ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଲୋକେ ନିଜର ବିଭିନ୍ନ ପ୍ରକାର ଖାଦ୍ୟ-ପାନୀୟ ସେୟାର କରିଥାଆନ୍ତି। ଆଉ ଏହି ଭିଡିଓକୁ ଲୋକେ ଦେଖିବାକୁ ବେଶ ପସନ୍ଦ ବି କରିଥାଆନ୍ତି। ନିକଟରେ ସୋସିଆଲ ମିଡିଆରେ ଗାଈର ଏକ ମଜାଳିଆ ଭିଡିଓ ଦେଖିବାକୁ ମିଳିଛି।
ଏହି ଭିଡିଓରେ ଗାଈ ତାର ଛୁଆ ସହିତ ଗୁପଚୁପ ଠେଲା ପାଖରେ ଛିଡା ହାଇ ଗୁପଚୁପ ମଜା ନେଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |
Everyone loves #PaaniPoori! 😅 pic.twitter.com/kAvpR7BZrL
— Dipanshu Kabra (@ipskabra) January 17, 2022
ଭାଇରାଲ୍ ଭିଡିଓକୁ @ipskabra ଦ୍ୱାରା ସେୟାର କରାଯାଇଛି । ଏପର୍ଯ୍ୟନ୍ତ ଏହି ଭିଡିଓକୁ ୩୦ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି। ଏହି ଭିଡିଓକୁ ନେଇ ଲୋକେ ଅନେକ ପ୍ରକାର ମଜାଳିଆ ପ୍ରତିକ୍ରିୟା ଦେଉଛନ୍ତି। ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି – ଆରେ ବାଃ, ଗୁପଚୁପ ସମସ୍ତଙ୍କର ପ୍ରିୟ । ଆଉ ଜଣେ ଲେ୍ଖିଛନ୍ତି, ନେଇଯାଅ ନେଇଯାଅ ଗୁପଚୁପର ମଜା।