‘ଜନତା ହୀରା ଖଣି’- ଏହାର ଅର୍ଥ ଏଠାରେ ଯେ କେହି ଇଚ୍ଛା କଲେ ନିଜ ଉଦ୍ୟମରେ ହୀରା ଖୋଜିପାରିବେ। ଆଉ ଯିଏ ହୀରା ପାଇଲେ, ତାହା ତାଙ୍କର। ଯୁକ୍ତରାଷ୍ଟ୍ର ଆମେରିକାର ଆର୍କାନ୍ସାସ୍ରେ ଏହି ହୀରା ଖଣି ଅବସ୍ଥିତ। ‘କ୍ରେଟର୍ ଅଫ୍ ଡାଇମଣ୍ତ୍ସ ଷ୍ଟେଟ୍ ପାର୍କ୍’ ଭାବେ ଏହା ନାମିତ। ଏହା ବିଶ୍ୱର ଅଷ୍ଟମ ବୃହତ୍ ହୀରା ଖଣି। ଏହା ସର୍ବସାଧାରଣଙ୍କ ପାଇଁ ସର୍ବଦା ଖୋଲା। ୧୯୦୬ରେ ଏହି ହୀରା ଖଣି ଆବିଷ୍କୃତ ହୋଇଥିଲା। ୧୯୭୨ରେ ଏହାକୁ ଜାତୀୟ ଉଦ୍ୟାନର ମାନ୍ୟତା ଦିଆଯାଇଥିଲା। ତାହା ପରଠାରୁ ଲୋକେ ଏଠାରୁ ବିଭିନ୍ନ ଆକାରର ବତିଶ ହଜାର ହୀରା ପାଇଥିବା ଜଣାଯାଏ।
nationaljeweler.com/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/Crater-of-Diamonds-State-Park.jpg)