କଙ୍କଡ଼ାର ଦାମ୍‌ ୩୩ ଲକ୍ଷ ଟଙ୍କା !

ଜାପାନରେ ସାଧାରଣତଃ ଟୁନା ମାଛର ଚାହିଦା ସବୁବେଳେ ଅଧିକ ଥାଏ। ଗଲା ଜାନୁଆରିରେ ଟୋକିଓର ଏକ ମାଛ ବଜାରରେ ଗୋଟିଏ ଟୁନା ମାଛ ସର୍ବାଧିକ ବାଇଶ କୋଟି ଟଙ୍କା ମୂଲ୍ୟରେ ବିକ୍ରି ହେବାର ଖବର ଚର୍ଚ୍ଚାରେ ଥିଲା। ଏବେ ଏଠାରେ ଗୋଟିଏ କଙ୍କଡ଼ାକୁ ଜଣେ ମାଛ ନିଲାମକାରୀ ୪୬ ହଜାର ଆମେରିକୀୟ ଡଲାରରେ ବିକ୍ରି କରିଛନ୍ତିି, ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ପାଖାପାଖି ତେତିଶ ଲକ୍ଷ ଟଙ୍କା ହେବ। ଜଣେ ସ୍ଥାନୀୟ ରେସ୍ତୋରାଁ ମାଲିକ ଏହାକୁ କିଣିଛନ୍ତି। ସୁଆଦିଆ କଙ୍କଡ଼ା ତରକାରି ରାନ୍ଧି ସେ ଗ୍ରାହକଙ୍କୁ ପରିଷିବେ। ଏହି କଙ୍କଡ଼ାର ଆକାର ୫.୭ ଇଞ୍ଚ୍‌ ଏବ˚ ଓଜନ ଏକ କିଲୋ ୨୦୦ଗ୍ରାମ୍‌। ଏତେ ଅଧିକ ଦାମ୍‌ରେ କଙ୍କଡ଼ାଟିଏ ବିକ୍ରି ହେବା ଏହା ପ୍ରଥମ ଏବ˚ ଏହି କଙ୍କଡ଼ାଟି ବିଶ୍ବର ସବୁଠାରୁ ମହଙ୍ଗା କଙ୍କଡ଼ା ଭାବେ ଗିନିଜ୍‌ ବୁକ୍‌ରେ ସ୍ଥାନିତ ହେବା ଆଶା କରାଯାଏ।

ସମ୍ବନ୍ଧିତ ଖବର