କୋଲକାତା: ଆଜିକାଲି ଯୁବକ ଯୁବତୀ ନିଜ ବିବାହ ଉତ୍ସବରେ ଭିନ୍ନ ଭିନ୍ନ ଉପାୟ ଆପଣାଇ ଗ୍ରାଣ୍ଡୱେରେ ସେଲିବ୍ରେଟ କରୁଥିବା ଦେଖିବାକୁ ମିଳିଛି । କିନ୍ତୁ ନିକଟରେ ଏମିତି ଜଣେ ଯୁବକ-ଯୁବତୀଙ୍କ ବିବାହ ସାମ୍ନାକୁ ଆସିଛି, ଯାହାଙ୍କୁ ବିବାହ ପାଇଁ ସମୟ ନମିଳିବାରୁ ସେମାନେ ନିଜ କାର୍ଯ୍ୟଳୟରେ ବିବାହ କରିବାକୁ ଉଚିତ ମଣିଥିଲେ। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।
/sambad/media/post_attachments/a3a252438be82a3e5dea27d63db5b8e41a0c8e82be582c7ce8729cd4f7af99f3.jpg)
ନିକଟରେ ପଶ୍ଚିମବଙ୍ଗର ଜଣେ ଦମ୍ପତ୍ତି କାର୍ଯ୍ୟବ୍ୟସ୍ତତା ଓ ସମୟ ଅଭାବରୁ ନିଜ କାର୍ଯ୍ୟାଳୟରେ ବିବାହ କରିଥିବା ଦେଖିବାକୁ ମିଳିଛି। ଆଇଏଏସ୍ ଅଫିସର ତୁଷାର ସିଙ୍ଗ୍ଲା ଓ ଆଇପିଏସ୍ ଅଫିସର ନବଜୋତ ସିମି ପଞ୍ଜାବର ବାସିନ୍ଦ। ଗତ କିଛି ଦିନ ଦୁହେଁ ରିଲେସନସିପ୍ରେ ରହିବା ପରେ ତୁଷାର ଓ ନବଜୋତ ବିବାହ କରିବାକୁ ସ୍ଥିର କରିଥିଲେ। କିନ୍ତୁ କାର୍ଯ୍ୟବ୍ୟସ୍ତତା ଯୋଗୁଁ ସେମାନେ ପଞ୍ଜାବକୁ ଯାଇପାରୁ ନ ଥିଲେ।
ଏଥିପାଇଁ ତାଙ୍କ ବିବାହ ତାରିଖ ସ୍ଥିର ହେବାରେ ବହୁ ବିଳମ୍ବ ହୋଇ ଆସୁଥିଲା। ଶେଷରେ ତୁଷାର ଓ ନବଜୋତ ବିବାହ କରିବା ପାଇଁ ନିଜ କାର୍ଯ୍ୟାଳୟକୁ ବାଛିଥିଲେ। ଏଥିପାଇଁ ନବଜୋତ ପାଟନାରୁ ପଶ୍ଚିମବଙ୍ଗ ଆସିଲେ । ତୁଷାରଙ୍କ କାର୍ଯ୍ୟାଳୟରେ ସେମାନଙ୍କର ନିରାଡମ୍ବର ବିବାହ ହୋଇଥିଲା। ଏହି ଆଇଏଏସ୍ ଓ ଆଇପିଏସ୍ଙ୍କ ଏଭଳି ବିବାହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ସେମାନଙ୍କ ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
/sambad/media/post_attachments/7e5919439384f80ccefe14c7bdda75fee9b8ab5590e8e5fa5e86b28849bc5035.jpg)
ସୂଚନାଯୋଗ୍ୟ, ୨୦୧୫ ବ୍ୟାଚର ଆଇଏଏସ୍ ଅଫିସର ତୁଷାର ସିଙ୍ଗ୍ଲା ପଶ୍ଚିମବଙ୍ଗରେ ଉଲୁବେରିଆରେ ଏସ୍ଡିଓ ଭାବେ କାର୍ଯ୍ୟରତ ଅଛନ୍ତି। ସେହିପରି ୨୦୧୭ ବ୍ୟାଚର ଆଇପିଏସ୍ ଅଫିସର ନବଜୋତ ସିମି ପାଟନାରେ କାର୍ଯ୍ୟରତ ଥିବା ଜଣାପଡ଼ିଛି।