନା ମହାମାରୀ ସମୟରେ ସାମାଜିକ ଦୂରତା କେତେ ଚରୁରୀ ହୋଇଥାଏ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଫଟୋକୁ ଜୁନ୍‌ ୯ ତାରିଖାର ବାସ ଟୋଏମେନ୍‌ ନାମକ ବ୍ୟକ୍ତି ଟୁଇଟର ଆକାଉଣ୍ଟରେ ସେୟାର କରି କ୍ୟାପସନ୍‌ ଲେଖାଛନ୍ତି କି, ଦେଖନ୍ତୁ କିଭଳି ନିୟମର ପାଳନ କରିବା ଉଚିତ?

ସମ୍ବନ୍ଧିତ ଖବର