ଲକ୍‌ଡାଉନ୍‌ରେ ବାପା ସାଜି କନ୍ୟା ଦାନ କଲା ପୁଣେ ପୁଲିସ୍‌, ବିବାହ ବନ୍ଧନରେ ବାନ୍ଧି ହେଲେ ବର-କନ୍ୟା

ପୁଣେ: ପୂର୍ବରୁ ମଧ୍ୟ ଏପରି ଅନେକ ଘଟଣା ଘଟିଛି। କରୋନା ଭାଇରସ୍‌ ପାଇଁ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ସମୟରେ ଅନେକ ବର-କନ୍ୟା ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଲେଣି। ନିକଟରେ ଲକ୍‌ଡାଉନ୍ ସମୟରେ ପୁଣେର ଜଣେ ମାର୍କେଟିଂ ପ୍ରଫେସ୍‌ନାଲ୍ ବର‌ ଏବଂ ତାଙ୍କ ଡାକ୍ତର କନ୍ୟାଙ୍କ ବିବାହ ସଂପନ୍ନ ହୋଇଛି। ଜଣେ ପୁଲିସ୍‌ ଅଧିକାରୀ ଓ ତାଙ୍କ ପତ୍ନୀ ବାପମାଆ ସାଜି କନ୍ୟାଦାନ କରିଛନ୍ତି। ବିବାହରେ ଅନ୍ୟ ପୁଲିସ୍‌ କର୍ମୀମାନେ ଉପସ୍ଥିତ ଥିବା ବ‌େଳେ ଭିଡିଓ କନ୍‌ଫରେନ୍ସିଂରେ ବର-କନ୍ୟାଙ୍କ ଅଭିଭାବକମାନେ ରହି ସେମାନଙ୍କୁ ଆଶୀର୍ବାଦ ଦେଇଛନ୍ତି।

ଆଦିତ୍ୟ ଓ ନେହାଙ୍କ ବିବାହ ମେ ୨ ତାରିଖରେ ଉତ୍ତରଖଣ୍ଡର ଡେରାଡୁନ୍‌ଠାରେ ହେବ ବୋଲି ପୂର୍ବରୁ ସ୍ଥିର ହୋଇଥିଲା। ମାତ୍ର କରୋନା ଭାଇରସ୍‌ ହେତୁ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ଯୋଗୁ ଯୋଜନା ‌ଏପଟ ସେପଟ ହୋଇଯିବା ପରେ ଆଦିତ୍ୟ ଓ ନେହା ନିରାଡ଼ମ୍ବର ଭାବେ ପରସ୍ପରଙ୍କ ହାତ ଧରିବାର ନିଷ୍ପତ୍ତି ନେଲେ।

southreelnews.com

ଗତ ମାସ ଆଦିତ୍ୟଙ୍କ ବାପା ଦେବେନ୍ଦ୍ର ପୁଲିସ୍‌କୁ କଲ୍‌ କରି ନିଜ ସମସ୍ୟା ଜଣାଇଥିଲେ। ମାତ୍ର ଏପରି ପରିସ୍ଥିତିରେ ବିବାହ ହୋଇପାରିବ ନାହିଁ ବୋଲି ପୁଲିସ୍‌ କହିବା ପରେ ସାହାଯ୍ୟ ମାଗିଥିଲେ ଦେବେନ୍ଦ୍ର।

ଶେଷରେ ଡେରାଡୁନର ହଡ଼ପସର ପୁଲିସ୍‌ ଷ୍ଟେସନ୍‌ର ଆସିଷ୍ଟାଣ୍ଟ୍‌ ପୁଲିସ୍‌ ଇନ୍‌ସ୍ପେକ୍ଟର ପ୍ରସାଦ ଲୋନାରେ ଅନୁମତି ଦେବା ପରେ ଅନ୍ୟ ଜଣେ ପୁଲିସ୍‌ କର୍ମୀ ମନୋଜ ପାଟିଲ୍‌ ଏବଂ ତାଙ୍କ ପତ୍ନୀ କନ୍ୟା ପକ୍ଷ ହୋଇ ଦୁହିଁଙ୍କ ବିବାହ କରାଇଛନ୍ତି। ନେହା ଓ ଆଦିତ୍ୟଙ୍କର ଫେବ୍ରୁଆରି ମାସରେ ନିର୍ବନ୍ଧ ହୋଇଥିଲା।

ସମ୍ବନ୍ଧିତ ଖବର