ରାୟପୁର : ଛତିଶଗଡର କୋଡାଗ୍ରାମରେ ରହୁଥିବା ଜଣେ କାରିଗର ଏକ ମାଟି ଦୀପ ତିଆରି କରିଛନ୍ତି। ଏହି ଦୀପ ୨୪ରୁ ୪୦ଘଣ୍ଟା ପର୍ଯ୍ୟନ୍ତ ଜଳି ପାରିବ ବୋଲି କାରିଗର ଅଶୋକ ଚକ୍ରଧାରୀ ଦାବି କରିଛନ୍ତି। ଏଭଳି ସ୍ବତନ୍ତ୍ର ଦୀପ ତିଆରି କରିଥିବାରୁ ଅଶୋକ ଚକ୍ରଧାରୀଙ୍କୁ ଜାତୀୟ ମେରିଟ୍ ଆୱାର୍ଡ ପ୍ରମାଣ ପତ୍ର ମଧ୍ୟ ପ୍ରଦାନ କରାଯାଇଛି। ଅଶୋକ ଚକ୍ରଧାରୀ ବୃତ୍ତିରେ ଜଣେ କାରିଗର। ସେ ଦୀର୍ଘ ବର୍ଷ ଧରି ଏହି କାମ କରିଆସୁଛନ୍ତି |
अशोक चक्रधारी ने बताया, “मुझे इस साल नवरात्रि में किसी ने फोन करके बताया कि आपने जो दीया बनाया है, हमें भी वैसा दीया चाहिए। मुझे पता चला कि वीडियो वायरल हो गया है जिसके कारण मुझे लोग कॉल कर रहे हैं। हम रोज़ 50-60 ऐसे विशेष दीए बना रहे हैं। हमने इसकी कीमत 200 से 250 रुपये रखी है।” https://t.co/13J7yIyHTf
— ANI_HindiNews (@AHindinews) October 30, 2020
ନିକଟରେ ଅଶୋକ ଚକ୍ରଧାରୀ ଏପରି ଏକ ମାଟି ଦୀପ ତିଆରି କରିଛନ୍ତି, ଯାହାକି ୨୪ ରୁ ୪୦ ଘଣ୍ଟା ପାଇଁ କ୍ରମାଗତ ଭାବରେ ଜଳିବ। ଏପରି ଦୀପ ତିଆରି କରିବାକୁ ନେଇ ଅଶୋକ ଚକ୍ରଧାରୀ କହିଛନ୍ତି, ୩୫ ବର୍ଷ ପୂର୍ବେ ସେ ଏପରି ଏକ ଦୀପ ଦେଖିଥିଲେ ଏବଂ ଏହାକୁ ଧ୍ୟାନରେ ରଖି ସେ ଏହି ଦୀପ ତିଆରି କରିଛନ୍ତି।
ଆଶ୍ଚର୍ଯ୍ୟର କଥା ହେଲା ଏହି ଦୀପର ଭିଡିଓ କିପରି ଭାଇରାଲ ହୋଇଛି ତାହା ସେ ଜାଣି ନାହାନ୍ତି। ବର୍ତ୍ତମାନ ଲୋକମାନେ ଅଶୋକ ଚକ୍ରଧାରୀଙ୍କୁ ଫୋନ୍ କରି ଦୀପ ମାଗୁଛନ୍ତି। ସେ ପ୍ରତିଦିନ ୫୦ରୁ୬୦ ଏପରି ସ୍ୱତନ୍ତ୍ର ଦୀପ ତିଆରି କରିଥାଆନ୍ତି, ଯାହାର ମୂଲ୍ୟ ୨୦୦ ରୁ ୨୫୦ ଟଙ୍କା ପର୍ଯ୍ୟନ୍ତ ରଖାଯାଇଛି।