ସ୍ୱାମୀସ୍ତ୍ରୀ ପରସ୍ପର ବିରୋଧରେ କଲେ ୬୭ କେଶ୍‌, ଆଉ ମାମଲା ରୁଜୁ କରିବାକୁ ମନାକଲେ ସୁପ୍ରିମକୋର୍ଟ

ବେଙ୍ଗାଲୁର: ବେଙ୍ଗାଲୁରର ଜଣେ ସପ୍ଟେଓ୍ଵୟାର ଇଞ୍ଜିନିୟର ଓ ତାଙ୍କ ଏମବିଏମ ପତ୍ନୀ ପରସ୍ପର ବିରୋଧରେ ବିଭିନ୍ନ କୋର୍ଟରେ ୬୭ଟି ମାମଲା ରୁଜୁ କରିଛନ୍ତି।ଶେଷରେ ଏହି ମାମଲାରେ ଦେଶର ସୁପ୍ରିମ୍‌ କୋର୍ଟ ହସ୍ତକ୍ଷେପ କରିଛନ୍ତି। ଆଉ ସୁପ୍ରିମକୋର୍ଟ ବିରକ୍ତ ହୋଇ ଉଭୟ ପତିପତ୍ନୀ କୌଣସି ସାନି ମାମଲା ରୁଜୁ କରିପାରି;ବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ବାଙ୍ଗାଲୁରର ଜଣେ ସପ୍ଟେଓ୍ଵୟାର ଇଞ୍ଜିନିୟର ୨୦୦୨ ମସିହାରେ ଜଣେ ଏମବିଏ ମହିଳାଙ୍କୁ ବିବାହ କରିଥିଲେ। ଏହା ପରେ ଉଭୟ ଆମେରିକା ଚାଲିଯାଇଥିଲେ। । ସେଠାରେ ୨୦୦୯ ମସିହାରେ ସେମାନଙ୍କର ଏକ ପୁଅ ହୋଇଥିଲା। ତେବେ କିଛି ଦିନ ପରେ ସେମାନଙ୍କ ସମ୍ପର୍କ ଖରାପ ହେବାରୁ ମହିଳାଜଣକ ନିଜ ପୁଅକୁ ଧରି ବେଙ୍ଗାଲୁର ପଳାଇ ଆସିଥିଲେ। ପୁଅକୁ ସ୍ତ୍ରୀ ନେଇ ପଳାଇ ଆସିବା ପରେ ତାଙ୍କ ସ୍ୱାମୀ ମଧ୍ୟ ଆସି ବେଙ୍ଗାଲୁରରେ ପହଞ୍ଚି ମହିଳାଙ୍କ ନାମରେ ୫୮ଟି ମାମଲା ବିଭିନ୍ନ କୋର୍ଟରେ କରିଛନ୍ତି। ଆଉ ମହିଳାଜଣକ ତାଙ୍କ ସ୍ୱାମୀଙ୍କ ନାମରେ ୯ଟି ମାମଲା ରୁଜୁ କରିଛନ୍ତି।ଶେଷରେ ମାମଲା ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରପାଇଁ ଯିବା ପରେ ସର୍ବୋଚ୍ଚ ନ୍ୟାୟାଳୟ ସ୍ୱାମୀସ୍ତ୍ରୀ ପରସ୍ପର ବିରୋଧରେ ଏତେ ମାମଲା ରୁଜୁ କରିଥିବା ଜାଣିବା ପରେ ଏହାର ସମାଧାନ ପାଇଁ ଚେଷ୍ଟା କରିଥିଲେ। ମାତ୍ର ଶେଷରେ ଏହି ସମସ୍ତ ମାମଲା ନିମ୍ନ ଅଦାଲତ ବିଚାର ହେବ ବୋଲି ସୁପ୍ରିମେ କୋର୍ଟ କହିବା ସହିତ ସେମାନଙ୍କ ବିବାହ ବିଚ୍ଛେଦ ମାମଲା ଆସନ୍ତା ୬ ମାସ ମଧ୍ୟରେ ପରିବାର ଅଦାଲତରେ ଶେଷ କରିବାକୁ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ କୁରିୟନ ଜୋଶେଫ ଓ ଜଷ୍ଟିସ ଏସ କେ କୌଲଙ୍କୁ ନେଇ ଗଠିତ ବେଞ୍ଚ ରାୟ ଦେଇଛନ୍ତି। ଏହା ସହିତ ସ୍ୱାମୀ ସ୍ତ୍ରୀ ଏ ପ୍ରସଙ୍ଗରେ ପରସ୍ପର ବିରୋଧରେ ବା ପରସ୍ପରଙ୍କ ପରିବାର ସଦସ୍ୟଙ୍କ ବିରୋଧରେ କିମ୍ବା ତାଙ୍କ ପିଲା ପଢ଼ୁଥିବା ସ୍କୁଲ ବିରୋଧରେ ତାହା ଫୌଜଦାରି ହେଉ କିମ୍ବା ଦେଓ୍ଵାନୀ ଆଉ କୌଣସି ନୂଆ ମାମଲା ରୁଜୁ କରି ପାରିବେ ନାହିଁ ବୋଲି ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସ୍କୁଲରେ ପ୍ରବେଶ ଉପରେ ଉଭୟ ସ୍ୱାମୀସ୍ତ୍ରୀଙ୍କ ଉପରେ କୋର୍ଟ ପ୍ରତବନ୍ଧକ ଲଗାଇବା ସହିତ ସ୍କୁଲ କର୍ତ୍ତୃପକ୍ଷ ପିତାମାତାଙ୍କୁ ସ୍କୁଲ କାର୍ଯ୍ୟକଳାପ ନେଇ ଅବଗତ କରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର