ନୂଆଦିଲ୍ଲୀ: ପୋଷା ଜୀବଜନ୍ତୁଙ୍କ ମଧ୍ୟରେ କୁକୁରକୁ ସବୁଠାରୁ ବିଶ୍ବାସୀ ପ୍ରାଣୀ ବୋଲି କୁହାଯାଇଥାଏ। ଅନେକ ସମୟରେ ବିପଦ ଆସିଲେ ମାଲିକଙ୍କ ଜୀବନ କୁକୁର ବଞ୍ଚାଇ ଥିବାର ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାର ଦେଖିଛେ। ଏହି କ୍ରମରେ ଏକ ଗାଈ ମାଲିକଙ୍କ ଉପରେ ଆକ୍ରମଣ ହେଉଥିବା ଦେଖି ସୁରକ୍ଷା ଦେବା ଲାଗି ଧାଇଁ ଆସୁଥିବାର ଏକ ଭିଡିଓ ସୋସିଆଲ ଭାଇରାଲ ହୋଇଛି।
ଏଭଳି ଏକ ଘଟଣା କଚ୍ଛ ଜିଲ୍ଲାରେ ଘଟିଛି। ଜାନ ଆନନ୍ଦ ନାମକ ଜଣେ ବ୍ୟକ୍ତି ଗାଈମାନଙ୍କୁ ବହୁତ ସ୍ନେହ କରନ୍ତି। ୧୨ବର୍ଷ ବୟସରୁ ଜାନ ଗାଈମାନଙ୍କ ଦେଖାଶୁଣା କରି ଆସୁଛନ୍ତି। ତାଙ୍କର ୨୦ଟି ଗାଈ ଥିବା ବେଳେ ସେଥିମଧ୍ୟରୁ ଗୋଟିଏ ଗାଈ ସହିତ ତାଙ୍କର ସମ୍ପର୍କ ଅତି ନିବିଡ଼। ସେ ଏହି ଗାଈର ନାମ ସାଇ ଦେଇଛନ୍ତି।
ତେବେ ତାଙ୍କୁ କେହି ଆକ୍ରମଣ କଲେ ଗାଈ ସାଇ ରକ୍ଷା କରୁଛି କି ନାହିଁ ତାହା ପରୀକ୍ଷା କରିବାକୁ ସେ ଚାହିଁଥିଲେ। ପଡ଼ିଆରେ ସାଇ ଚରୁଥିବା ବେଳେ ତାଙ୍କର ଜଣେ ବନ୍ଧୁଙ୍କୁ ଜାନ ଆକ୍ରମଣ କରିବାକୁ କହିଥିଲେ।
चरवाहे के लिए गाय की 'ममता' देखें ये वीडियो सोशल मीडिया पर हो रहा है वायरल@akhileshananddhttps://t.co/p8nVQWGCTx#ABPNews#Gujarat#Cowpic.twitter.com/dqpf4KheL5
— ABP News (@ABPNews) November 15, 2020
ଯେମିତି ହିଁ ଜାନଙ୍କ ଉପରକୁ ତାଙ୍କର ବନ୍ଧୁ ଆକ୍ରମଣ କରିଥିଲେ ସେ ସାଇକୁ ଡାକ ପକାଇ ଥିଲେ। ଡାକ ଶୁଣି ସାଇ ଆକ୍ରମଣକାରୀ କବଳରୁ ମାଲିକଙ୍କୁ ବଞ୍ଚାଇବା ପାଇଁ ଘଟଣାସ୍ଥଳକୁ ଧାଇଁ ଆସିଥିଲା । ମାଲିକ ଓ ଗାଈ ମଧ୍ୟରେ ଥିବା ଏହି ସ୍ନେହର ବନ୍ଧନର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/viral-video-620x400-1.jpg)