ବର-କନ୍ୟାଙ୍କ ମଧ୍ୟରୁ କାହାର ଶାରୀରିକ ସମସ୍ୟା ନଥାଇ ମଧ୍ୟ ଏହି କାରଣରୁ ଡାକ୍ତରଖାନାରେ ବିବାହ କଲେ ଦମ୍ପତ୍ତି

ନୂଆଦିଲ୍ଲୀ: ଟେକ୍ସାସରେ ରହୁଥିବା ଦମ୍ପତ୍ତିଙ୍କ କାମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଦୁହେଁ ଘରେ ବା କୌଣସି ବିବାହ ମଣ୍ଡପରେ ବିବାହ ନ କରି ଡାକ୍ତରଖାନରେ କ’ଣ ପାଇଁ ବିବାହ କଲେ, ସେ ପ୍ରଶ୍ନ ପ୍ରଥମେ ସମସ୍ତଙ୍କ ମନକୁ ଆସିଥିଲା। କିନ୍ତୁ ପ୍ରକୃତ କାରଣ ସାମ୍ନାକୁ ଆସିବା ପରେ ଏବେ ଦୁହିଁଙ୍କ କାମକୁ ଲୋକେ ପ୍ରଶଂସା କରିବାରେ ଲାଗି ପଡ଼ିଛନ୍ତି।

अस्पताल में ही निभाई शादी की सभी रस्में
oneindia.com

ସୂଚନା ମୁତାବକ, ଆଲିୟାହ ଓ ମାଇକେଲ ଦୁହିଁଙ୍କ ବିବାହ ଦିନ ସ୍ଥିିର ହେବା ପରେ ମାଇକେଲଙ୍କ ବାପାଙ୍କ ଦେହ ଖରାପ ହୋଇ ଯାଇଥିଲା। ତାଙ୍କୁ ଡାକ୍ତରଖାନାରେ କିଛି ଦିନ ଭର୍ତ୍ତି ହୋଇ ରହିବା କଥା ଡାକ୍ତର ଜଣାଇବା ପରେ ବିବାହ ତାରିଖକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲେ ମାଇକେଲ। କିଛି ଲୋକ ତାଙ୍କୁ ବିବାହ ତାରିଖ ଘୁଞ୍ଚାଇଦେବା ପାଇଁ ଉପଦେଶ ଦେଇଥିବା ବେଳେ ମାଇକେଲ କିନ୍ତୁ ଧାର୍ଯ୍ୟ ତାରିଖରେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଯାହା ପାଇଁ ସେ ପୂର୍ବ ସବୁ ପ୍ରସ୍ତୁତିକୁ ରଦ୍ଦ କରି ଡାକ୍ତରଖାନାରେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ବାପାଙ୍କ ଆଶୀର୍ବାଦ ସହ ବିବାହ କରିବାକୁ ଚାହୁଁଥିବାରୁ ଏଭଳି ବାଟ ଆପଣାଥିଲେ ମାଇକେଲ। ବିବାହ ଦିନ ଦୁହେଁ ଡାକ୍ତରଖାନରେ ପହଞ୍ଚି ଚାକଚକ୍ୟ ପୋଷାକ ପିନ୍ଧିବା ବଦଳରେ ଡାକ୍ତରଖାନା ପୋଷାକ ପିନ୍ଧି ବିବାହ କରିଥିଲେ। ଏବେ ଦୁହିଁଙ୍କ ଫଟୋ  ଭାଇରାଲ ହେଉଥିବା ବେଳେ ଫଟୋରେ ଦୁହେଁ ପରସ୍ପରକୁ ମୁଦି ପିନ୍ଧାଉଥିବା ଦେଖାଯାଇଛି।

डॉक्टर और नर्स ने शादी को बनाया स्पेशल
oneindia.com

ତେବେ ମାଇକେଲ ସାଧାରଣ ବିବାହ ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ମାଗିଥିବା ବେଳେ ବିବାହ ଦିନ ପାଦରୀ ଓ କେକର ବ୍ୟବସ୍ଥା କରିଥିଲେ ଡାକ୍ତରଖାନା କର୍ତ୍ତୃପକ୍ଷ। ଯାହା ମାଇକେଲଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ତେବେ ଫଟୋ ଭାଇରାଲ ହେବା ପରେ ମାଇକେଲଙ୍କ କାମକୁ ଲୋକେ ପ୍ରଶଂସା କରିବାରେ ଲାଗିଛନ୍ତି।

ସମ୍ବନ୍ଧିତ ଖବର