ଅପଣମାନେ ସୋସିଆଲ ମିଡିଆରେ କେତେ ଭିଡିଓ ଦେଖିଥିବେ, କିନ୍ତୁ ଏପରି ଭିଡିଓ ଆପଣ କେବେ ଦେଖିନଥିବେ । ମ୍ୟାରି କର୍ ନାମକ ଜଣେ ଲେଖିକା ଟୁଇଟରରେ ଏହି ଭିଡିଓଟିକୁ ପୋଷ୍ଟ କରିଛନ୍ତି । ଯାହା ଏବେ ବହୁଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦୁଇ ଜଣ ଯୁବକ ଯୁବତୀ ମେଟ୍ରୋ ମଧ୍ୟରେ ଏପରି କାମ କରୁଥିଲେ, ଯିଦି ଆପଣ ଏହି ଭିଡିଓକୁ ଦେଖିବେ ଆଶ୍ଚର୍ଯ୍ୟ ହୋଇଯିବେ ।
ସାଧାରଣରେ ଲୋକ ଯେତେବେଳେ ମେଟ୍ରୋରେ ଯାତ୍ରା କରନ୍ତି ମୋବାଇଲରେ ଗେମ୍ ଖେଲୁଥିବା ଦେଖିବାକୁ ମିଳିଥାଏ । କିନ୍ତୁ ଏହି ଯୁବକ ଯୁବତୀ ଦୁଇଜଣଙ୍କୁ ମେଟ୍ରୋ ମଧ୍ୟରେ ଟେବୁଲ ଟେନିସ୍ ଖେଳୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓକୁ ଲୋକେ ଏତେ ମାତ୍ରାରେ ପସନ୍ଦ କରୁଛନ୍ତି ଯେ, ମାତ୍ର ଦୁଇ ଦିନରେ ପାଖାପାଖି ୫୦ ଲକ୍ଷ ଲୋକ ଦେଖି ସାରିଳେଣି । ଏହି ଭିଡିଓଟି ନ୍ୟୁୟର୍କର ବୋଲି ଅନୁମାନ କରାଯାଉଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/Untitled-1-2.jpg)