କୋଲକାତା: ସ୍ୱାମୀ-ସ୍ତ୍ରୀଙ୍କ ‘ବାଘ ବଂଚାଅ’ ଅଭିଯାନ । କୋଲକତାର ଏକ ଦମ୍ପତି ‘ବାଘ ବଂଚାଅ’ ବାର୍ତ୍ତା ନେଇ ଚଳାଇଛନ୍ତି ଏକ ନିଆରା ଅଭିଯାନ । କୋଲକତାର ରତୀନ୍ଦ୍ରନାଥ ଦାସ ଏବଂ ତାଙ୍କ ପତ୍ନୀ ଗିତାଂଜଳୀ ‘ବାଘ ବଂଚାଅ’ ବାର୍ତ୍ତାକୁ ସାରା ଦେଶରେ ପହଁଚାଇବା ପାଇଁ ମୋଟର ସାଇକେଲରେ ଯାତ୍ରା କରୁଛନ୍ତି । ଫେବୃୟାରୀ ୧୫ରୁ ଏହି ଦମ୍ପତି କୋଲକତାରୁ ନିଜ ଅଭିଯାନ ଆରମ୍ଭ କରିଛନ୍ତି ।
ସାରା ଦେଶରେ ବୁଲି ବୁଲି ଲୋକଙ୍କୁ ‘ବାଘ ବଂଚାଅ’ର ସମ୍ବାଦ ଦେଉଛନ୍ତି ଏହି ଦମ୍ପତି । ଆଉ ଏହି ଅଭିଯାନର ନାମ ରଖିଛନ୍ତି ‘ଜର୍ଣ୍ଣି ଫର୍ ଟାଇଗର୍’ ।
ଦେଶରେ ଥିବା ଭିନ୍ନ ଭିନ୍ନ ବାଘ ସଂରକ୍ଷଣ କେନ୍ଦ୍ର ବୁଲିବା ସହ ସେଠାକାର ଲୋକଙ୍କୁ ‘ବନ୍ୟଜନ୍ତୁ ସମ୍ପଦ’ର ସୁରକ୍ଷା ପାଇଁ ପ୍ରୋତ୍ସାହିତ କରିଛନ୍ତି ଏହି ଦମ୍ପତି । ୨୮ଟି ରାଜ୍ୟ ଏବଂ ୫ଟି କେନ୍ଦ୍ରଶାସିତ ଅଂଚଳ ମୋଟର ସାଇକେଲରେ ଯାତ୍ରା କରିବା ପରେ ଏବେ ମୟୁରଭଂଜର ଶିମିଳିପାଳ ନ୍ୟାସନାଲ୍ ପାର୍କ ଅଭିମୁଖେ ଯାତ୍ରା କରୁଛନ୍ତି ରତୀନ୍ଦ୍ରନାଥ ଏବଂ ଗୀତାଂଜଳୀ ।