ଭାରତର ଦାମୀ ଗଧ, ମୂଲ୍ୟ ଶୁଣିଲେ ଆପଣଙ୍କ ହୋସ ଉଡିଯିବ

ଚଣ୍ଡୀଗଡ଼: ଆପଣ ତ ଗଧ ଦେଖିଥିବେ | ଗୋଟିଏ ଗଧର ମୂଲ୍ୟ କେତେ ଟଙ୍କା ହୋଇପାରେ | ୧୦ରୁ ୫୦ ହଜାର ଟଙ୍କା ଆପଣ ଭାବୁଛନ୍ତି କି ? କିନ୍ତୁ ଭାରତରେ ଏମିତି ଏକ ଗଧ ରହିଛି ଯାହାର ମୂଲ୍ୟ ହଜାର ନୁହଁ ବରଂ ୧୦ ଲକ୍ଷ ଟଙ୍କା | ଆଶ୍ଚର୍ଯ୍ୟ ହେଲେ ନା ପଢନ୍ତୁ ଏହି ଗଧର କାହାଣୀ |

PHOTO-historytv

ହରିୟାଣାର ନୟାବାନ୍ସ | ଏଠାରେ ରୁହେ ଟିପୁ ନାମକ ଗଧ | ଭାରତର ସୁପରଷ୍ଟାର ଗଧ ଭାବରେ ପରିଚିତ ଟିପୁ ଅନ୍ୟ ଗଧଙ୍କ ତୁଳନାରେ ଉଭୟ ଉଚ୍ଚତା ଓ ଓଜନରେ ଅଧିକ | ସାଧାରଣ ଗଧଙ୍କ ଠାରୁ ଉଚ୍ଚତାରେ ୭ ଇଞ୍ଚ ଅଧିକ ହୋଇଥିବାବେଳେ ଚାହିଦା କାହିଁରେ କଣ | ଏହାର ମାଲିକ ରାଜୁଙ୍କ କହିବା ମୁତାବକ ତାଙ୍କ ବାପା ଇଟାଲିୟନ ବ୍ରିଡ଼ର ଦିପୁ ନାମକ ଗଧଟିଏ ଆଣିଥିଲେ | ତା ସହ ଅମୃତସର ଗଧର ସଙ୍ଗମ କରାଇଥିଲେ | ସେମାନଙ୍କ ଔରସରୁ ଜନ୍ମ ହୋଇଥିଲା ଟିପୁ |

ବର୍ତ୍ତମାନ ଟିପୁ ସହ ସଙ୍ଗମ କରାଇବା ପାଇଁ ପଞ୍ଜାବ,ରାଜସ୍ଥାନ,ଉତ୍ତରପ୍ରଦେଶରୁ ଗଧ ମାଲିକମାନେ ସେମାନଙ୍କ ଗଧକୁ ନେଇ ଆସିଥାନ୍ତି | ଗୋଟିଏ ଗଧ ପିଛା ସଙ୍ଗମ ପାଇଁ ୪୦ ହଜାର ଟଙ୍କା ଦେବାକୁ ପଡିଥାଏ ବର୍ତ୍ତମାନ ସୁଦ୍ଧା ୬୦ଟି ଗଧ ସହ ସଙ୍ଗମ କରାଯାଇ ୨୦ ଲକ୍ଷ ଟଙ୍କା ଆୟ କରିସାରିଲେଣି ରାଜୁ | ଏସବୁ ଟିପୁର ଖାଦ୍ୟ ଓ ରକ୍ଷଣାବେକ୍ଷଣ ପାଇଁ ଖର୍ଚ୍ଚ ହୋଇଥାଏ |

ସମ୍ବନ୍ଧିତ ଖବର