ପାଇଖାନା ଭିତରୁ ହଠାତ୍ ବାହାରି ଆସିଲା ଗୋଧି, ଛାତିଥରା ଭାଇରାଲ ଭିଡିଓରେ ଦେଖନ୍ତୁ ତା’ପରର ଦୃଶ୍ୟ

ନୂଆଦିଲ୍ଲୀ: ଅନେକ ସମୟରେ ଏପରି ଘଟଣା ଘଟିଥାଏ ଯାହା କେହି ହୁଏତ ସ୍ବପ୍ନରେ ସୁଧା ଭାବି ନଥାନ୍ତି। ଠିକ ସେଭଳି ଏକ ଘଟଣା ଘଟିଛି ଥାଇଲାଣ୍ଡରେ। ସୋସିଆଲ ମିଡିଆରେ ଏବେ ଏକ ଛାତିଥରା ଭିଡିଓ ଖୁବ ଭାଇରାଲ ହେଉଛି। ଯେଉଁଥିରେ ପାଇଖାନା ଭିତରୁ ହଠାତ୍ ଗୋଧି ବାହାରି ଆସିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଭିଡିଓକୁ ଦେଖି ଅନେକ କମୋଡ ଉପରେ ବସିବା ପୂର୍ବରୁ ୧୦ଥର ଭାବିବେ ନିଶ୍ଚୟ।

ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ବ୍ୟକ୍ତି ଶୌଚ ହେବା ପାଇଁ ପାଇଖାନାକୁ ଯିବା ପରେ ଅଦ୍ଭୁତ ଶବ୍ଦ ଶୁଣୁଛନ୍ତି। ଏହାର କିଛି ସମୟ ପରେ ପାଇଖାନା ଭିତରୁ ଜିଭ ହଲାଇ ଧିରେ ଧିରେ କଳା ରଙ୍ଗର ଗୋଧୀ ବାହାରକୁ ଆସୁଛି। ଗୋଧିଟି ପୂରା ବାହାରକୁ ଆସି କିଛି ସମୟ ରହିବା ସହ ଶବ୍ଦ ଶୁଣି ପୁଣି ଭିତରକୁ ଚାଲିଯାଉଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଲୋକେ ଏହି ଭିଡିଓ ଦେଖି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି ଯେ, ଯଦି ବ୍ୟକ୍ତିଜଣକ ଆସୁଥିବା ଶବ୍ଦକୁ ନଶୁଣି କମୋଡ ଉପରେ ବସିପଡ଼ିଥାନ୍ତେ, ତେବେ କ’ଣ ହୋଇଥାନ୍ତା।

 

View this post on Instagram

 

A post shared by Trolls Officials (@trolls_official)

ତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ପାଇଖାନା ଭିତରୁ ସାପ ବାହାରୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିସାରିଛି।

ସମ୍ବନ୍ଧିତ ଖବର