ଜଣେ ଝିଅ ସହ ସଂପର୍କରେ ଥିଲେ ଉଭୟ ପତି-ପତ୍ନୀ, ତାପରେ ଘଟିଲା ଏମିତି…

ନୂଆଦିଲ୍ଲୀ: ସଂପର୍କକୁ ନେଇ ଆଜିକାଲି ଖୁବ୍ ଅଜବ ଅଜବ କଥା ସବୁ ଦେଖିବାକୁ ମିଳୁଛି। ଏବେ ଆମେ ଯେଉଁ ସଂପର୍କ ବିଷୟରେ କହିବୁ ତାହା ଜାଣିବା ପରେ ଆପଣ ଚକିତ ହୋଇଯିବେ। ଜଣେ ଦମ୍ପତି ଉଭୟଙ୍କ ସହମତିରେ ଅନ୍ୟ ଜଣେ ଝିଅଙ୍କ ସହ ସଂପର୍କ ରହିଲେ। ମାତ୍ର କିଛି ଦିନ ସଂପର୍କରେ ରହିବା ପରେ ସେହି ଯୁବତୀ ଜଣକ ହିଁ ନିଜ ଆଡୁ ସେମାନଙ୍କଠାରୁ ଦୂରେଇ ଗଲେ। ସଂପର୍କ ଭାଙ୍ଗିଯିବା ପରେ ଦମ୍ପତି ସେମାନଙ୍କ କାହାଣୀକୁ ଗଣମାଧ୍ୟମରେ ସେୟାର୍‌ କରିଛନ୍ତି।

ଏହି ଦମ୍ପତି ହେଉଛନ୍ତି ଆମେରିକାର ଫ୍ଲୋରିଡାରେ ରହୁଥିବା ଜେସ୍‌ ଡେମାର୍କୋ ଓ ତାଙ୍କ ସ୍ବାମୀ ଷ୍ଟିଫନ୍‌ ଡେମାର୍କ। ସେମାନେ ଉଭୟ ଉଭୟଙ୍କ ସହମତିରେ ହିଁ ଏକ ପୋଲାମୋରସ(ଯେଉଁ ସଂପର୍କରେ ୨ରୁ ଊର୍ଧ୍ବ ବ୍ୟକ୍ତି ସଂପୃକ୍ତ ଥାଆନ୍ତି) ସଂପର୍କରେ ଥିଲେ।

ଜେସ୍‌ ଏବଂ ଷ୍ଟିଫନ୍‌ ୧୩ ବର୍ଷରୁ ଅଧିକ ସମୟ ହେବ ପରସ୍ପରଙ୍କ ସହ ରହିଛନ୍ତି। କିଛି ବର୍ଷ ତଳେ ସେମାନେ ଅନ୍ୟ ଜଣେ ଯୁବତୀଙ୍କୁ ସେମାନଙ୍କ ସଂପର୍କରେ ସାମିଲ୍‌ କଲେ। ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କର ସେହି ଯୁବତୀଙ୍କ ପ୍ରତି ଆକର୍ଷଣ ଥିଲା। ମାତ୍ର କିଛି ଦିନର ଡେଟିଂ ଓ ସାଥୀରେ ରହିବା ପରେ ଉକ୍ତ ଯୁବତୀ ଜଣକ ଉଭୟ ପତି ଓ ପତ୍ନୀଙ୍କଠାରୁ ଦୂରେଇ ଗଲେ।

ଜେସ୍‌ କହନ୍ତି ଯେ ସେ ଯେତେବେଳେ ଜାଣିଲେ ଯେ ସେ ଜଣେ ସମଲୀଙ୍ଗି ବୋଲି, ସେ ତାଙ୍କ ସ୍ବାମୀଙ୍କୁ କହିଲେ। ତାଙ୍କ ସ୍ବାମୀ ଜଣେ ଝିଅଙ୍କୁ ଡେଟ୍‌ କରିବା ଆରମ୍ଭ କଲେ। ତା’ପରେ ଉୟଭ ସେ ଝିଅ ସହ ରହିବା ପାଇଁ ନିଷ୍ପତ୍ତି ନେଲେ। ମାତ୍ର ସେମାନଙ୍କ ଯୋଜନା ଫଳପ୍ରଦ ହେଲା ନାହିଁ।

ସମ୍ବନ୍ଧିତ ଖବର