ନୂଆଦିଲ୍ଳୀ: କୁହାଯାଏ ଜୀବନର ଅମୂଲ୍ୟ ରତ୍ନ ହେଉଛି ଭଲପାଇବା। ବାସ୍ତବ ପ୍ରେମ ଯଦି ସାଥୀରେ ଅଛି କଠିନରୁ କଠିନ ସମୟ ବି ବ୍ୟକ୍ତିକୁ ସରଳ ଲାଗିବାକୁ ଲାଗେ। ଜୀବନର ଶେଷ ସମୟ ପର୍ଯ୍ୟନ୍ତ ସାଥୀରେ ରହିବା ପରି ଜୀବନସାଥୀ ମିଳିବା ଆଜିକାଲି ଖୁବ୍ କମ୍। ତଥାପି ବି ଏପରି କିଛି ଦମ୍ପତି ଅଛନ୍ତି ଯିଏକି ଦୁନିଆ ପାଇଁ ପ୍ରେରଣା ପାଲଟିଛନ୍ତି।
ନିକଟରେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହୋଇଛି। ଭାଇରାଲ୍ ଭିିଡିଓକୁ ଦେଖିଲେ ଆପଣ ବସ୍ତବ ପ୍ରେମ କ’ଣ ବୁଝିପାରିବେ। ଭିଡିଓରେ ଏକ ବୃଦ୍ଧ ଦମ୍ପତି ‘କ୍ରାନ୍ତି’ ଚଳଚ୍ଚିତ୍ର ଗୀତରେ ଇନ୍ଷ୍ଟାଗ୍ରାମ୍ରେ ରିଲ୍ସ ବନାଉଥିବାର ନଜର ଆସିଛନ୍ତି। ପରିଣତ ବୟସରେ ବି ସେମାନେ ଯେଉଁଭଳି ଭାବେ ପରସ୍ପରଙ୍କ ପ୍ରତି ନିଜର ଭଲପାଇବା ଦେଖାଇଛନ୍ତି ତାହା ବାସ୍ତବରେ ପ୍ରେରଣାଦାୟକ।
View this post on Instagram
‘ଲାକ୍ଷ ଗେହେରା ହୋ ସାଗର ତୋ କ୍ୟା, ପ୍ୟାର୍ ସେ କୁଛ୍ ବି ଗେହେରା ନେହିଁ’ ଗୀତରେ ବୃଦ୍ଧ ଦମ୍ପତି ରିଲ୍ସ ବନାଇଥିବା ଦେଖିବାକୁ ମିଳିଛି। ତେବେ ଏହି ରିଲ୍ସକୁ ଇନ୍ଷ୍ଟାଗ୍ରାମ୍ରେ ଅନେକ ଲୋକ ପସନ୍ଦ କରିଛନ୍ତି ଓ ଭଲ ଭଲ କମେଣ୍ଟ୍ ବି ଦେଇଛନ୍ତି।
ହେମା ମାଳିନୀ ଓ ମନୋଜ କୁମାରଙ୍କ ଅଭିନୀତ ଏହି ଗୀତରେ ବୃଦ୍ଧ ଦମ୍ପତି ଅଭିନୟ କରି ସମସ୍ତଙ୍କ ମନ କିଣିଛନ୍ତି। ତେବେ କିଛି ସୋସିଆଲ୍ ମିଡିଆ ବ୍ୟବହାରକାରୀ ମତ ରଖିଛନ୍ତି କି ଯଦିଓ ଏଥର ଏହି ଗୀତରେ ଅଭିନେତା, ଅଭିନେତ୍ରୀ ଦେଖା ଯାଇନାହାନ୍ତି, ମାତ୍ର ଏହା ବାସ୍ତବ ପ୍ରେମର ଜ୍ବଳନ୍ତ ଉଦାହରଣ।