ନୂଆଦିଲ୍ଲୀ: ଡାକ୍ତରୀ ଚିକିତ୍ସାର ପାର୍ଶ୍ବପ୍ରତିକ୍ରିୟାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି।

Advertisment

ଜଣେ ୬ମାସର ଶିଶୁର ଆଖି ଡୋଳା ଖଇରିଆ ରଙ୍ଗର ଥିଲା। ଶିଶୁଜଣକ କରୋନାରେ ପୀଡିତ ହୋଇଥିଲା। ଏହାପରେ ତାକୁ  ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କୋଭିଡ଼ ଚିକିତ୍ସା ପରେ ଶିଶୁଙ୍କ ଆଖି ଡୋଳା ଗାଢ଼ନୀଳ ରଙ୍ଗ ହୋଇଯାଇଥିଲା।

ଶିଶୁର ଚିକିତ୍ସା କରାଯାଇଥିବା ହସ୍ପିଟାଲର ଡାକ୍ତର କହିଛନ୍ତି, ‘ଥାଇଲ୍ୟାଣ୍ଡରେ ବସବାସ କରୁଥିବା ୬ମାସର ଶିଶୁକୁ ଜ୍ବର ଓ କାଶ ହୋଇଥିଲା। ପରୀକ୍ଷା ପରେ ଜଣାପଡ଼ିଲା କି ଶିଶୁ କୋଭିଡରେ ଆକ୍ରାନ୍ତ ହୋଇଛି। ଏହାପରେ ଶିଶୁର କୋଭିଡ-୧୯ ଲକ୍ଷଣ କମ କରିବା ପାଇଁ ଫେବିପିରାବିର ଔଷଧ ଦିଆଯାଇଥିଲା। ଯାହାକି ତିନିଦିନର କୋର୍ସ ଥିଲା। ଏହି ଔଷଧ କୋଭିଡ-୧୯କୁ ଭଲ କରିବାରେ ପ୍ରଭାବି ସାବ୍ୟସ୍ତ ହୋଇଥିଲା।

ତେବେ ଏହି ଚିକିତ୍ସା ଆରମ୍ଭ କରିବାର ମାତ୍ର ୧୮ ଘଣ୍ଟା ପରେ ଶିଶୁର ଆଖି ନୀଳ ପଡ଼ିଯାଇଥିବା ମା’ ଦେଖିବାକୁ ପାଇଥିଲେ। ଧୀରେଧୀରେ ଶିଶୁର ଆଖିଡୋଳା ଗାଢ଼ ନୀଳ ରଙ୍ଗର ହୋଇଯାଇଥିଲା।’

ତେବେ ଏପରି ପ୍ରଭାବ କାହିଁକି ଦେଖା ଦେଲା ତାହା ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନଥିଲା।