ନୂଆଦିଲ୍ଲୀ : କେନ୍ଦ୍ର କାର୍ମିକ, ଅଭିଯୋଗ ଓ ପେନସନ ରାଷ୍ଟ୍ରମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂ ଡିଏଆରପିଜି ପକ୍ଷରୁ ଜାତୀୟ ପର୍ଯ୍ୟବେକ୍ଷଣ ଡେସବୋର୍ଡର ଶୁଭାରମ୍ଭ କରିଛନ୍ତି। https://darpg.gov.in ୱେବସାଇଟ୍ କୋଭିଡ–୧୯ ସଂକ୍ରାନ୍ତ ସମସ୍ତ ତଥ୍ୟ କ୍ରମାନ୍ବୟରେ ରହିବ। କୋଭିଡ–୧୯ ସମ୍ପର୍କିତ ସମସ୍ତ ଆପତ୍ତି ଅଭିଯୋଗର ତତ୍କାଳ ସମାଧାନ ଏହି ଡେସବୋର୍ଡର ଉେଦ୍ଦଶ୍ୟ। ପ୍ରଥମ ଦିନରେ ଏହି ଡେସବୋର୍ଡ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ୪୩ଟି, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ୩୧ଟି ଓ ଅର୍ଥ ମନ୍ତ୍ରଣାଳୟର ୨୬ଟି ଅଭିଯୋଗ ପାଇଛି। ଏଗୁଡିକ ଏକତ୍ରବାସ ଜନିତ ସୁବିଧା ଅସୁବିଧା, ଲକଡାଉନର ଉଲଂଘନ, ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣର ବିଭିନ୍ନ ଅଭିଯୋଗ ଋଣ ପୈଠ ଜନିତ ସୁବିଧା ଅସୁବିଧା, ବିଦେଶରୁ ଲୋକମାନଙ୍କ ସ୍ଥାନାନ୍ତରଣ ଇତ୍ୟାଦି ଅର୍ନ୍ତଭୁକ୍ତ।
ଡିଏଆରପିଜିର ସଚିବ ଡଃ କ୍ଷେତ୍ରପତି ଶିବାଜୀ, ଅତିରିକ୍ତ ସଚିବ ଭି. ଶ୍ରୀନିବାସ, ଯୁଗ୍ମ ସଚିବ ଶ୍ରୀମତୀ ଜୟା ଦୁବେ ଏବଂ ଏନବିଏସ ରାଜପୁତଙ୍କ ସମତେ ବିଭାଗର ବରିଷ୍ଠ ଅଧିକାରୀମାନେ ଭିଡିଓ କନଫରେନ୍ସ ଜରିଆରେ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/CoronaRep_3_JaseemAli.jpg)