କ୍ୱାରେଣ୍ଟାଇନ୍‌ ସେଣ୍ଟର୍‌ରେ ଭୂତ ଆତଙ୍କ ! ଅନ୍ୟ କୋଠାକୁ ସ୍ଥାନାନ୍ତରିତ ହେଲେ ୬୦ ଜଣ ବିଦେଶ ଫେରନ୍ତା

ରାୟପୁର: କ‌େରୋନା ଭାଇରସ୍‌ ପାଇଁ ଦେଶରେ ରହିଥିବା ବିଭିନ୍ନ କ୍ବାରେଣ୍ଟାଇନ୍‌ ସେଣ୍ଟର୍‌ରେ ଆଗକୁ ଭିନ୍ନ ଭିନ୍ନ ସମସ୍ୟା ସବୁ ଦେଖିବାକୁ ମିଳିଛି। ମାତ୍ର କୌଣସି କ୍ବାରେଣ୍ଟାଇନ୍‌ ସେଣ୍ଟର୍‌ରେ ଭୂତ ବାହାରିବା କଥା ନିହାତି ଭାବେ ଏକ ଆଶ୍ଚର୍ଯ୍ୟକର ଘଟଣା। ରାୟପୁରର ଏକ କ୍ବାରେଣ୍ଟାଇନ୍‌ ସେଣ୍ଟର୍‌ରେ ରହୁଥିବା କିଛି ବ୍ୟକ୍ତି ଏପରି ଅଭିଯୋଗ ଆଣିଛନ୍ତି।

ରାତି ହେଲେ ଭୂତ ଦିଶିବା ସହ ଘୁଙ୍ଗୁର ଶବ୍ଦ ଶୁଭୁଛି ବୋଲି ସେଠାରେ ରହୁଥିବା ବ୍ୟକ୍ତିମାନେ ଅଭିଯୋଗ ଆଣିବା ପରେ ସେମାନଙ୍କୁ ଅନ୍ୟ ଏକ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ରାୟପୁରରୁ ୧୨୦ କିଲୋମିଟର୍‌ ଦୂରରେ ଥିବା କାସ୍‌ଡୋଲ୍‌ ବ୍ଲକ୍‌ରେ ଥିବା ଏକ ସ୍କୁଲ୍‌କୁ କ୍ବାରେଣ୍ଟାଇନ୍‌ ସେଣ୍ଟର୍‌ କରାଯାଇଥିଲା। ସେଠାରେ ଭୂତ ଥିବା ଅଭିଯୋଗ ହେବା ପରେ ଗ୍ରାମ ପଞ୍ଚାୟତ ଓ ସ୍ଥାନୀୟ ପ୍ରଶାସନ ଏହି ସମସ୍ୟାର ସମାଧାନ କରି ଅନ୍ୟ ଏକ ସ୍ଥାନକୁ କ୍ବାରେଣ୍ଟାଇନ୍‌ ସେଣ୍ଟର୍‌ କରିଛନ୍ତି।

www.newindianexpress.com

ଏହି କ୍ବାରେଣ୍ଟାଇନ୍‌ରେ ସେଣ୍ଟର୍‌ରେ ବିଦେଶରୁ ଫେରୁଥିବା ଅନେକ ଲୋକ ଗତ କିଛି ଦିନ ହେବ ରହି ଆସୁଛନ୍ତି। ଗଲା ଦୁଇ ଦିନ ତଳେ ସେମାନଙ୍କ ମଧ୍ୟରୁ କିଛି ଲୋକ ଭୂତ ଦେଖିଥିବା ସରପଞ୍ଚଙ୍କୁ କହିଥିଲେ। ସେଠାରେ ପ୍ରାୟ ୬୦ ଜଣ ଲୋକ ରହୁଥିଲେ।

ତେବେ ଏହି ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ କାସ୍‌ଡୋଲ୍‌ର ଡେପୁଟି କଲେକ୍ଟର ସୋମବାର ମଧ୍ୟ ରାତ୍ରରେ ସେହି ସ୍କୁଲ୍‌ ଘରକୁ ବୁଲି ଦେଖିଥିଲେ। ସେ ସେପରି କିଛି ଦେଖିବାକୁ ପାଇ‌ଲେ ନାହିଁ। ତାଙ୍କ କହିବା କଥା ହେଲା ‌ଏହା ସେମାନଙ୍କ ଅନ୍ଧବିଶ୍ବାସ।

ସମ୍ବନ୍ଧିତ ଖବର